ହାତୀଙ୍କ ପାଇଁ ବନ ବିଭାଗର ନୂଆ ପଦକ୍ଷେପ

କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ଏବଂ ୪୯ ନମ୍ବର ଜାତୀୟ ରାଜପଥରେ ହାତୀମାନଙ୍କ ଯାତାୟାତରେ ବାଧକ ସୃଷ୍ଟି ହୋଇଛି। ଏଥିପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ନିର୍ମାଣ କରାଯାଇଥିଲେ ହେଁ ସେସବୁରେ ହାତୀମାନେ ବିଭିନ୍ନ କାରଣରୁ ରାସ୍ତା ଅପରପାର୍ଶ୍ୱକୁ ଯିବା ଆସିବା କରିପାରୁନାହାନ୍ତି। ଏହି ସବୁ ଅଣ୍ଡରପାସ୍‌ରେ ହାତୀମାନଙ୍କ ଯାତାୟାତ ପାଇଁ ବନ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି। ହାତୀପଲ ରାସ୍ତା ପାର ହେବା ପରିବର୍ତ୍ତେ ଉକ୍ତ ଅଣ୍ଡରପାସ୍‌ ଦେଇ କିପରି ପାର ହୋଇ ଆରପାଖକୁ ଯିବା ଆସିବା କରିପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅଣ୍ଡରପାସରେ ବନ ବିଭାଗ ପକ୍ଷରୁ ହାତୀ ମଳ ପକାଯାଉଛି। ଫଳରେ ଏହାର ଗନ୍ଧ ପାଇ ହାତୀମାନେ ସେମାନଙ୍କ ଯାତାୟାତ ପଥ ଭାବି ଯାତାୟାତ କରିବେ। ସେହିପରି ଅଣ୍ଡରପାସ ତଳେ ଓ ପାଖରେ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ବିଶେଷକରି ସେମାନଙ୍କ ପ୍ରିୟ ଖାଦ୍ୟ କଦଳୀ ଗଛ ଲଗାଇବା ସହ ଧାନ ବୁଣାଯାଉଛି। ଫଳରେ ସେସବୁ ଖାଇବାକୁ ଯାଇ ହାତୀମାନେ ଉକ୍ତ ପଥରେ ସୁବିଧାରେ ଯାତାୟାତ କରିପାରିବେ ବୋଲି ମତପ୍ରକାଶ ପାଉଛି।

ସୂଚନାଯୋଗ୍ୟ, ବିଗତ ଦିନରେ ୨୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ବେଳେ ଘଟଗାଁ ବ୍ଲକ ଅଞ୍ଚଳରେ ମାଲବାହୀ ଟ୍ରକ୍‌ ଓ ବସ୍‌ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଯାତାୟାତ କରୁଥିବା ବହୁ ସଂଖ୍ୟାରେ ଟ୍ରକ୍‌, ଟ୍ରଲର ତଥା ରାସ୍ତାକଡ଼ରେ ପାର୍କିଂ ହେଉଥିବା ଲମ୍ବା ଟ୍ରକ୍‌ ଧାଡ଼ି ଯୋଗୁ ଅନେକ ସମୟରେ ହାତୀମାନେ ଅପରପାର୍ଶ୍ୱକୁ ଯାଇ ନ ପାରି ଗୋଟିଏ ଜଙ୍ଗଲରେ ରହି ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଉଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ଏଭଳି ପଦକ୍ଷେପ ସେମାନଙ୍କ ସୁରକ୍ଷିତ ଯାତାୟାତରେ ସୁବିଧାଜନକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?