Posted inଖେଳ

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିବାର ଦାବିଦାର ହୋଇଛନ୍ତି…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ଫାଇନାଲ ପରାଜୟ ପରେ ଏହି ବିଜୟ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ଏହି ସିରିଜ୍‌ରେ ସାମିଲ କରିଥିଲା। ଯୁବ ଖେଳାଳିଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଖେଳାଳି ମଧ୍ୟ ରନ୍‌ ସଂଗ୍ରହ କରି ଫର୍ମକୁ ଫେରିବା ଭାରତୀୟ ଦଳ ପାଇଁ ଏକ ଶୁଭ ସଙ୍କେତ। ଯୁବ ଖେଳାଳିଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିବାର ଦାବିଦାର ହୋଇଛନ୍ତି। ପଦାର୍ପଣ ସିରିଜ୍‌ ଖେଳିଥିବା ଜୟସ୍ବାଲ ୨୬୦ ରନ୍‌ କରି ସିରିଜ୍‌ର ସର୍ବାଧିକ ରନ୍‌ ହାସଲକାରୀ ରହିଥିଲେ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଗୋଟିଏ ଲେଖାଏ ଶତକ ସହିତ ଯଥାକ୍ରମେ ୨୪୦ ଓ ୧୯୭ ରନ୍‌ ସଂଗ୍ରହ କରିଥିଲେ। ଏହି ଦଳ ଆସନ୍ତା ସିରିଜରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ଦଳ ବେଶ୍‌ ଶକ୍ତିଶାଳୀ ରହିଥିବା ବେଳେ ସେଠିକାର ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇଥାଏ। ଏହା ଭାରତୀୟ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଜୟସ୍ବାଲଙ୍କ ବ୍ୟାଟିଂ: ଭାରତୀୟ ଦଳରେ ଓପନିଂ ବ୍ୟାଟର ଭାବରେ ଯଶସ୍ବୀ ଜୟସ୍ବାଲଙ୍କୁ ସାମିଲ କରାଯାଇଥିବା ବେଳେ ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ପଦାର୍ପଣ ମ୍ୟାଚରେ ୩୮୭ ବଲ୍‌ର ମାରାଥନ ଇନିଂସ ଖେଳି ସେ କ୍ରିକେଟର ଲମ୍ବା ଫର୍ମାଟ ପାଇଁ ତିଆରି ହୋଇଛନ୍ତି ବୋଲି ପ୍ରମାଣିତ କରିଥିଲେ। ଏହା ସହିତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୦ ବଲ୍‌ରୁ ୩୮ ରନ୍‌ର ଇନିଂସ ଖେଳିବା ସହିତ ନିଜ ମଧ୍ୟରେ ଥିବା ବିବିଧତାର ଏକ ନିଦର୍ଶନ ଦେଖାଇଥିଲେ। ଆଗାମୀ ଦିନ ଜୟସ୍ବାଲଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ା ତେବେ ଏହି ପ୍ରତିଭାଶାଳୀ ଖେଳାଳି ଜଣଙ୍କ କିଭଳି ଏହାର ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ରାହାନେ, ଉନାଡକଟଙ୍କ ଅଡୁଆ ବଢ଼ିଲା: ଡବ୍ଲ୍ୟୁଟିସି ଫାଇନାଲରେ ଦମ୍‌ଦାର ପ୍ରଦର୍ଶନ ସହିତ ଭାରତୀୟ ଦଳର ଉପଅଧିନାୟକ ପଦ ପାଇଥିବା ଅଜିଙ୍କ୍ୟ ରାହାନେଙ୍କ ଅଡୁଆ ବଢିବାରେ ଲାଗିଛି। କାରବିୟାନ ମାଟିର ଧିମା ପିଚ୍‌ରେ ଉଭୟ ଟେଷ୍ଟରେ ରାହାନେଙ୍କ ବ୍ୟାଟ ନୀରବ ରହିଥିଲା। ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ହୋଇ ଫେରିଲେ ଦଳରେ ସ୍ଥାନ ପାଇବା ରାହାନେଙ୍କ ପାଇଁ କଷ୍ଟକର ହୋଇପାରେ। ତେବେ ବିଦେଶରେ ଭଲ ରେକର୍ଡ ରଖୁଥିବା ରାହାନେଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଅନ୍ୟ ପକ୍ଷରେ ଏହା ଉନାଡକଟଙ୍କ ପାଇଁ ଶେଷ ଟେଷ୍ଟ ଭାବରେ ବିବେଚନା କରାଯାଉଛି। ଦୁଇଟି ଯାକ ଟେଷ୍ଟରେ ଉଇକେଟ ଶୂନ୍ୟ ରହିଥିବା ଉନାଡକଟଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ମୁକେଶ ତୃତୀୟ ସିମର: ଘରୋଇ କ୍ରିକେଟରେ ଦୀର୍ଘ ୭ ବର୍ଷ ଧରି ଖେଳିବା ପରେ ମୁକେଶ କୁମାରଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ପ୍ରଥମ ଟେଷ୍ଟରେ ମାତ୍ର ଦୁଇ ଉଇକେଟ ପାଇଥିଲେ ହେଁ ଫ୍ଲାଟ ଓ ବ୍ୟାଟିଂ ସହାୟକ ଟ୍ରାକ୍‌ରେ ତାଙ୍କ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଛି। ତୃତୀୟ ସିମ୍‌ ବୋଲର ଭାବରେ ଭାରତୀୟ ଦଳରେ ଯେଉଁ ସମସ୍ୟା ଥିଲା ମୁକେଶ ତାହାକୁ ଦୂର କରିପାରିବେ। ତାଙ୍କ ନିକଟରେ ପେସ୍‌ ନ ଥିଲେ ମଧ୍ୟ କଟର୍‌ ଓ ବୋଲିଂ ବିବିଧତା ତାଙ୍କୁ ଜଣେ ଘାତକ ବୋଲରଭାବେ ପ୍ରମାଣିତ କରିଛି। ମହମ୍ମଦ ଶାମି ଓ ସିରାଜଙ୍କ ପରେ ସେ ତୃତୀୟ ବୋଲର ଦାୟିତ୍ୱ ନିର୍ବାହ କରିବେ। ୨୦୦୮-୧୧ ମଧ୍ୟରେ ମୁନାଫ ପଟେଲ ଯେଉଁ ଭୂମିକା ନିର୍ବାହ କରିଥିଲେ ମୁକେଶଙ୍କୁ ସେଥିରେ ଦେଖିବାକୁ ମିଳିବ।
ପନ୍ତଙ୍କ ସ୍ଥାନରେ କିଶନ: ଗତ ସିରିଜରେ ପଦାର୍ପଣ ସୁଯୋଗ ପାଇଥିଲେ ଇଶାନ କିଶନ। ପ୍ରଥମ ଟେଷ୍ଟରେ ବିଶେଷ ସୁଯୋଗ ପାଇ ନ ଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ୩୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଶ୍ରୀକର ଭରତଙ୍କୁ ୫ ଟେଷ୍ଟରେ ସୁଯୋଗ ମିଳିଥିବା ବେଳେ ସେ ସଫଳ ହୋଇ ନ ଥିଲେ। ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି କିଶନ ତାଙ୍କୁ ପଛରେ ଛାଡି ଦେଇଛନ୍ତି। ତେବେ ଭରତ ବ୍ୟାଟିଂ କରିଥିବା ଟ୍ରାକ୍‌ ଓ ଇଶାନ୍‌ ବ୍ୟାଟିଂ କରିଥିବା ଟ୍ରାକ୍‌ ସମ୍ପୂର୍ଣ୍ଣ ଭିନ୍ନ । ଦକ୍ଷିଣ ଆଫ୍ରିକାର ବାଉନ୍ସ ଟ୍ରାକ୍‌ରେ ଇଶାନ୍‌ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?