Posted inଜାତୀୟ

ରାମନବମୀରେ ଉଦ୍‌ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ପ୍ରଧାନମନ୍ତ୍ରୀ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ, ମଧ୍ୟାହ୍ନ ପ୍ରାୟ ୧୨ ଘଟିକାରେ ସେ ନୂତନ ପାମ୍ବନ ରେଳ ସେତୁ ଯାହାକି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିବେ ଏବଂ ରୋଡ ସେତୁରୁ ଏକ ଟ୍ରେନ ଏବଂ ଏକ ଜାହାଜକୁ ପତାକା ଦେଖାଇ ସେତୁର କାର୍ଯ୍ୟକ୍ଷମତା ଦେଖିବେ।

ଏହା ପରେ ଅପରାହ୍ନ ପ୍ରାୟ ୧୨.୪୫ରେ ସେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ଅପରାହ୍ନ ପ୍ରାୟ ୧.୩୦ ସମୟରେ ସେ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବା ଅବସରରେ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ସେତୁର ଏକ ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି। ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା।

ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା ଭାବରେ ଠିଆ ହୋଇଛି। ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ। ଏହାର ଲମ୍ବ ୨.୦୮ କିଲୋମିଟର, ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା । ୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ, ଯାହା ଜାହାଜଗୁଡ଼ିକର ସୁଗମ ଗତିକୁ ସହଜ କରିବା ସହିତ ସୁଗମ ଟ୍ରେନ ପରିଚାଳନାକୁ ସୁନିଶ୍ଚିତ କରିଥାଏ। ଷ୍ଟେନଲେସ ଷ୍ଟିଲ ଦୃଢ଼ୀକରଣ, ଉଚ୍ଚ-ଗ୍ରେଡ ସୁରକ୍ଷାାତ୍ମକ ରଙ୍ଗ ଏବଂ ସମ୍ପୂର୍ଣ୍ଣ ୱେଲ୍ଡିଂ ସନ୍ଧି ସହିତ ର୍ନିମିତ ଏହି ସେତୁର ସ୍ଥାୟୀତ୍ୱ ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ପାଇଛି। ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଦୋହରୀକରଣ ରେଳ ଟ୍ରାକ ପାଇଁ ଡିଜାଇନ କରାଯାଇଛି। ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ କ୍ଷୟରୁ ରକ୍ଷା କରେ, କଠୋର ସାମୁଦ୍ରିକ ପରିବେଶରେ ଦୀର୍ଘସ୍ଥାୟୀତା ସୁନିଶ୍ଚିତ କରେ।

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ପ୍ରକଳ୍ପଗୁଡ଼ିକରେ NH-40 ର ୨୮ କିଲୋମିଟର ଲମ୍ବ ୱାଲାଜାପେଟ ରାନିପେଟ ସେକ୍ସନର ଚାରି ଲେନ ପାଇଁ ଭିତ୍ତିପ୍ରସ୍ତର ଏବଂ NH-332 ର ୨୯ କିଲୋମିଟର ଲମ୍ବ ଭିଲୁପୁରମ ପୁଡୁଚେରୀ ସେକ୍ସନର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ୫୭ କିଲୋମିଟର ଲମ୍ବ ପୁଣ୍ଡିଆଙ୍କୁପ୍ପମ ସତ୍ତାନାଥପୁରମ ସେକ୍ସନ NH-32 ଏବଂ ୪୮ କିଲୋମିଟର ଲମ୍ବ ଚୋଳାପୁରମ ତାଞ୍ଜାଭୁର୍‌ ସେକ୍ସନ NH-36 ର ମଧ୍ୟ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକ ଅନେକ ତୀର୍ଥସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରିବା ସହ ସହର ମଧ୍ୟରେ ଦୂରତା ହ୍ରାସ କରିବ ଏବଂ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବନ୍ଦରଗୁଡ଼ିକୁ ଦ୍ରୁତ ସଂଯୋଗ ଯୋଗାଇବ। ଏହା ସହିତ ସ୍ଥାନୀୟ ଚାଷୀମାନଙ୍କୁ ନିକଟବର୍ତ୍ତୀ ବଜାରକୁ କୃଷି ଉତ୍ପାଦ ପରିବହନ ପାଇଁ ସଶକ୍ତ କରିବ ଏବଂ ସ୍ଥାନୀୟ ଚମଡା ଏବଂ କ୍ଷୁଦ୍ର ଶିଳ୍ପର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri