ବାଲ୍ୟବିବାହ ନିଷେଧ ପାଇଁ ନୂଆ ଅଧିକାରୀ

ବାଲ୍ୟବିବାହର ନିରାକରଣ ପାଇଁ ସରକାର ବଦ୍ଧପରିକର, ଏକଥା ଆଉ ଥରେ ପ୍ରମାଣିତ ହୋଇଛି। ଗତ ବର୍ଷର ଶେଷ ଦିନରେ ମହିଳାଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି।
ସେଗୁଡ଼ିକ ମଧ୍ୟରେ ଏଣିକି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବହୀ ଅଧିକାରୀମାନଙ୍କୁ ପଞ୍ଚାୟତ ସ୍ତରୀୟ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବେ ସରକାର ଘୋଷଣା କରିବେ। ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଥିବା ୱାଡେନ ଓ ମାଟ୍ରନ୍‌ମାନଙ୍କୁ ମଧ୍ୟ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯିବ। ଏଥି ସହ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀର ଅତିରିକ୍ତ ଦାୟିତ୍ୱ ଦିଆଯିବ। ସେମାନେ ନିଜ ପରିଧିରେ ଘଟୁଥିବା ବାଲ୍ୟବିବାହ ଘଟଣାକୁ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କୁ ସୂଚିତ କରିବେ। ଏମାନେ ସମସ୍ତେ ନିଜର ନାମ ଫଳକରେ ଏହି ପଦବୀକୁ ଉଲ୍ଲେଖ କରିବା ସହ ସହାୟତା ପାଇଁ ଥିବା ସମସ୍ତ ଦେୟମୁକ୍ତ ଫୋନ୍‌ ନମ୍ବର ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଲ୍ୟବିବାହକୁ ପାଠ୍ୟକ୍ରମରେ ସାମିଲକରିବେ।
ଏବେ ପ୍ରତ୍ୟେକ ବ୍ଲକ୍‌ ସ୍ତରରେ ଆମର ଜଣେ ଜଣେ ବାଲ୍ୟବିବାହ ନିଷେଧ ଅଧିକାରୀ ଅଛନ୍ତିି। ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବାଲ୍ୟବିବାହ ରୋକିବା ପାଇଁ ଅଧିକ ଅଧିକାରୀ ନିୟୋଜିତ ହେବେ। ପଞ୍ଚାୟତ ଓ ବିଦ୍ୟାଳୟ ସ୍ତରରେ ନିଯୁକ୍ତି ହେଲେ ତଦାରଖର ପରିଧି କମିବ ଓ ଦାୟିତ୍ୱ ବିଭାଜିତ ହୋଇପାରିବ।
ତେବେ ଏଭଳି ଏକ ନିଷ୍ପତ୍ତି ନେବା ବେଳେ ଅକ୍ଟୋବର ୨୦୨୪ରେ ବାଲ୍ୟବିବାହ ନିରାକରଣ ପାଇଁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ରାୟକୁ ମଧ୍ୟ ଅନୁଧ୍ୟାନ କରାଯିବା ଆବଶ୍ୟକ। ଏହାଦ୍ୱାରା ଉଚ୍ଚତମ ନ୍ୟାୟାଳୟ ଦେଇଥିବା ମତାମତ ଓ ନିର୍ଦ୍ଦେଶକୁ ଅନୁପାଳନର ସୁଯୋଗ ତିଆରି ହେବ। ଏହି ରାୟରେ ବିଭିନ୍ନ ରାଜ୍ୟରେ ବାଲ୍ୟବିବାହ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ବାଲ୍ୟବିବାହ ନିଷେଧ ଅଧିକାରୀ ନିଯୁକ୍ତ ସମ୍ପର୍କରେ ନିଜର ମତ ରଖିବାକୁ ଯାଇ କହିଛନ୍ତି, କର୍ନାଟକର ୩୧ଟି ଜିଲାରେ ୫୮,୫୨୨ ଜଣ, ମହାରାଷ୍ଟ୍ରର ୩୬ ଜିଲାରେ ୨୫,୫୬୨ ଜଣ, ଆନ୍ଧ୍ରପ୍ରଦେଶରେ ୧୬,୫୯୦ ଜଣ, ଉତ୍ତରପ୍ରଦେଶରେ ଜିଲାକୁ ଜଣେ ହିସାବରେ ୭୫ଟି ଜିଲା ପାଇଁ ୭୫ ଜଣଙ୍କୁ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। କର୍ନାଟକ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜସ୍ବ ନିରୀକ୍ଷକ, ପଟୁୱାରି ପ୍ରଭୃତିଙ୍କୁ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବେ ଦାୟିତ୍ୱ ଦିଆସରିଛି। ହେଲେ ଏହା ଅତିରିକ୍ତ ଦାୟିତ୍ୱ ହୋଇଥିବାରୁ ବିଶେଷ ସୁଫଳ ପରିଲକ୍ଷିତ ହେଉନାହିଁ। ପୂର୍ବରୁ ନିଜର ମୂଳ ଦାୟିତ୍ୱର ବୋଝରେ ବୁଡ଼ି ରହୁଥିବା ଏହି ଅଧିକାରୀମାନେ ବାଲ୍ୟବିବାହ ପରି ଏକ ସମ୍ବେଦନଶୀଳ ଘଟଣାରେ ପ୍ରଭାବୀ ଢଙ୍ଗରେ କାମ କରିପାରୁନାହାନ୍ତି। ବାଲ୍ୟବିବାହ ନିଷେଧ ଆଇନରେ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ଗୁରୁଦାୟିତ୍ୱ ଥିବାରୁ ଏହି ଅତିରିକ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମେତ ଜିଲା ସ୍ତରରେ ଜଣେ ସ୍ବତନ୍ତ୍ର ବାଲ୍ୟବିବାହ ନିଷେଧ ଅଧିକାରୀ ନିଯୁକ୍ତି କରିବାକୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ରାଜ୍ୟ ସ୍ବତନ୍ତ୍ର ଜିଲାସ୍ତରୀୟ ବାଲ୍ୟବିବାହ ନିଷେଧ ଅଧିକାରୀ ନିଯୁକ୍ତ କରିବା ଉଚିତ ମନେକରୁନାହାନ୍ତି ତେବେ ନ୍ୟାୟାଳୟଙ୍କୁ ଅବଗତ କରିବା ପୂର୍ବକ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷାରେ ଯୌନଶିକ୍ଷାକୁ ସାମିଲକରିବା ପାଇଁ ନ୍ୟାୟାଳୟ ଗୁରୁତ୍ୱ ଆରୋପ କରିଛନ୍ତି। ଏହା ଯୌନ ଶୋଷଣ ଓ ହିଂସା ଯୋଗୁ ହେଉଥିବା ଶାରୀରିକ ଓ ମାନସିକ ଅବସାଦ ଦୂରକରିବାରେ ସହାୟକ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ସରକାର ନେବାକୁ ଥିବା ନିଷ୍ପତ୍ତିକୁ ପୁନର୍ବିଚାର ପୂର୍ବକ ଜିଲା ସ୍ତରରେ ସ୍ବତନ୍ତ୍ର ବାଲ୍ୟବିବାହ ନିଷେଧ ଅଧିକାରୀ ନିଯୁକ୍ତି, ଅତିରିକ୍ତ ଦାୟିତ୍ୱରେ ହେବାକୁ ଥିବା ନବନିଯୁକ୍ତଙ୍କୁ କେବଳ ବାଲ୍ୟବିବାହ ନିଷେଧ ପାଇଁ ଦାୟିତ୍ୱ ନ ଦେଇ ଅନ୍ୟାନ୍ୟ ଶିଶୁ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ଉତ୍ତରଦାୟୀ କରାଯାଇ ପାରିଲେ ସୁଫଳ ମିଳିବ। ତେବେ ଏମାନଙ୍କୁ ଏସବୁ ବିଷୟ ଓ ପ୍ରକ୍ରିୟା ସମ୍ପର୍କରେ ଦକ୍ଷ କରିବା ପାଇଁ ନିରନ୍ତର ଦକ୍ଷତା ବିକାଶର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ସେମାନଙ୍କର କାର୍ଯ୍ୟ ପରିଧି, ଦାୟିତ୍ୱ ଓ ରିପୋର୍ଟିଂରେ ସ୍ପଷ୍ଟତା ରହିବା ଆବଶ୍ୟକ। ନ ହେଲେ ଘଟଣା ଘଟିଲା ପରେ କାହାରି ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରାଯାଇପାରିବ ନାହିଁ। ପାଠ୍ୟକ୍ରମରେ କେବଳ ବାଲ୍ୟବିବାହ ନିଷେଧ ଆଇନ ଓ ପରିଣାମ ବ୍ୟତୀତ ନିଜ ଶରୀରକୁ ବୁଝିବା, କିଶୋରକିଶୋରୀ ବୟସରେ ମାନସିକ, ଆବେଗିକ ଓ ଶାରୀରିକ ପରିବର୍ତ୍ତନ ଓ ଏହାର ପ୍ରଭାବ ଏବଂ ପରିଣାମ ସମ୍ପର୍କରେ ଅବଗତ କରାଇହେଲା ଭଳି ପାଠ୍ୟକ୍ରମ ପ୍ରସ୍ତୁତ ହେଲେ ପିଲାମାନେ ବନ୍ଧୁତା, ସମ୍ପର୍କ ଓ ସମ୍ଭୋଗକୁ ନେଇ ନିଷ୍ପତ୍ତି ନେଇପାରିବେ। ଏହା ବାଲ୍ୟବିବାହ ନିରାକରଣ ସହ କିଶୋରୀ ମାତୃତ୍ୱ ଓ ଯୌନ ଶୋଷଣର ଘଟଣାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।
ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri