Posted inଖେଳ

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ୍‌, ୧୫ା୧୨ (ଏପି): ସ୍ଥାନୀୟ ବେସିନ୍‌ ରିଜର୍ଭଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୧୨ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହିତ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରଥିବାବେଳେ ବିଶ୍ୱ କ୍ରିକେଟ ଟେଷ୍ଟ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ସହ ଯୋଗଦେଇଛି। ମ୍ୟାଚ୍‌ରେ ଫଲୋଅନ୍‌ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ସୋମବାର ଚତୁର୍ଥ ଦିବସରେ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୪୪/୬ରୁ ଖେଳ ଆରମ୍ଭ କରିଥିଲା। ଦଳ ୩୧୭ ରନରେ ଅଲଆଉଟ ହୋଇଯାଇଥିଲା। ସିରିଜରେ ଦଳର ଗୋଟିଏ ଇନିଂସରେ ସର୍ବୋଚ୍ଚ ସ୍କୋର। ତଥାପି ଓ୍ବେଷ୍ଟଇଣ୍ଡିଜ ଘରୋଇ ଦଳର ପ୍ରଥମ ଇନିଂସ ସ୍କୋରଠାରୁ ଆହୁରି ୧୨ରନ ପଛରେ ପଡ଼ିଯାଇଥିଲା।
ସୋମବାର ବର୍ଷାଯୋଗୁ ଖେଳ ଆରମ୍ଭରେ ବିଳମ୍ବ ଘଟିଥିଲା। ଭ୍ରମଣକାରୀ ଦଳ ସକାରାତ୍ମକ ମନୋଭାବ ନେଇ ଖେଳ ଆରମ୍ଭ କରିଥିଲା। ଦିନର ଚତୁର୍ଥ ଓଭରରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ବ୍ୟକ୍ତିଗତ ୬୧ରନ କରି ଆଉଟ ହୋଇଥିଲେ। ଏଥିସହିତ ଜୋସୁଆ ଡା’ ସିଲ୍‌ଭାଙ୍କ ସହ ତାଙ୍କର ୮୨ରନର ପାର୍ଟନରଶିପ୍‌ର ଅନ୍ତଃ ଘଟିଥିଲା। ହୋଲ୍ଡରଙ୍କୁ ଟିମ୍‌ ସୌଦି ବୋଲ୍ଡ କରିଦେଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାବେ ଅଲ୍‌ଜାରି ଯୋଶେଫ୍‌ ଆଉଟ ହୋଇଥିଲେ। ସୌଦିଙ୍କ ବୋଲିଂରେ ଲେଗ୍‌ ସାଇଡ୍‌ରେ ଉଇକେଟକିପର ବି.ଜେ. ଓ୍ବାଟଲିଂଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହେବା ପୂର୍ବରୁ ସେ ୨ ଛକା ଓ ୩ ଚୌକା ସହ ଦ୍ରୁତ ୨୪ ରନ କରିଥିଲେ। ମ୍ୟାଚ୍‌ରେ ସୌଦିଙ୍କର ଏହା ଥିଲା ୭ମ ଉଇକେଟ। ଏହି ସଫଳତା ଦ୍ୱାରା ଟେଷ୍ଟରେ ସୌଦିଙ୍କ ଉଇକେଟ ସଂଖ୍ୟା ୨୯୬ରେ ପହଞ୍ଚତ୍ଲା। ରିଚାର୍ଡ ହାର୍ଡଲୀ ଓ ଡାନିଏଲ ଭିଟୋରୀଙ୍କ ପରେ ନ୍ୟୁଜିଲାଣ୍ଡର ତୃତୀୟ ଖେଳାଳି ଭାବେ ୩୦୦ ଉଇକେଟ ସଫଳତା ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି। ନିଲ୍‌ ଓ୍ବାଗ୍‌ନରଙ୍କ ଦ୍ୱାରା ଏଲବି ଡବଲ୍‌ୟୁ ହେବା ପୂର୍ବରୁ ଉଇକେଟକିପର ଡା’ ସିଲ୍‌ଭା ତାଙ୍କ ଟେଷ୍ଟ ପଦାର୍ପଣରେ ୭୭ ବଲ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଶାନନ ଗାବ୍ରିଲ କୌଣସି ରନ ନ କରି ଓ୍ବାଗ୍‌ନରଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ୨-୦ରେ ସିରିଜ ବିଜୟ ଦ୍ୱାରା ଆଇସିସି ବିଶ୍ୱ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ (୧୧୬) ସହ ଏହାର ପଏଣ୍ଟ ସଂଖ୍ୟା ସମାନ ହୋଇପାରିଛି। ନ୍ୟୁଜିଲାଣ୍ଡ ଆହୁରି ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଇଂଲଣ୍ଡକୁ ହଟାଇ ତୃତୀୟ ସ୍ଥାନ ଅଧିକାର କରିନେଇଛି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୩୧
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୩୧୭ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍ଡର-୬୧, ଯୋଶୁଆ ଡା’ ସିଲ୍‌ଭା-୫୭, ନିଲ୍‌ ଓ୍ବାଗନର-୩/୫୪, ଟ୍ରେଣ୍ଟ ବୋଲ୍ଟ-୩/୯୬, କାଇଲ ଜେମିସନ-୨/୪୩, ଟିମ୍‌ ସୌଦି-୨/୯୬)।
ପ୍ଲେୟର ଅଫ୍‌ ଦି ମ୍ୟାଚ- ହେନ୍‌ରୀ ନିକୋଲ୍ସ, ପ୍ଲେୟର ଅଫ୍‌ ସି ସିରିଜ- କାଇଲ ଜେମିସନ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri