‘ନ୍ୟୁ ଶେପାର୍ଡ’ ଡିଜାଇନର

ମହାକାଶକୁ ଯାତ୍ରା। ପିଲା ବେଳେ ସମସ୍ତେ ଏମିତି ବିଷୟରେ ନିଶ୍ଚିତ ପଢ଼ିଥିବେ। ତେବେ ବିଶେଷ ଭାବେ ପ୍ରଶିକ୍ଷିତ ଓ ସେ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଆହରଣ କରିଥିବା ମହାକାଶଚାରୀମାନେ ହିଁ କେବଳ ମହାକାଶକୁ ଯାଇଥାଆନ୍ତି ବୋଲି ଧାରଣା ରହିଆସିଥିଲା। ହେଲେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ପରେ ଏବେ ସାଧାରଣ ଯାତ୍ରୀ ମହାକାଶ ଯାଇପାରିବାର ରାସ୍ତା ଖୋଲିଯାଇଛି। ଅବଶ୍ୟ ବର୍ତ୍ତମାନ ସମୟରେ ଏହି ମହାକାଶ ପର୍ଯ୍ୟଟନରେ କେବଳ ଧନୀ ଲୋକମାନେ ଏହାର ସୁଯୋଗ ନେଇ ପାରିବେ। ୧୧ ଜୁଲାଇରେ ଭର୍ଜିନ୍‌ ଗାଲାକ୍ଟିକ୍‌ ପ୍ରତିଷ୍ଠାତା ଚିଚାର୍ଡ ବ୍ରାନ୍‌ସନ ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଯାଇଥିବା ଅନ୍ୟ ସହଯାତ୍ରୀଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସିରିସା ବାନ୍ଦାଲା ଥିଲେ। ସେ କଳ୍ପନା ଚାଓ୍ବଲା ଓ ସୁନୀତା ଉଲିୟମ୍ସଙ୍କ ପରେ ମହାକାଶ ଯିବାରେ ତୃତୀୟ ଭାରତୀୟ ବଂଶୋଦ୍ଭବ ବୋଲି ପରିଗଣିତ ହୋଇଛନ୍ତି। ସିରିସାଙ୍କ ସଫଳତାକୁ ସପ୍ତାହେ ପୂରି ନାହିଁ, ଆଉ ଜଣେ ଭାରତ ଜନ୍ମିତ ମହିଳା ସଞ୍ଜଲ ଗାଭାଣ୍ଡେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ସହ ୨୦ ଜୁଲାଇରେ ମହାକାଶକୁ ଯିବା ଲାଗି କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଖବର ପ୍ରକାଶ ପାଇଛି। ‘ବ୍ଲୁ ଅରିଜିନ୍‌’ରେ ସିଷ୍ଟମ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ୩୦ ବର୍ଷୀୟା ସଞ୍ଜଲଙ୍କ ପିଲା ଦିନର ସ୍ବପ୍ନ ଥିଲା ମହାକାଶଯାତ୍ରା କରନ୍ତେ କି । ଖୁବ୍‌ ଶୀଘ୍ର ତାଙ୍କ ଇଚ୍ଛା ପୂରଣ ହେବାକୁ ଥିବାରୁ ସେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ‘ନ୍ୟୁ ଶେପାର୍ଡ’ ରକେଟ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୁବ ଇଞ୍ଜିନିୟର ସଞ୍ଜଲଙ୍କ ବିଷୟରେ ଜାଣିବା ଲାଗି ଭାରତୀୟମାନେ ଆଗ୍ରହ ରଖିବା ସ୍ବାଭାବିକ।
ସଞ୍ଜଲ ମହାରାଷ୍ଟ୍ରର କଲ୍ୟାଣରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ ଗାଭାଣ୍ଡେ କଲ୍ୟାଣ-ଡୋମ୍ବିଭ୍ଲି ମହାନଗର ନିଗମର ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ମାତା ସୁରେଖା ହେଉଛନ୍ତି ଏମ୍‌ଟିଏନ୍‌ଏଲ୍‌ର ପୂର୍ବତନ କର୍ମଚାରୀ। ମଡେଲ ହାଇସ୍କୁଲରୁ ମାଟ୍ରିକ ଶେଷ କରିବା ପରେ ସଞ୍ଜଲ ବିର୍ଲା କଲେଜରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍‌ ଇଞ୍ଜିନିୟରିଂ ପାଠ ସମାପ୍ତ କରିବା ପରେ ସ୍ନାତକୋତ୍ତର ଲାଗି ଆମେରିକାର ମିଚିଗାନ୍‌ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ସେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଏରୋସ୍ପେଶ୍‌ ବିଷୟ ରଖି ଅଧ୍ୟୟନ କରିଥିଲେ। ତେବେ ଝିଅ ଏରୋସ୍ପେଶ୍‌ ଭଳି କ୍ଲିଷ୍ଟ ବିଷୟ ନେଇ କାହିଁକି ପଢ଼ିଲେ ବୋଲି ତାଙ୍କୁ ସେତେବେଳେ ଅନେକେ ପ୍ରଶ୍ନ କରିଥିଲେ ବୋଲି ମାତା ସୁରେଖା କହନ୍ତି। ସତରେ ଝିଅ ଏଭଳି କଷ୍ଟକର ପାଠ ପଢ଼ି ସଫଳ ହୋଇପାରିବ ନା ନାହିଁ ସେ ନେଇ ମା’ଙ୍କ ସନ୍ଦେହ ଥିଲା। ଏବେ ଯେତେବେଳେ ଝିଅ ଏରୋସ୍ପେଶ୍‌ ରକେଟ ଡିଜାଇନ୍‌ କରି ଏ ଦିଗରେ ସିଦ୍ଧିଲାଭ କରିପାରିଛି, ତାହା ଦ୍ୱାରା ପରିବାରବର୍ଗ ଗର୍ବିତ ବୋଲି ସୁରେଖା କହିଛନ୍ତି। ସଞ୍ଜଲଙ୍କ ନିଯୁକ୍ତି କ୍ୟାରିୟର ଦେଖିଲେ ସ୍ନାତକୋତ୍ତର ପରେ ସେ ଓ୍ବିସ୍‌କନ୍‌ସିନ୍‌ଠାରେ ‘ମର୍କ୍ୟୁରି ମରିନ୍‌’ ଏବଂ କାଲିଫର୍ନିଆର ‘ଟୟୋଟା ରେସିଂ ଡେଭଲପ୍‌ମେଣ୍ଟ’ରେ କାମ କରିବାର ସୁଯୋଗ ପାଇଥିଲେ। ସପ୍ତାହାନ୍ତ ଛୁଟି ଦିନରେ ସେ ତାଙ୍କ ସ୍ବପ୍ନକୁ ପୂରଣ କରିବା ସକାଶେ ବିମାନ ଉଡ଼ାଣ ପ୍ରଶିକ୍ଷଣ ନେଇଥିଲେ। ୨୦୧୬ରେ କମର୍ସିଆଲ୍‌ ପାଇଲଟ୍‌ ଲାଇସେନ୍ସ ପାଇବା ପରେ ତାଙ୍କ ପ୍ରଚେଷ୍ଟାର ପ୍ରାରମ୍ଭିକ ସୋପନରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଫଳରେ ଆତ୍ମପ୍ରତ୍ୟୟ ସୃଷ୍ଟି ହେବାରୁ ସଞ୍ଜଲ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ରେ ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ ନାଗରିକତ୍ୱଜନିତ ସମସ୍ୟା ଯୋଗୁ ତାଙ୍କୁ ଚୟନ କରାଯାଇ ନ ଥିଲା। ଏଥିରେ ସେ ଅବଚଳିତ ହୋଇଯାଇଥିଲେ। ତଥାପି ଧୈର୍ଯ୍ୟ ନ ହରାଇ ସିଆଟିଲସ୍ଥିତ ‘ବ୍ଲ୍ୟୁ ଅରିଜିନ୍‌’ ପାଇଁ ଆବେଦନ କରିଥିଲେ। ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ତାଙ୍କୁ ସିଷ୍ଟମ୍‌ ଇଞ୍ଜିନିୟର ପଦବୀ ମିଳିଥିଲା। ନିଷ୍ଠାର ସହ କାର୍ଯ୍ୟ କରିବାରୁ ତାଙ୍କୁ ନୂଆ ପ୍ରକଳ୍ପ ‘ନ୍ୟୁ ଶେପାର୍ଡ’ ରକେଟ ନିର୍ମାଣ ଲାଗି ବଛାଯାଇଥିଲା। ତାଙ୍କ ସଂଘର୍ଷମୟ ଜୀବନ ଆଉ ଦୁଇ ଦିନ ପରେ ଅର୍ଥାତ୍‌ ୨୦ ଜୁଲାଇରେ ନୂଆ ସଫଳତା ଦେଖିବ ବୋଲି ସେ ଆଶା ରଖିଛନ୍ତି।
ନାସାରେ କାମ କରିବାର ସୁଯୋଗ ପାଇ ନ ଥିବା ଝିଅଟିଏ ପାଇଁ ଏତେ ବଡ଼ ସଫଳତା ଲୁଚି ଅପେକ୍ଷା କରିଥିଲା ବୋଲି କୁହାଯାଇପାରେ। କିନ୍ତୁ ଆଜିର ଅତ୍ୟାଧୁନିକ ଯୁଗରେ ଯେତେବେଳେ ପ୍ରତ୍ୟେକ ସଫଳ ହେବା ପାଇଁ ଏକ ଦୌଡ଼ରେ ଅଛନ୍ତି, ସେତେବେଳେ ନାରୀ ମଧ୍ୟ ପୁରୁଷ ସହ ସମକକ୍ଷ ବୋଲି ବାରମ୍ବାର ପ୍ରମାଣିତ କରିପାରୁଛି। ଲକ୍ଷ୍ୟ ହାସଲ ଦିଗରେ ସଞ୍ଜଲଙ୍କ ଦୌଡ଼କୁ ଦେଖି ସେଥିରୁ ଯୁବପିଢ଼ି ପ୍ରେରଣା ପାଇବା ଦରକାର।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri