ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ ଆଣି ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେବାକୁ ନନ୍ଦନକାନନ ଯୋଜନା କରିଛି। ନୂତନ ଜ୍ଞାନକୌଶଳ ସାଙ୍ଗକୁ ପ୍ରାକୃତିକ ପରିବେଶର ଛାପ ଦିଆଯାଇ ନୂଆ ରୂପରେଖରେ ଶୋଭା ପାଇବାକୁ ଯାଉଛି ପ୍ରାଣୀ ଉଦ୍ୟାନର ବିଭିନ୍ନ ଖୁଆଡ଼।
ନନ୍ଦନକାନନ ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ନୂଆ ନୂଆ ଜୀବଜନ୍ତୁ ଆଣିବା ପାଇଁ ନନ୍ଦନକାନନ ଯୋଜନା କରିଛି। ଏହି ଯୋଜନା ଆଧାରରେ ସ୍ବୀକୃତିପ୍ରାପ୍ତ ପ୍ରାଣୀ ଉଦ୍ୟାନଗୁଡ଼ିକରୁ ୪ଟି ନୀଳ ୱାଇଲ୍ଡବିଷ୍ଟ, ୪ଟି ଚିତା, ୪ଟି ଜେବ୍ରା, ୪ ନାଲି କଙ୍ଗାରୁଙ୍କୁ ନନ୍ଦନକାନନ ଆଣିବା ପାଇଁ ଯୋଜନା କରାଯାଇଛି। ଏହାସହ ଏକ ସଂସ୍ଥା ଦ୍ୱାରା ୨ଟି ଅଣ୍ଡିରା ଓ ୨ଟି ମାଈଙ୍କୁ ମିଶାଇ ୪ଟି ଜେବ୍ରା ଆଣିବା ପାଇଁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଦେଶ ଦିଆଯାଇଛି। ନନ୍ଦନକାନନକୁ ୨ଟି ଅଣ୍ଡିରା ଓ ୨ଟି ମାଈଙ୍କୁ ମିଶାଇ ମୋଟ ୪ଟି ଚିତାବାଘ ଆଣିବାକୁ ଯୋଜନା ରହିଛି। ବିରଳ ପ୍ରଜାତିର ଚିତାବାଘ ପାଇଁ ଖୋଲା, ସମତଳ ଏବଂ ଘାସଭରା ଅଞ୍ଚଳର ଆବଶ୍ୟକତା ରହିଛି। ଚିତାର ପ୍ରାକୃତିକ ସ୍ବଭାବ ଓ ପରିବେଶକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସେହି ଅନୁସାରେ ଆବାସସ୍ଥଳୀ ଓ ଅନ୍ୟାନ୍ୟ ସୁବିଧା ବିକଶିତ କରାଯାଇଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି। ଖାଲି ଚିତାବାଘ ନୁହେଁ, ଅଷ୍ଟ୍ରେଲିଆରୁ ୪ଟି ରେଡ୍‌ କଙ୍ଗାରୁଙ୍କୁ ମଧ୍ୟ ନନ୍ଦନକାନନ ଆଣିବାକୁ ଯୋଜନା ହୋଇଛି। ଏଥିପାଇଁ ନନ୍ଦନକାନନରେ ଅଷ୍ଟ୍ରେଲିଆ ଆଡ୍‌ଭେଞ୍ଜର ଓ ଆଫ୍ରିକୀୟ ସାଭାନା ନାମରେ ନୂଆ ଥିମାଟିକ୍‌ ଡିସ୍‌ପ୍ଲେ ଜୋନ୍‌ ବିକଶିତ କରିବାକୁ ଯାଉଛି। ଅଷ୍ଟ୍ରେଲିଆ ଆଡ୍‌ଭେଞ୍ଚରରେ ୪ଟି ଆଧୁନିକ ଖୁଆଡ଼ ରହିବ। ଅଷ୍ଟ୍ରେଲିଆର ଶୁଷ୍କ ଘାସଭୂମି ଓ ଜଙ୍ଗଲ ପରିବେଶକୁ ଅନୁକରଣ କରି ଏହି ଖୁଆଡ଼ଗୁଡ଼ିକୁ ତିଆରି କରାଯିବ। ଏହି ଜୋନ୍‌ରେ କଙ୍ଗାରୁ, କ୍ୟାସୋୱାରୀ ଏବଂ ୱାଲାବି ଭଳି ଅଷ୍ଟ୍ରେଲିଆର ପ୍ରସିଦ୍ଧ ବନ୍ୟପ୍ରାଣୀଙ୍କୁ ରଖାଯିବ। ଫଳରେ ପର୍ଯ୍ୟଟକମାନେ ନନ୍ଦନକାନନରେ ବସି ଅଷ୍ଟ୍ରେଲିଆର ବିଶିଷ୍ଟ ଜୈବ ବିବିଧତାର ଅନୁଭୂତି ପାଇପାରିବେ। ଆଫ୍ରିକୀୟ ସାଭାନାରେ ଆଫ୍ରିକାର ଅନ୍ୟତମ ପ୍ରମୁଖ ତୃଣଭୂମି ପ୍ରଜାତିକୁ ପ୍ରଦର୍ଶନ କରି ସଂରକ୍ଷଣ ସମ୍ବନ୍ଧୀୟ ଶିକ୍ଷା ଦେବାରେ ସହାୟକ ସାଜିବ ବୋଲି ଉପନିର୍ଦ୍ଦେଶକ ମିରାସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?