Posted inଜାତୀୟ

ସକାଳ ସାଢେ ସାତଟାରୁ ପୂଜାରୁ ଆରମ୍ଭ ହେବ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ଦିନ ୧୨ଟାରେ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ସକାଳ ୭ଟାରେ ପୂଜାପୂଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ସକାଳ ସାଢେ ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ପୂଜା କରାଯିବ। ପୂଜା ପାଇଁ ପଣ୍ଡାଲ ଗାନ୍ଧୀଙ୍କ ମୂର୍ତ୍ତି ନିକଟରେ ଲାଗିବ।
ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭା ସ୍ପିକର ଓମ ବିର୍ଲା, ରାଜ୍ୟ ସଭା ଡେପୁଟି ଚେୟାରମ୍ୟାନଙ୍କ ସମେତ କେତେଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ଏହାପରେ ସକାଳ୮ଟା ୩୦ରୁ ୯ଟା ମଧ୍ୟରେ ଲୋକ ସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ। ସକାଳ ୯ଟା ୩୦ରେ ଏକ ପ୍ରାର୍ଥନା ସଭା ହେବ, ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ ଏବଂ ସାଧୁ ଉପସ୍ଥିତ ରହିବେ। ଏହା ବ୍ୟତୀତ ଆଦି ଶିବ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କୁ ପୂଜା କରିବାର ସମ୍ଭାବନା ମଧ୍ୟ ରହିଛି।

ସକାଳେ ପୂଜା ଓ ହବନ ପରେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ମଧ୍ୟ କରାଯିବ। ଏହାପରେ ରାଜ୍ୟ ସଭାର ଡେପୁଟି ଚେୟାରମ୍ୟାନ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢିବେ। ଏହି ଅବସରରେ ରାଜ୍ୟ ସଭାରେ ବିରୋଧୀ ଦଳର ନେତାଙ୍କର ମଧ୍ୟ ସମ୍ବୋଧିତ ରହିବ।

ଏହି ଅବସରରେ ଏକ ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ଏବଂ ଏହା ସହ ସେ ନୂଆ ସଂସଦ ଭବନର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଦିନ ପ୍ରାୟ ୨ରୁ ୨ଟା ୩୦ ମଧ୍ୟରେ ଏହି ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ମୁମ୍ବାଇବାସୀ: କରୋନାରେ ସଂକ୍ରମିତ ସଫେଇ କର୍ମଚାରୀ

ମୁମ୍ବାଇ,୨।୪: ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି)ର ଜଣେ ସଫେଇ କର୍ମଚାରୀ ଓ୍ବର୍ଲିରେ କାମ କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ଉକ୍ତ ୫୨...

କଶ୍ମୀରୀ ପଣ୍ଡିତଙ୍କ ପ୍ରତି ଅନ୍ୟାୟ ହୋଇଛି: ରାହୁଲ

ଜମ୍ମୁ,୨୩।୧: କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ସମୟରେ କଶ୍ମୀରୀ ପଣ୍ଡିତମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ସେମାନଙ୍କ ସମ୍ପର୍କରେ...

‘ମୁଁ ଇନ୍ଦିରାଜୀଙ୍କ ବୋହୂ, କାହାକୁ ଡରେ ନାହିଁ’

ନୂଆଦିଲ୍ଲୀ,୨୧।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପଚରାଉଚରା କରିବ। ଏଥିପାଇଁ ସୋନିଆ ଇଡି ଅଫିସରେ ହାଜର ହୋଇଛନ୍ତି।...

୧୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌: ୩୪୬ ସଂକ୍ରମିତ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ଏବେ ଦ୍ରୁତ ବେଗରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭାରିଏଣ୍ଟ । ଏବେ ଏହା ୧୬ ରାଜ୍ୟକୁ ବ୍ୟାପିଯାଇଥିବା ବେଳେ ସଂକ୍ରମିତଙ୍କ...

କୃଷି ଆଇନ ବିରୋଧୀ ପ୍ରସ୍ତାବ ଆଣିଲେ ଷ୍ଟାଲିନ୍‌, ଭାଜପା କଲା ଗୃହତ୍ୟାଗ…

ଚେନ୍ନାଇ,୨୮।୮: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ବିଧାନସଭା ଆଗତ ହେବା ପରେ ଦ୍ୱନିମତରେ...

ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ଟଣାଓଟରା: ଭଗତ ସିଂ,ସୁଖଦେବ, ରାଜଗୁରୁଙ୍କୁ ମିଳୁ ଭାରତ ରତ୍ନ; ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ଟଣାଓଟରା ଜାରି ରହିଛି। ପୂର୍ବରୁ ଭାଜପା ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପତ୍ରରେ କୁହାଯାଇଥିଲା କି...

ଜେଡିଏସି ବିଧାୟକ ଧରିଲେ ପଦ୍ମ…

ନୂଆଦିଲ୍ଲୀ,୧।୪ : ମେ ୧୦ରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅରକଲଗୁଡାର ଜେଡିଏସ ବିଧାୟକ ଏ.ଟି ରାମାସ୍ବାମୀ ଭାରତୀୟ ଜନତା ପାର୍ଟିରେ...

କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍‌ ତଲାକ...

Advertisement
Archives

Model This Week