ନୂଆବର୍ଷରେ ନୂଆ ସଂକଳ୍ପ

ନୂଆବର୍ଷର ଅବସର ସମସ୍ତଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ତେଣୁ ଏଇ ଦିନ ଆସିବା ମାତ୍ରେ ହିଁ ଜୀବନକୁ ସକାରାତ୍ମକ ଭାବରେ ଜିଇଁବା ଲାଗି ଅନେକେ କିଛି ସଂକଳ୍ପ ନେଇଥାନ୍ତି। କିନ୍ତୁ ପରେ କାର୍ଯ୍ୟବ୍ୟସ୍ତତା ଭିତରେ ରହି ସେ ସବୁକୁ ପାଳନ କରିବାକୁ ଭୁଲିଯାନ୍ତି। ହେଲେ ଏଠାରେ ମନେରଖିବା ଉଚିତ ଯେ, ସମୟ କେବେ ବି ଆମ ଜୀବନରେ ପରିବର୍ତ୍ତନ ଆଣିପାରିବ ନାହିଁ ବରଂ ନିଜର ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ହିଁ ଆମେ ଆମ ଜୀବନକୁ ଠିକ୍‌ ଭାବେ ଜିଇଁପାରିବା ଆଉ ଖୁସିରେ ରହିପାରିବା। ତେଣୁ ନୂଆବର୍ଷ ଅବସରରେ ବେଶି ନ ହେଲେ ବି ଅନ୍ତତଃ ଏଇ କେତୋଟି କଥା ପ୍ରାୟ ସମସ୍ତେ ମାନିବା ନିହାତି ଆବଶ୍ୟକ।

ଯେମିତିକି- ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା। ଯେତେ କାମ ଥାଉ ପଛେ ଠିକ୍‌ ସମୟରେ ଖାଇବା ଆଉ ଠିକ୍‌ ସମୟରେ ଶୋଇବା। କାରଣ ଏହି ଦୁଇଟି ହିଁ ହେଉଛି ସୁସ୍ଥ ରହିବାର ସବୁଠୁ ସହଜ ଉପାୟ। ଏଥିସହିତ ପ୍ରତିଦିନ ହାଲ୍‌କା ବ୍ୟାୟାମ କରିବା ବି ଜରୁରୀ। ଦ୍ୱିତୀୟରେ ନିଜ ପାଇଁ ଓ ନିଜ ପରିବାର ପାଇଁ ସମୟ ବାହାର କରିବା। କାରଣ ଜୀବନ କ୍ଷଣସ୍ଥାୟୀ। କେତେବେଳେ କ’ଣ ହେବ କେହି କହି ପାରିବେନି। ତେଣୁ ଯେତିକି ଦିନ ବଞ୍ଚତ୍ବା ଖୁସିରେ ବଞ୍ଚତ୍ବା ଓ ଅନ୍ୟକୁ ଖୁସି ଦେବା। ମନରୁ ହିଂସା, ବାଦ, ଅହଂକାର, ଈର୍ଷା, ଲୋଭ ଦୂରେଇ ପରକୁ ଆପଣାର କରିବା ଆଉ ଅନ୍ୟର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେବା ହେଉଛି ସବୁଠୁ ବଡ଼ ମଣିଷପଣିଆ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ସାବଧାନ ରୁହନ୍ତୁ ଏହି ୩ ରାଶି: ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା, ମାଡିଆସୁଛି ବଡ଼ ସଙ୍କଟ!

ଜ୍ୟୋତିଷ ଅନୁସାରେ ସିଂହ ରାଶିରେ ସୂର୍ଯ୍ୟ ଏବଂ କେତୁଙ୍କ ଯୁତି ଯୋଗୁ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା ରହିବ।…

ଶନି-ରାହୁଙ୍କ ମାୟାଜାଲରେ ଫସିବେ ଚନ୍ଦ୍ର, ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ; ଶନିଦଶା ଠୁ ଭୟଙ୍କର ବିପଦରେ ପଡିବେ…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ସକାଳ ୦୬:୫୩ ରୁ ମଧ୍ୟାହ୍ନ ୧୨:୩୧ ପର୍ଯ୍ୟନ୍ତ (ମୋଟ ଅବଧି: ୫ ଘଣ୍ଟା…

ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri