ଭିଡିଓ ରେକର୍ଡିଂରେ ହେବ ଯୁକ୍ତ ୨ ପାଠପଢ଼ା: ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଏହା ମାଧ୍ୟମରେ ଅନ୍‌ଲାଇନ କ୍ଲାସ ନେବେ ଅଧ୍ୟାପକମାନେ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବୃନ୍ଦାବନ ବେହେରା ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ ଲିଙ୍କ୍‌ ଯୋଗାଇଦେବେ ଅଧ୍ୟାପକମାନେ। ପ୍ରତି ୧୫ ଦିନରେ ଥରେ ଅନ୍‌ଲାଇନ ଡାଉଟ କ୍ଲିଅରିଂ କ୍ଲାସ ନେବେ। ଅନ୍‌ଲାଇନ କ୍ଲାସ ସଠିକ ଭାବେ ଚାଲିଛି ନା ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ।
ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି, ଗଣିତର, ଆକାଉଣ୍ଟାନ୍ସିଂ ଓ ବିଜନେନ୍ସ ମ୍ୟାଥମେଟିକ୍ସର ଭିଡିଓ ହେବ। ଶିକ୍ଷକଙ୍କ ଦ୍ୱାରା ଏ ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍‌ କରାଯିବ। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଶିକ୍ଷକଙ୍କୁ ନେଇ ଭିଡିଓ ସୁଟିଂ ହେବ। ଭିଡିଓ ସୁଟିଂ ପୂର୍ବରୁ ମଧ୍ୟାପକଙ୍କୁ ବୁଧବାରରୁ ୨ ଦିନିଆ ତାଲିମ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବେହେରା ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ...

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର...

ରାଜଧାନୀରେ ଚାଞ୍ଚଲ୍ୟ; ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ଗୁରୁବାର କଟା ହାତ, ଗୋଡ଼ ଜବତ ହୋଇଛି। ଏହା କାହାର, ଏଠାକୁ କିପରି ଆସିଲା ତାହା ଏଯାଏ...

ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା,୨୦।୧(ସ୍ବ. ପ୍ର.)  ଗାଁକୁ ଭଲ ରାସ୍ତା ନଥିବାରୁ ଜଣେ ବୃଦ୍ଧଙ୍କୁ ଆମ୍ବୁଲାନ୍ସ ଯାଇ ଆଣି ନ ପାରିବାରୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା।...

୩ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୧୮୯୩...

କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୪।୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌...

ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରି ଯୁବକ ଗିରଫ

ଚଣ୍ଡିଖୋଲ,୬।୪(ଡି.ଏନ.ଏ): ସୋସିଆଲ ମିଡିଆରେ ବିଭିନ୍ନ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବା ସହ ବିଭିନ୍ନ ଜାତିଧର୍ମ ସମ୍ପର୍କିତ ଲେଖା ପୋଷ୍ଟ କରି ବାଲିଚନ୍ଦ୍ରପୁର ପଞ୍ଚାୟତର ପୂର୍ଣ୍ଣ ମିଶ୍ର...

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ...

Advertisement
Archives

Model This Week