ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି

ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ ଅନିୟମିତତା ଓ ଆର୍ଥିକ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ ସାନି ତଦନ୍ତ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଏହି ଦୁର୍ନୀତିକୁ ଚାପି ଦେବା ପାଇଁ ଏକ ନୂଆ ଫନ୍ଦିକୁ ଗ୍ରହଣ କରାଯାଇଛି। ନିର୍ମାଣ ସ୍ଥଳରେ ଏକ ନୂତନ ଫଳକ ଲଗାଯାଇଛି। ସେହି ଫଳକରେ ମେଶିନ ବ୍ୟବହୃତ ହୋଇପାରୁଥିବା ପଞ୍ଚାୟତିରାଜ ବିଭାଗର ଯୋଜନା-୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ବୋଲି ଉଲ୍ଲେଖ ରହିଛି। ପୂର୍ବରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏହି ଖେଳପଡିଆ ନିର୍ମାଣରେ କେତେକ ସ୍ବଚ୍ଛଳ ବର୍ଗର ବ୍ୟକ୍ତିଙ୍କୁ ଶ୍ରମିକ ସଜାଇ ମେଶିନ ଲଗାଇ ୬୦ ହଜାର ଟଙ୍କା ବିଲ୍‌ ହୋଇ ସାରିଛି। ତେଣୁ ଗୋଟିଏ କାମ ପାଇଁ ଦୁଇ ଦୁଇଟି ଫଳକ ଲଗାଇବା ପଛରେ କାହାର ମନ୍ଦ ଉଦ୍ଦେଶ୍ୟ ରହିଛି ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଗ୍ରାମାଞ୍ଚଳରେ କେହି କାମ ନ ପାଇ ଭୋକିଲା ରହିବେ ନାହିଁ, ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ ହୋଇଛି। ଏହି ଯୋଜନାରେ ଆବେଦନକାରୀ ଶ୍ରମିକଙ୍କୁ ସରକାର ୧୦୦ ଦିନର କାମ ଯୋଗାଇବେ। କାମ ଯୋଗାଇ ନ ପାରିଲେ ଶ୍ରମିକଙ୍କୁ ଭତ୍ତା ଦେବାକୁ ସରକାର ବାଧ୍ୟ ବୋଲି ଏହି ଯୋଜନାରେ ନିୟମ ରହିଛି। ଏଥିରେ ଜିଲାର ପ୍ରଗତି ତଥା ଗରିବଙ୍କ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ସୁନିଶ୍ଚିତ ହୋଇଛି। ମାତ୍ର ପ୍ରକଳ୍ପଗୁଡିକ କାର୍ଯ୍ୟକାରିତାରେ ଦୁର୍ନୀତି ଭରି ରହିଥିବାରୁ ବିକାଶମୁଖୀ ଜିଲା ଭାବେ ପରିଚିତ ଯାଜପୁରର ମଧ୍ୟ ଦାରିଦ୍ର୍ୟର ଚିତ୍ର ବଦଳୁ ନାହିଁ ବୋଲି ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସିହା ଗ୍ରାମ ଖେଳପଡ଼ିଆ ନିର୍ମାଣକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଏହି ଗ୍ରାମରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଖେଳ ପଡିଆ ନିର୍ମାଣ ହେଉଛି। ହେଲେ ଯୋଜନାର ତଥ୍ୟ ସୂଚନା ଫଳକରେ ଦର୍ଶାଯାଇନାହିଁ। ଏନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତୁରନ୍ତ ତଦନ୍ତ ନିମନ୍ତେ ବଡଚଣା ବିଡିଓ ଅଜିତ ପ୍ରସାଦ ଗିରିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓ ସରଜମିନ ତଦନ୍ତ ନିମନ୍ତେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଖେଳପଡିଆର ନିର୍ମାଣ କାମ ଜବ୍‌ କାର୍ଡଧାରୀଙ୍କ ଦ୍ୱାରା ହେଉଥିବା ରିପୋର୍ଟ ପ୍ରଦାନ କରିଥିଲେ। ତେବେ ସେହି ରିପୋର୍ଟରେ କୌଣସି ଠିକ୍‌ ତଥ୍ୟ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଏ ସଂକ୍ରାନ୍ତରେ ଧରିତ୍ରୀରେ ସେହି ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନିକ) ଗୋପୀନାଥ କୁଅଁର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ଅମୀୟ କୁମାର ପରିଡ଼ା, ଏଷ୍ଟିମେଟର ଦୀପକ କୁମାର ଆଚାର୍ଯ୍ୟ ଏବଂ ଜିଲା ସାମାଜିକ ଲେଖା ପରୀକ୍ଷକ (ଅଡିଟର) ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ବ୍ଲକ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରି ଖେଳପଡ଼ିଆ ନିର୍ମାଣ କାର୍ଯ୍ୟର ପୁନଃ ତଦନ୍ତ କରିଥିଲେ। ତେବେ କେତେକ ଅଯୋଗ୍ୟ ହିତାଧିକାରୀଙ୍କ ମାଧ୍ୟମରେ ଅର୍ଥ ହଡ଼ପ କରିଥିବା ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଏହି ପ୍ରକଳ୍ପ ପାଇଁଁ ଆହୁରି ୨ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ଏ ସଂକ୍ରାନ୍ତରେ ବଡ଼ଚଣା ବିଡିଓ ଗିରିଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ରିସିଭ ନ କରିବାରୁ ମତମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ...

ଜନଜାତି କଲ୍ୟାଣ, ମହିଳା ସଶକ୍ତୀକରଣ ପାଇଁ କିସ୍‌ ଓ ନଓ୍ବା ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୬।୮ (ବ୍ୟୁରୋ):କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌) ଏବଂ ନାଭି ଓ୍ବେଲ୍‌ଫେୟାର ଓ ଓ୍ବେଲ୍‌ନେସ୍‌ ଆସୋସିଏଶନ (ନଓ୍ବା) ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର...

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା।...

ପୋତାହେଲା ଅପମିଶ୍ରିତ ସାମଗ୍ରୀ

ଚୌଦ୍ୱାର,୧।୩(ଡି.ଏନ.ଏ.): ଟକ ସହର ସମେତ ଏହାର ଉପକଣ୍ଠରେ ଗତ କିଛି ମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି।...

ପ୍ରେମିକାଙ୍କ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମିକ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜଧାନୀର ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ ହୋଇଛି । ମୃତ ଯୁବକ ଜଣକ ହେଲେ ଦୁର୍ଗାପ୍ରସାଦ ମିଶ୍ର। ଖଣ୍ଡଗିରି ଜାଗମରାସ୍ଥିତ...

କାର ଦୁର୍ଘଟଣାରେ ୬ ଗୁରୁତର

ଜି.ଉଦୟଗିରି,୫ା୮(ଡି.ଏନ.ଏ.): ଜି.ଉଦୟଗିରି ଥାନାଞ୍ଚଳ କଳିଙ୍ଗାରୁ ୨ କିମି ଦୂର ଗଦିଙ୍ଗିଆ ଛକଠାରେ ସୋମବାର ଅପରାହ୍ନ ୩ଟାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି...

ଦାଦନ ଖଟି ୩ ସନ୍ତାନ, ଶାଶୁଙ୍କ ବୋଝ ସମ୍ଭାଳୁଛନ୍ତି ତିଳୋତ୍ତମା

କର୍ଲାମୁଣ୍ଡା:୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଳୋତ୍ତମା ରଣା(୨୮)ସ୍ବାମୀଙ୍କ ବିୟୋଗ ପରେ ଦାଦନ ଖଟି ୩ ପିଲାଙ୍କ ସହ ଶାଶୁଙ୍କ...

ଝଡବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିଲା ପଲିଥିନ

ବିନିକା, ୨୭ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ଅଞ୍ଚଳରେ ଗତ ୫ଦିନ ହେଲା ଅଦିନିଆ ଝଡ ତୋଫାନ ସହ ବର୍ଷା ଲାଗି ରହିଛି। ଏଥିଯୋଗୁ ଧନଜୀବନ ବ୍ୟତିବ୍ୟସ୍ତ...

Advertisement
Archives

Model This Week