‘ନୂଆ-ଓ’ ବଜେଟ ରାଶି ୩୧୫ କୋଟିକୁ ବଢ଼ିଲା, କ୍ୟାବିନେଟ୍ ନିଷ୍ପତି

ଭୁବନେଶ୍ୱର,୨୩।୨(ଅନିଲ ଦାସ): ଯୁବ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ‘ନୂଆ-ଓ’ ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ନୂଆ-ଓ’ ଜିଲା ଉତ୍ସବରେ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ସେମାନଙ୍କ ପାଇଁ ‘ନୂଆ-ଓ’ ଛାତ୍ରବୃତ୍ତି ପ୍ରଦାନ ଲାଗି ବଜେଟ ପରିମାଣକୁ ୩୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କ ନିମନ୍ତେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ, ‘ନୂଆ-ଓ’ ଜିଲା ଉତ୍ସବ ପାଳନ, ତଥା ଡିଜିଟାଲ ମଞ୍ଚକୁ ବ୍ୟବହାର କରି ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯାଉଅଛି।

ଏହି କାର୍ଯ୍ୟକ୍ରମରେ ଜିଲା ଏବଂ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ନିମନ୍ତେ ବଜେଟ ପରିମାଣକୁ ୩୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ପଦୋନ୍ନତିମୂଳକ ବାଟ ଫିଟିଛି। ଓଡ଼ିଶା ଅଧସ୍ତନ ଅର୍ଥ ସେବା ନିୟମାବଳୀ-୧୯୮୮ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ସହାୟକ ବାଣିଜ୍ୟକର ଓ ଜିଏସ୍‌ଟି ଅଧିକାରୀଙ୍କ ଦ୍ବାରା ପାରିତ ହେବାକୁ ଥିବା ବିଭାଗୀୟ ପରୀକ୍ଷା ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମରେ ସଂଶୋଧନ କରାଯାଇ ଜିଏସ୍‌ଟି ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ଥିବା ଅଧିକାରୀଙ୍କ ଜ୍ଞାନ ବୃଦ୍ଧି କରିବା ସକାଶେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ-୨୦୧୭ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏହାବ୍ୟତୀତ ସେମାନଙ୍କ ଲାଗି ନିର୍ଦ୍ଧାରିତ ପାଠ୍ୟକ୍ରମରେ ଥିବା ଦ ଓଡ଼ିଶା ଭାଲ୍ୟୁ ଆଡେଡ ଟ୍ୟାକ୍ସ ଆକ୍ଟ-୨୦୦୪ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀରେ ଥିବା ‘ଓରିସା’ ଶବ୍ଦ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର କରାଯିବ। ଏଥିସହିିତ ଓଡ଼ିଶା ଅଧସ୍ତନ ଅର୍ଥ ସେବା (ବାଣିଜ୍ୟକର ଶାଖା) ନିଯୁକ୍ତି ଓ ସେବା ସର୍ତ୍ତ ନିୟମାବଳୀ, ୧୯୮୮ର ନିୟମ (୨) ର ଖଣ୍ଡ (କ)ରେ ଥିବା ‘ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନର, ଓଡ଼ିଶା’ ନାମରେ ସଂଶୋଧନ କରି, ଯଦି ସେ ପ୍ରମୁଖ ସଚିବ ପାହ୍ୟାରେ ଥିବେ ତେବେ ‘ମୁଖ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି କମିଶନର, ଓଡ଼ିଶା’ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏଥିସହିତ ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ୍ୱାଦଶ ଫେଲ୍‌’ ପ୍ରଦର୍ଶନ ଉପରୁ ଟିକସ ଛାଡ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ବିଡିଏ, ସିଡିଏ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦ୍ୱାରା ନିୟମ ଅନୁସାରେ ଇଚ୍ଛାଧୀନ କୋଟାରେ ଏକକ ଆବଣ୍ଟିତ ମାମଲାକୁ ଟାସ୍କଫୋର୍ସ ରିପୋର୍ଟରୁ ବାଦ୍‌ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋରାପୁଟ ଜିଲା ସୁନାବେଡ଼ାଠାରେ ଅସ୍ଥାୟୀ ଭାବେ ବସବାସ କରୁଥିବା ୫୧୫ ଯୋଗ୍ୟ ପୂର୍ବ ପାକିସ୍ତାନ ଏବଂ ବର୍ମା ପ୍ରତ୍ୟାବର୍ତ୍ତନକାରୀ ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ବାସଗୃହ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri