Posted inଜାତୀୟ

ନୂଆ ଲେବର କୋଡ୍‌, ସପ୍ତାହରେ ୩ ଦିନ ଛୁଟି…

ନୂଆଦିଲ୍ଲୀ, ୨୮।୬ : ଦେଶର ଲେବର ଲେବର(ଶ୍ରମ ସଂହିତା)ରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଜୁଲାଇ ୧ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ସରକାର ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି।  ଯେତେବେଳେ ନୂତନ ନିୟମ କାର୍ଯ୍ୟକାରୀ ହୁଏ, ଏହା ସହ ଜଡିତ ସୂଚନା ଅତି କମରେ ୧୫ ଦିନ ପୂର୍ବରୁ ସରକାରଙ୍କଠାରୁ ପ୍ରକାଶ ପାଇଥାଏ। ଅବଶ୍ୟ, ନୂତନ ଲେବର କୋଡ୍‌ କ୍ଷେତ୍ରରେ, ଏହା ଏପର୍ଯ୍ୟନ୍ତ ହୋଇନାହିଁ।

ନୂତନ ଲେବର କୋଡ୍‌ଗୁଡିକ ଶ୍ରମ ଆଇନରେ ଏକ ପ୍ରମୁଖ ସଂସ୍କାର ଭାବରେ ଦେଖାଯାଉଛି। ଯେ ନୂତନ ଲେବର କୋଡ୍‌ରେ ସରକାର ପୁଣି ଥରେ ବେତନ ସଂରଚନାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ଜୁଲାଇ ୧ ରୁ ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହୁଏ, ତେବେ ଅନେକ ବିଦ୍ୟମାନ ନିୟମ ବଦଳିଯିବ।]

ଜୁଲାଇ ୧ ରୁ ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେଲେ, ଅଧିକ ପରିମାଣ ଟଙ୍କା ପିଏଫ ଏବଂ ଶ୍ରମିକମାନଙ୍କ ଗ୍ରାଚ୍ୟୁଟିରେ ଜମା ହେବା ଆରମ୍ଭ କରିବ। ଯେଉଁଥିପାଇଁ ସେମାନେ ଅବସର ପରେ ଅଧିକ ପରିମାଣର ଅର୍ଥ ପାଇବେ। ଏଥି ସହିତ ମୋଟ ବେତନରେ ଭତ୍ତା ହ୍ରାସ ହେବ। ନୂତନ ଲେବର କୋଡ୍‌ରେ, ବେସିକ ଦରମା ଏବଂ ଭତ୍ତା ୫୦-୫୦ ଅନୁପାତରେ ରହିବ।

କମ୍ପାନୀଗୁଡିକ ସାପ୍ତାହିକ ଛୁଟିଦିନକୁ ଦୁଇରୁ ତିନି ଦିନକୁ ବୃଦ୍ଧି କରିବାକୁ ପଡିପାରେ। ନୂତନ ଲେବର କୋଡ୍‌ରେ, ଗୋଟିଏ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ବ୍ୟବସ୍ଥା କରାଯାଇପାରେ। ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେବା ପରେ, କାର୍ଯ୍ୟ ସମୟ ବୃଦ୍ଧି ହେବାକୁ ଯାଉଛି। ଗୋଟିଏ ସପ୍ତାହରେ ତିନି ଦିନ ଛୁଟି ହେବ। ଫଳରେ କାର୍ଯ୍ୟ ସମୟ ଅବଶିଷ୍ଟ ଚାରି ଦିନରେ ୮ ରୁ ଅତି କମରେ ୧୨ ଘଣ୍ଟାକୁ ବୃଦ୍ଧି ପାଇବ।

ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେବା ସହିତ କମ୍ପାନୀଗୁଡିକ ଚାକିରି ଛାଡିବା ପରେ ଦୁଇ ଦିନ ମଧ୍ୟରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସେଟଲମେଣ୍ଟ କରିବାକୁ ପଡିବ। ଚାକିରି ଛାଡିବାର ଦୁଇ ଦିନ ମଧ୍ୟରେ ଶ୍ରମିକ ମଧ୍ୟ ସମ୍ପୂର୍ଣ୍ଣ ଟଙ୍କା ପାଇବ। ବର୍ତ୍ତମାନ ଏହି ପ୍ରକ୍ରିୟା ପାଇଁ ୩୦ ର୬୦ ଦିନ ସମୟ ଲାଗୁଛି।

ନୂତନ ଲେବର କୋଡ୍‌ ରେ ଚାରୋଟି ପ୍ରକାରର ବ୍ୟବସ୍ଥା ଅଛି, ଯେଉଁଥିରେ ମଜୁରୀ, ସାମାଜିକ ସୁରକ୍ଷା, ବ୍ୟବସାୟିକ ସମ୍ପର୍କ ଏବଂ ବୃତ୍ତିଗତ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ଅଛି। ଏହା ଦ୍ୱାରା ବର୍ତ୍ତମାନର ଶ୍ରମ ଆଇନର କେତେକ ଅସଙ୍ଗତି ଦୂର ହେବ। ଏହାଦ୍ୱାରା ଶ୍ରମିକମାନେ ଉପକୃତ ହେବେ। ଗିଗ ଶ୍ରମିକମାନଙ୍କ ପାଇଁ ଲାଭ ମଧ୍ୟ ବୃଦ୍ଧି ପାଇବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନର ଗୋଟିଏ ଦିନ ପରେ ଭାଜପା ପ୍ରାର୍ଥୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ପ୍ରାର୍ଥୀ। ଉତ୍ତରପ୍ରଦେଶ ମୋରାବାଦର ପ୍ରାର୍ଥୀ...

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri