ନୂତନ ପର୍ଯ୍ୟଟନ ନୀତି

ଯେକୌଣସି ରାଷ୍ଟ୍ରର ଉନ୍ନତିରେ ପର୍ଯ୍ୟଟନ ଶିଳ୍ପର ଭୂମିକା ପ୍ରଣିଧାନଯୋଗ୍ୟ। ଅନ୍ୟ ସମସ୍ତ ନିବେଶ କ୍ଷେତ୍ରରେ ପରିବେଶକୁ ଧୂଆଁ ନିର୍ଗତ ହେଉଥିବା ସ୍ଥଳେ, ପର୍ଯ୍ୟଟନ ଶିଳ୍ପକୁ ଧୂମବିହୀନ ଶିଳ୍ପର ମାନ୍ୟତା ଦିଆଯାଏ। ଆରୁବା, ବ୍ରିଟିଶ ଉପଦ୍ୱୀପ, ମାଳଦ୍ୱୀପ, ସେଚିଲସ, ବାହାମସ ଆଦି ଅର୍ଥନୀତିରେ ମୋଟ ଘରୋଇ ଉତ୍ପାଦର ପ୍ରାୟତଃ ୩୦ ଶତକଡ଼ା ଏହି ପର୍ଯ୍ୟଟନ ଶିଳ୍ପରୁ ମିଳେ। ବିକାଶଶୀଳ ତଥା ତୃତୀୟ ବିଶ୍ୱର ଅର୍ଥନୀତିରେ ସ୍ଥାନୀୟ ଆଧାରିକ ସଂରଚନା ତଥା ନିୟୋଜନ ପ୍ରଦାନ କରି ବିକାଶମୁହଁ। କରେଇବାରେ ଧୂମବିହୀନ ଶିଳ୍ପର ଭୂମିକା ଅନେକ ଗୁରୁତ୍ୱ ବହନ କରେ।
ନିକଟରେ ପ୍ରଣୀତ ଓଡ଼ିଶାର ନୂତନ ପର୍ଯ୍ୟଟନ ନୀତିରେ ଆକର୍ଷଣୀୟ ପ୍ରସ୍ତାବ ମାନ ରହିଅଛି, ଯାହା ନିବେଶକାରୀଙ୍କୁ ଲୋଭ ଦେଖାଇ ଏହି ଧୂମବିହୀନ ଶିଳ୍ପ ଆଡ଼କୁ ନିମନ୍ତ୍ରଣ କରିବ। ରାଜ୍ୟ କ୍ୟାବିନେଟରେ ଅନୁମୋଦିତ ହୋଇ ଗେଜେଟ ଘୋଷଣାନାମା ସହ ପ୍ରକାଶ ପାଇଥିବା ଏହି ନୀତିରେ ଋଣରେ ବିଶେଷ ରିହାତି, ଭୂମି ପଞ୍ଜୀକରଣ ଦେୟଛାଡ଼, କିସମ ପରିବର୍ତ୍ତନ ଦେୟ ଛାଡ଼, ନିଯୁକ୍ତି ଦରରେ ରିହାତି ସହ ନିରନ୍ତର ବିକାଶ ବିଷୟକ ନିବେଶରେ ମଧ୍ୟ କିଛିକାଂଶରେ ରିହାତି ଦିଆଯାଇଅଛି। ଡିସେମ୍ବର ପହିଲା ପରଠୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ନିବେଶ ପରିପ୍ରେକ୍ଷୀରେ ଏହି ରିହାତି ପ୍ରଦାନ କରାଯିବ। ୫୦ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ଉପରେ ୩୦ ପ୍ରତିଶତର ରିହାତି ସହ ସର୍ବାଧିକ ୧୫ କୋଟି ପର୍ଯ୍ୟନ୍ତ ଛାଡ଼ର ପ୍ରାବଧାନ ରଖାଯାଇଅଛି। ପୁନଶ୍ଚ ୫୦ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ କ୍ଷେତ୍ରରେ ୩୦ ପ୍ରତିଶତ ରିହାତି ସହ ସର୍ବାଧିକ ୨୦ କୋଟିର ଛାଡ଼ ପ୍ରଦାନର ବ୍ୟବସ୍ଥା କରାଯାଇଅଛି। ଏଣୁ କୁହାଯାଇପାରିବ ସର୍ବାଧିକ ୨୦ କୋଟିର ରିହାତି ଏହି ନୀତି ମାଧ୍ୟମରେ ନିବେଶକ ଗଣ ପାଇପାରିବେ।
କିନ୍ତୁ କିଛି ସ୍ବତନ୍ତ୍ର ଅଞ୍ଚଳ ଯଥା ଚିଲିକା ହ୍ରଦ, ଅବିଭକ୍ତ କୋରାପୁଟ,ବଲାଙ୍ଗୀର ଓ କଳାହାଣ୍ତି ଜିଲା, କନ୍ଧମାଳ ଓ ଗଜପତି ଜିଲାରେ ନିବେଶ, ମହିଳା ତଥା ସମନ୍ବିତ ବର୍ଗଙ୍କ ଦ୍ୱାରା ପ୍ରାଧିକୃତ ନୂତନ ନିବେଶ ଆଦିରେ ଏହି ରିହାତିରେ ଅଧିକା ୫ ପ୍ରତିଶତ ଦାବି ଉଦ୍ୟୋକ୍ତା କରିପାରିବେ। ସରକାରଙ୍କ ଯୋଜନାରେ ଅଧିକୃତ ଇକୋ-ରିଟ୍ରିଟ ଏବଂ ସ୍ବତନ୍ତ୍ର ଚାହିଦା ଥିବା ସ୍ଥାନମାନଙ୍କରେ ତମ୍ବୁ ବ୍ୟବସ୍ଥାରେ ପର୍ଯ୍ୟଟନର ଆଖିଦୃଶିଆ ବିକାଶକୁ ନଜର ରଖି ଏହିସବୁ ନୂତନ ରିହାତି ଦର ବ୍ୟବସ୍ଥିତ କରାଯାଇଅଛି। ଜଳଜ ପର୍ଯ୍ୟଟନରେ ୨୫ ପ୍ରତିଶତ ରିହାତି, ସର୍ବାଧିକ ୫୦ ଲକ୍ଷର ପରିମାଣ ସହ ସ୍ଥିର କରାଯାଇଅଛି। ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଏହି ଯୋଜନାରେ ପୂର୍ବରୁ ଭଲ ସଫଳତା ଅର୍ଜନ ତଥା ଋଣ ଖିଲାପ କରି ନ ଥିବା ଉଦ୍ୟୋକ୍ତାମାନଙ୍କୁ ସୁଧ ଉପରେ ୫ ପ୍ରତିଶତର ରିହାତି, ଯାହା ଏକ କୋଟିର ସୀମା ମଧ୍ୟରେ ରହିବାର ବ୍ୟବସ୍ଥା କରାଯାଇଅଛି।
ଏହି ନିୟମରେ ଘରୋଇ ନିବେଶକୁ ପ୍ରୋତ୍ସାହନ ନିମନ୍ତେ ଷ୍ଟାମ୍ପ ଡ୍ୟୁଟିରେ ଶତ ପ୍ରତିଶତ ଛାଡ଼, ଜମିର କିସମ ପରିବର୍ତ୍ତନ କରରେ ଶତ ପ୍ରତିଶତ ଫେରସ୍ତର ବ୍ୟବସ୍ଥା ମଧ୍ୟ କରାଯାଇଅଛି। ଏହି ନୀତିରେ ଶକ୍ତି କ୍ଷେତ୍ରରେ ନିବେଶର ପ୍ରାରମ୍ଭିକ ୫ ବର୍ଷ ପର୍ଯ୍ୟନ୍ତ ୫ ମେଗା ଭୋଲ୍ଟ ଏମ୍ପାୟାରର ବିଦ୍ୟୁତ୍‌ କର ଛାଡ଼ର ବ୍ୟବସ୍ଥା ରହିଅଛି। ନୂତନ ତଥା ନବୀକରଣ ଯୋଗ୍ୟ ଶକ୍ତି ଉପଭୋଗ କ୍ଷେତ୍ରରେ ଉପାଂଶ ଖର୍ଚ୍ଚର ଅର୍ଦ୍ଧେକ ସରକାରଙ୍କ ଦ୍ୱାରା ବହନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଅଛି।
ରାଜ୍ୟ ମଧ୍ୟରେ ନିୟୋଜନର ବିକାଶ ନିମନ୍ତେ ଏହି ନିୟମରେ ଅନେକ ସହାୟତା ପ୍ରଦାନ କରାଯାଇଅଛି। ଯେକୌଣସି ନିୟୋଜନ କ୍ଷେତ୍ରରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ତଥା ସୁରକ୍ଷା ବୀମାର ବ୍ୟବସ୍ଥା ରହିଅଛି। ପର୍ଯ୍ୟଟନ ନୀତିରେ ଏହି ନିବେଶର ପ୍ରଥମ ପାଞ୍ଚ ବର୍ଷ ଉଦ୍ୟୋକ୍ତାଙ୍କ ଅଂଶ ସରକାରଙ୍କ ଦ୍ୱାରା ବହନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଅଛି। ପୁନଶ୍ଚ କର୍ମଚାରୀଙ୍କ ତାଲିମ ନିମନ୍ତେ ମୁଣ୍ତପିଛା ୨୦୦୦ ଟଙ୍କାର ଖର୍ଚ୍ଚ ସରକାର ବର୍ତ୍ତମାନ ବହନ କରିବେ ବୋଲି କଥା ଦେଇଅଛନ୍ତି।
ନିରନ୍ତର ବିକାଶ ତଥା ପରିବେଶର ସୁରକ୍ଷା ନିମନ୍ତେ ଏହି ନୀତିରେ ଅନେକ ବ୍ୟବସ୍ଥା କରାଯାଇଅଛି । ପରିବେଶ ନିରାପତ୍ତା ସଂରକ୍ଷଣ ସଂରଚନା କ୍ଷେତ୍ରରେ ବ୍ୟବହୃତ ବିନିମୟ ଉପଚାରିତ ଦ୍ରବ୍ୟ ଓ ବ୍ୟବସ୍ଥିତ ସ୍ଥାନାନ୍ତରଣ ଯୋଜନା କ୍ଷେତ୍ରରେ ୨୦ ପ୍ରତିଶତର ରିହାତି ହିସାବରେ ସର୍ବାଧିକ ୨୦ ଲକ୍ଷର ଛାଡ଼ ବ୍ୟବସ୍ଥା କରାଯାଇଅଛି।
ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟଟନ ସହାୟକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଯେଉଁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଭ୍ରମଣ ଉଦ୍ଦେଶ୍ୟରେ ନିଅନ୍ତି, ସେମାନଙ୍କୁ ସଂପୃକ୍ତ ଅଞ୍ଚଳର ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟରେ ପଞ୍ଜୀକରଣ କରେଇବାକୁ ପଡ଼େ। ସେହି ପଞ୍ଜୀକରଣ ଦେୟରେ ୭୫ ପ୍ରତିଶତ ରିହାତି ସହ ବିଭିନ୍ନ ସ୍ଥାନରେ ପ୍ରବେଶ ଶୁଳ୍କ ଉପରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଅଛି। ମୋଟ ଉପରେ କୁହାଯାଇପାରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ନିମନ୍ତେ ଏହା ଏକ ମାଇଲସ୍ତମ୍ଭ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସବୁ ନିୟମ ସହ ଅନାବିଷ୍କୃତ ସ୍ଥାନମାନଙ୍କରେ ଉପଯୁକ୍ତ ଆଧାରିକ ସଂରଚନାର ବିକାଶ ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସଂପୃକ୍ତ ସ୍ଥାନମାନଙ୍କୁ ଉପଯୁକ୍ତ ସ୍ଥାନ ଦେଇପାରିଲେ ରାଜ୍ୟର ପ୍ରଭୂତ ଉନ୍ନତି ସାଧିତ ହେଇପାରିବ।
ମୋ-୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri