ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ ଓ ଅଧ୍ୟକ୍ଷା ସୁଫଳା ନିଆଲଙ୍କ ନେତୃତ୍ୱରେ କ୍ରିସ୍‌ମାସ୍‌ ଡେ’ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ ମ୍ୟାନେଜର ବିକାଶ ସମାଦ୍ଦେର ଯୋଗଦେଇ ଯୀଶୁଙ୍କ ବାଣୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଓ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନୟା କୁମାର ନାୟକ ଯୋଗଦେଇ ଏହି ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ବ୍ଲକ୍‌ର ୧ ହଜାର ଗରିବ ବୃଦ୍ଧାବୃଦ୍ଧଙ୍କୁ ଅତିଥିମାନେ ଶୀତବସ୍ତ୍ର ବଣ୍ଟନ କରିଥିଲେ। ନ୍ୟୁ ଲାଇଫ୍‌ ମିଶନର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri