ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟରେ ପାଦ ଥାପିଛନ୍ତି ନବାଗତ ଛାତ୍ରୀଛାତ୍ର । ଉଭୟ ମହାବିଦ୍ୟାଳୟରେ ଆୟୋଜିତ ସ୍ବାଗତ ସମାରୋହରେ ନୂତନ ଛାତ୍ରୀଛାତ୍ରଙ୍କୁ ମହାବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷାଦାନ ପ୍ରଣାଳୀ ଓ ଭବିଷ୍ୟତ ଗଠନ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଧ୍ୟୟନ ମାଧ୍ୟମରେ ନିଜର ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ପାଇଁ ଶିକ୍ଷା ସହିତ ଭଲ ଆଚରଣ ଓ ଶୃଙ୍ଖଳିତ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ନିୟମିତ ଉପସ୍ଥାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥାନ ୭୫ ପ୍ରତିଶତରୁ କମ୍‌ ରହିଲେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇବାରେ ସମସ୍ୟା ହୋଇପାରେ ବୋଲି ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲେ। ତେଣୁ ନିୟମିତ ଭାବେ ମହାବିଦ୍ୟାଳୟ ଆସି ଶିକ୍ଷା ଗ୍ରହଣ କରିବା ସହ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ସେମାନେ ଆହୱାନ ଦେଇଥିଲେ। ସଭାରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଦେବାଶିଷ ସ୍ବାଇଁ, ରଜତ ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ଦିଗନ୍ତ କୁମାର ଜେନା, ବିଦେଶୀ ରାଉତ, ରାଜୁ ଶବର , ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ଅନିତା ମହାପାତ୍ର, ପ୍ରଜ୍ଞା ପରମିତା ଦାସ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ଉପଦେଶ ଓ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଆର ହରିଶ ଧନ୍ୟବାଦ ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସ୍ବାଗତ ସମାରୋହରେ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ପ୍ରଧାନ ଅଧ୍ୟକ୍ଷତା କରି ନବାଗତ ଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ଶିକ୍ଷା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାଧ୍ୟାପିକା ଉର୍ମିଳା ପାଟ୍ଟଯୋଷୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ନବାଗତ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଇସ୍ତଫା ପରେ ବି ନରମି ନାହାନ୍ତି ଧର୍ମେନ୍ଦ୍ର; କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଦେଲେ କଡ଼ା ଜବାବ, କହିଲେ-ମୁଁ ଜଣେ …

ନୂଆଦିଲ୍ଲୀ, ୨୭।୭: ଜନ୍ତର-ମନ୍ତରରେ ମାସେରୁ ଅଧିକ ସମୟ ଧରି ଚାଲିଥିବା CJPର ଆନ୍ଦୋଳନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସୋମବାର…

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭।୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri