ନୂତନ ପର୍ଯ୍ୟଟନ ନୀତି

ଯେକୌଣସି ରାଷ୍ଟ୍ରର ଉନ୍ନତିରେ ପର୍ଯ୍ୟଟନ ଶିଳ୍ପର ଭୂମିକା ପ୍ରଣିଧାନଯୋଗ୍ୟ। ଅନ୍ୟ ସମସ୍ତ ନିବେଶ କ୍ଷେତ୍ରରେ ପରିବେଶକୁ ଧୂଆଁ ନିର୍ଗତ ହେଉଥିବା ସ୍ଥଳେ, ପର୍ଯ୍ୟଟନ ଶିଳ୍ପକୁ ଧୂମବିହୀନ ଶିଳ୍ପର ମାନ୍ୟତା ଦିଆଯାଏ। ଆରୁବା, ବ୍ରିଟିଶ ଉପଦ୍ୱୀପ, ମାଳଦ୍ୱୀପ, ସେଚିଲସ, ବାହାମସ ଆଦି ଅର୍ଥନୀତିରେ ମୋଟ ଘରୋଇ ଉତ୍ପାଦର ପ୍ରାୟତଃ ୩୦ ଶତକଡ଼ା ଏହି ପର୍ଯ୍ୟଟନ ଶିଳ୍ପରୁ ମିଳେ। ବିକାଶଶୀଳ ତଥା ତୃତୀୟ ବିଶ୍ୱର ଅର୍ଥନୀତିରେ ସ୍ଥାନୀୟ ଆଧାରିକ ସଂରଚନା ତଥା ନିୟୋଜନ ପ୍ରଦାନ କରି ବିକାଶମୁହଁ। କରେଇବାରେ ଧୂମବିହୀନ ଶିଳ୍ପର ଭୂମିକା ଅନେକ ଗୁରୁତ୍ୱ ବହନ କରେ।
ନିକଟରେ ପ୍ରଣୀତ ଓଡ଼ିଶାର ନୂତନ ପର୍ଯ୍ୟଟନ ନୀତିରେ ଆକର୍ଷଣୀୟ ପ୍ରସ୍ତାବ ମାନ ରହିଅଛି, ଯାହା ନିବେଶକାରୀଙ୍କୁ ଲୋଭ ଦେଖାଇ ଏହି ଧୂମବିହୀନ ଶିଳ୍ପ ଆଡ଼କୁ ନିମନ୍ତ୍ରଣ କରିବ। ରାଜ୍ୟ କ୍ୟାବିନେଟରେ ଅନୁମୋଦିତ ହୋଇ ଗେଜେଟ ଘୋଷଣାନାମା ସହ ପ୍ରକାଶ ପାଇଥିବା ଏହି ନୀତିରେ ଋଣରେ ବିଶେଷ ରିହାତି, ଭୂମି ପଞ୍ଜୀକରଣ ଦେୟଛାଡ଼, କିସମ ପରିବର୍ତ୍ତନ ଦେୟ ଛାଡ଼, ନିଯୁକ୍ତି ଦରରେ ରିହାତି ସହ ନିରନ୍ତର ବିକାଶ ବିଷୟକ ନିବେଶରେ ମଧ୍ୟ କିଛିକାଂଶରେ ରିହାତି ଦିଆଯାଇଅଛି। ଡିସେମ୍ବର ପହିଲା ପରଠୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ନିବେଶ ପରିପ୍ରେକ୍ଷୀରେ ଏହି ରିହାତି ପ୍ରଦାନ କରାଯିବ। ୫୦ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ଉପରେ ୩୦ ପ୍ରତିଶତର ରିହାତି ସହ ସର୍ବାଧିକ ୧୫ କୋଟି ପର୍ଯ୍ୟନ୍ତ ଛାଡ଼ର ପ୍ରାବଧାନ ରଖାଯାଇଅଛି। ପୁନଶ୍ଚ ୫୦ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ କ୍ଷେତ୍ରରେ ୩୦ ପ୍ରତିଶତ ରିହାତି ସହ ସର୍ବାଧିକ ୨୦ କୋଟିର ଛାଡ଼ ପ୍ରଦାନର ବ୍ୟବସ୍ଥା କରାଯାଇଅଛି। ଏଣୁ କୁହାଯାଇପାରିବ ସର୍ବାଧିକ ୨୦ କୋଟିର ରିହାତି ଏହି ନୀତି ମାଧ୍ୟମରେ ନିବେଶକ ଗଣ ପାଇପାରିବେ।
କିନ୍ତୁ କିଛି ସ୍ବତନ୍ତ୍ର ଅଞ୍ଚଳ ଯଥା ଚିଲିକା ହ୍ରଦ, ଅବିଭକ୍ତ କୋରାପୁଟ,ବଲାଙ୍ଗୀର ଓ କଳାହାଣ୍ତି ଜିଲା, କନ୍ଧମାଳ ଓ ଗଜପତି ଜିଲାରେ ନିବେଶ, ମହିଳା ତଥା ସମନ୍ବିତ ବର୍ଗଙ୍କ ଦ୍ୱାରା ପ୍ରାଧିକୃତ ନୂତନ ନିବେଶ ଆଦିରେ ଏହି ରିହାତିରେ ଅଧିକା ୫ ପ୍ରତିଶତ ଦାବି ଉଦ୍ୟୋକ୍ତା କରିପାରିବେ। ସରକାରଙ୍କ ଯୋଜନାରେ ଅଧିକୃତ ଇକୋ-ରିଟ୍ରିଟ ଏବଂ ସ୍ବତନ୍ତ୍ର ଚାହିଦା ଥିବା ସ୍ଥାନମାନଙ୍କରେ ତମ୍ବୁ ବ୍ୟବସ୍ଥାରେ ପର୍ଯ୍ୟଟନର ଆଖିଦୃଶିଆ ବିକାଶକୁ ନଜର ରଖି ଏହିସବୁ ନୂତନ ରିହାତି ଦର ବ୍ୟବସ୍ଥିତ କରାଯାଇଅଛି। ଜଳଜ ପର୍ଯ୍ୟଟନରେ ୨୫ ପ୍ରତିଶତ ରିହାତି, ସର୍ବାଧିକ ୫୦ ଲକ୍ଷର ପରିମାଣ ସହ ସ୍ଥିର କରାଯାଇଅଛି। ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଏହି ଯୋଜନାରେ ପୂର୍ବରୁ ଭଲ ସଫଳତା ଅର୍ଜନ ତଥା ଋଣ ଖିଲାପ କରି ନ ଥିବା ଉଦ୍ୟୋକ୍ତାମାନଙ୍କୁ ସୁଧ ଉପରେ ୫ ପ୍ରତିଶତର ରିହାତି, ଯାହା ଏକ କୋଟିର ସୀମା ମଧ୍ୟରେ ରହିବାର ବ୍ୟବସ୍ଥା କରାଯାଇଅଛି।
ଏହି ନିୟମରେ ଘରୋଇ ନିବେଶକୁ ପ୍ରୋତ୍ସାହନ ନିମନ୍ତେ ଷ୍ଟାମ୍ପ ଡ୍ୟୁଟିରେ ଶତ ପ୍ରତିଶତ ଛାଡ଼, ଜମିର କିସମ ପରିବର୍ତ୍ତନ କରରେ ଶତ ପ୍ରତିଶତ ଫେରସ୍ତର ବ୍ୟବସ୍ଥା ମଧ୍ୟ କରାଯାଇଅଛି। ଏହି ନୀତିରେ ଶକ୍ତି କ୍ଷେତ୍ରରେ ନିବେଶର ପ୍ରାରମ୍ଭିକ ୫ ବର୍ଷ ପର୍ଯ୍ୟନ୍ତ ୫ ମେଗା ଭୋଲ୍ଟ ଏମ୍ପାୟାରର ବିଦ୍ୟୁତ୍‌ କର ଛାଡ଼ର ବ୍ୟବସ୍ଥା ରହିଅଛି। ନୂତନ ତଥା ନବୀକରଣ ଯୋଗ୍ୟ ଶକ୍ତି ଉପଭୋଗ କ୍ଷେତ୍ରରେ ଉପାଂଶ ଖର୍ଚ୍ଚର ଅର୍ଦ୍ଧେକ ସରକାରଙ୍କ ଦ୍ୱାରା ବହନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଅଛି।
ରାଜ୍ୟ ମଧ୍ୟରେ ନିୟୋଜନର ବିକାଶ ନିମନ୍ତେ ଏହି ନିୟମରେ ଅନେକ ସହାୟତା ପ୍ରଦାନ କରାଯାଇଅଛି। ଯେକୌଣସି ନିୟୋଜନ କ୍ଷେତ୍ରରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ତଥା ସୁରକ୍ଷା ବୀମାର ବ୍ୟବସ୍ଥା ରହିଅଛି। ପର୍ଯ୍ୟଟନ ନୀତିରେ ଏହି ନିବେଶର ପ୍ରଥମ ପାଞ୍ଚ ବର୍ଷ ଉଦ୍ୟୋକ୍ତାଙ୍କ ଅଂଶ ସରକାରଙ୍କ ଦ୍ୱାରା ବହନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଅଛି। ପୁନଶ୍ଚ କର୍ମଚାରୀଙ୍କ ତାଲିମ ନିମନ୍ତେ ମୁଣ୍ତପିଛା ୨୦୦୦ ଟଙ୍କାର ଖର୍ଚ୍ଚ ସରକାର ବର୍ତ୍ତମାନ ବହନ କରିବେ ବୋଲି କଥା ଦେଇଅଛନ୍ତି।
ନିରନ୍ତର ବିକାଶ ତଥା ପରିବେଶର ସୁରକ୍ଷା ନିମନ୍ତେ ଏହି ନୀତିରେ ଅନେକ ବ୍ୟବସ୍ଥା କରାଯାଇଅଛି । ପରିବେଶ ନିରାପତ୍ତା ସଂରକ୍ଷଣ ସଂରଚନା କ୍ଷେତ୍ରରେ ବ୍ୟବହୃତ ବିନିମୟ ଉପଚାରିତ ଦ୍ରବ୍ୟ ଓ ବ୍ୟବସ୍ଥିତ ସ୍ଥାନାନ୍ତରଣ ଯୋଜନା କ୍ଷେତ୍ରରେ ୨୦ ପ୍ରତିଶତର ରିହାତି ହିସାବରେ ସର୍ବାଧିକ ୨୦ ଲକ୍ଷର ଛାଡ଼ ବ୍ୟବସ୍ଥା କରାଯାଇଅଛି।
ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟଟନ ସହାୟକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଯେଉଁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଭ୍ରମଣ ଉଦ୍ଦେଶ୍ୟରେ ନିଅନ୍ତି, ସେମାନଙ୍କୁ ସଂପୃକ୍ତ ଅଞ୍ଚଳର ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟରେ ପଞ୍ଜୀକରଣ କରେଇବାକୁ ପଡ଼େ। ସେହି ପଞ୍ଜୀକରଣ ଦେୟରେ ୭୫ ପ୍ରତିଶତ ରିହାତି ସହ ବିଭିନ୍ନ ସ୍ଥାନରେ ପ୍ରବେଶ ଶୁଳ୍କ ଉପରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଅଛି। ମୋଟ ଉପରେ କୁହାଯାଇପାରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ନିମନ୍ତେ ଏହା ଏକ ମାଇଲସ୍ତମ୍ଭ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସବୁ ନିୟମ ସହ ଅନାବିଷ୍କୃତ ସ୍ଥାନମାନଙ୍କରେ ଉପଯୁକ୍ତ ଆଧାରିକ ସଂରଚନାର ବିକାଶ ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସଂପୃକ୍ତ ସ୍ଥାନମାନଙ୍କୁ ଉପଯୁକ୍ତ ସ୍ଥାନ ଦେଇପାରିଲେ ରାଜ୍ୟର ପ୍ରଭୂତ ଉନ୍ନତି ସାଧିତ ହେଇପାରିବ।
ମୋ-୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?