ନୂଆ ଯୁଗର ନୂଆ ରୋଗ

ଡା. କାନ୍ତି ନାୟକ

ଶରୀର ରହିଲେ ବ୍ୟାଧି ରହିବ ଏବଂ ଏଥିରେ କିଛି ନୂତନତ୍ୱ ନାହିଁ। ବ୍ୟାଧିରୁ ଦୂରେଇ ରହିବା ଏବଂ ଏହାର ନିବାରଣ କରିବା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟା ବୃଦ୍ଧି ସହିତ ବ୍ୟାପକ ସହରାୟନ ତଥା ଜୀବନଶୈଳୀରେ ପରିବର୍ତ୍ତନ ଫଳରେ ନୂଆ ନୂଆ ରୋଗ ସୃଷ୍ଟି ହେଉଛି ଏବଂ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜଳବାୟୁ ପରିବର୍ତ୍ତନ, ଆଧୁନିକ ସମାଜର ସାମାଜିକ ଆର୍ଥିକ ଚାପ, ନିଃସଙ୍ଗତା, ବ୍ୟସ୍ତବହୁଳତା, ସୁଷମ ଖାଦ୍ୟର ଅଭାବ ସବୁ ବିକଶିତ ଓ ବିକାଶଶୀଳ ସମାଜ ପାଇଁ ନୂଆ ବ୍ୟାଧି ଏବଂ ସ୍ବାସ୍ଥ୍ୟଗତ ଆହ୍ବାନ ସୃଷ୍ଟି କରିଛି। ସ୍ବାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନର ଉଲ୍ଲେଖନୀୟ ଅଗ୍ରଗତି ସତ୍ତ୍ୱେ ଏହି ବର୍ଗର ବ୍ୟାଧିର ଜଟିଳତା ଓ ବ୍ୟାପକତା ସବୁ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସ୍ବାସ୍ଥ୍ୟ ବଜେଟ, ଡାକ୍ତର, ଚିକିତ୍ସା କେନ୍ଦ୍ର, ଭେଷଜ ଓ ସେବା ଆଦିର ବୃଦ୍ଧି ଘଟିଛି ସତ, ତଥାପି ଅନେକ ଦେଶ ଓ ସମାଜ ଏବେ ମଧ୍ୟ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରାରମ୍ଭିକ ସ୍ତରରେ ରହିଛନ୍ତି।ଦେଶ ଓ ଆମ ରାଜ୍ୟ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି। ତେଣୁ ସରକାର ଲୋକଙ୍କୁ ସୁସ୍ଥ ଓ ନୀରୋଗ ରଖିବାକୁ ନାନାବିଧ ରଣନୀତି ପ୍ରୟୋଗ କରୁଛନ୍ତି। ଭାରତ ତ ଏବେ ବିଶ୍ୱର ଡାଇବେଟିସ ରାଜଧାନୀରେ ପରିଣତ ହୋଇସାରିଛି।
ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ଭାରତ ଭଳି ଦେଶଙ୍କ ଚିନ୍ତା ଓ ଦାୟିତ୍ୱ ବଢ଼ାଇବା ସ୍ବାଭାବିକ। ଏହି ରିପୋର୍ଟ ଅନୁସାରେ ୨୦୩୦ସୁଦ୍ଧା ଅର୍ଥାତ୍‌ ଆଉ ପ୍ରାୟ ୭ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୫୦ କୋଟି ଲୋକ ହୃଦ୍‌ରୋଗ ଓ ମଧୁମେହରେ ଆକ୍ରାନ୍ତ ହୋଇସାରିଥିବେ। ୨୦୨୦ରୁ ଏହି ଅଣସଂକ୍ରାମକ ବ୍ୟାଧିଗୁଡ଼ିକର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଧୁନିକ ଯୁଗର ସବୁଠୁ ବଡ଼ ମାରାତ୍ମକ ବ୍ୟାଧି ହେଲା ଉଚ୍ଚ ରକ୍ତଚାପ। ପ୍ରବଳ ମାନସିକ ଚାପ ଓ ବ୍ୟଗ୍ରତା କେବଳ ରକ୍ତଚାପ ବଢ଼ାଏ ନାହିଁ, ଏହା ମାନସିକ ଅବସାଦ, ହୃଦ୍‌ରୋଗ, ମଧୁମେହ, ହୃଦ୍‌ଘାତ, କ୍ୟାନ୍‌ସର ଓ ଆହୁରି ଅନେକ ରୋଗକୁ ଡାକିଆଣେ। ମଣିଷ ତ ଚିନ୍ତାମୁକ୍ତ ହୋଇ ରହିବା ସହଜ ନୁହେଁ। ତେଣୁ ଏଭଳି ଅଣସଂକ୍ରାମକ ରୋଗର ପ୍ରାଦୁର୍ଭାବ ବଢ଼ିବା ସ୍ବାଭାବିକ। ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ନ ବ୍ୟାପିଲେ ମଧ୍ୟ ଆପଣା ଛାଏଁ ଚାପ ଓ ଉତ୍ତେଜନାରୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୁଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହି ରିପୋର୍ଟରେ ଯଥାର୍ଥରେ କୁହାଯାଇଛି ଯେ ଶାରୀରିକ ବ୍ୟାୟାମର ଅଭାବ ଏହି ଅଣସଂକ୍ରାମକ ରୋଗବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ। ତେଣୁ ଲୋକଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାକୁ ଅଧିକରୁ ଅଧିକ ଶାରୀରିକ ଶ୍ରମ, ବ୍ୟାୟାମ ଆଦି କରିବାକୁ ପଡ଼ିବ। ଏଥିପାଇଁ ଖର୍ଚ୍ଚ ପ୍ରାୟ କିଛି ପଡ଼େ ନାହିଁ କହିଲେ ଚଳେ। ଏହା କିନ୍ତୁ ଏସବୁ ବ୍ୟାଧି ପାଇଁ ସବୁଠୁ ବଡ଼ ଔଷଧ। ଅଣସଂକ୍ରାମକ ରୋଗ ବୃଦ୍ଧି ଫଳରେ ବିଭିନ୍ନ ଦେଶର ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କରିବାକୁ ବାଧ୍ୟ ହେବେ ଏବଂ ତା’ ଫଳରେ ସେମାନଙ୍କ ବିକାଶ ବାବଦ ବ୍ୟୟ ଅଟକଳ ବଢ଼ିବା ସ୍ବାଭାବିକ। ସଂଗଠନର ହିସାବ ଅନୁସାରେ ଏହିସବୁ ବ୍ୟାଧିର ଚିକିତ୍ସା ପାଇଁ ଦେଶଗୁଡ଼ିକୁ ବାର୍ଷିକ ୨୨ଟ୍ରିଲିଅନ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ଭାରତ ଭଳି ଜନବହୁଳ ଦେଶରେ ବୟସ୍କଙ୍କ ସଂଖ୍ୟା ମଧ୍ୟ ଆନୁପାତିକ ଭାବେ ବଢ଼ୁଛି। ସେମାନଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ଚିନ୍ତାର ବିଷୟ ହେଲା ଯୁବ ବର୍ଗଙ୍କ ମଧ୍ୟରେ ଏବେ ମଧୁମେହ ଟାଇପ-୨, ରକ୍ତଚାପ, ହୃଦ୍‌ରୋଗ, କ୍ୟାନ୍‌ସର, ହାଇପରଟେନ୍‌ସନ ଆଦି ରୋଗ ଅଧିକ ଦେଖାଦେଉଛି। ଏହାର ମୂଳ କାରଣ ହେଲା ସୁଷମ ଖାଦ୍ୟ ଗ୍ରହଣରେ ଅନିୟମିତତା ଏବଂ ଶାରୀରିକ ବ୍ୟାୟାମ ଓ କସରତର ଅଭାବ। ଜୀବନ ତ ସର୍ବଦା ସଂଘର୍ଷମୟ ଏବଂ ନୂଆ ନୂଆ ଆହ୍ବାନର ସମ୍ମୁଖୀନ ହୋଇଥାଏ। ତା’ ସତ୍ତ୍ୱେ ନିଜର ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜକୁ ସୁସ୍ଥ ରଖିବାକୁ ଶାରୀରିକ କାର୍ଯ୍ୟ ଓ ବ୍ୟାୟାମ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସର୍ବୋପରି ଜୀବନରେ ସଫଳତା ଓ ବିଫଳତାକୁ ସମାନ ଭାବେ ଗ୍ରହଣ କରି ମାନସିକ ଭାରସାମ୍ୟ ବଜାୟ ରଖିବାକୁ ପଡ଼ିବ। ଭାରତ ସମେତ ଅନେକ ଦେଶ ନିଜର ନାଗରିକଙ୍କ ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ପ୍ରାଚୀନ ପରମ୍ପରା ଅନୁସାରେ ଯୋଗ, ପ୍ରାଣାୟାମ, ସାନ୍ଧ୍ୟ ଓ ପ୍ରାତଃ ଭ୍ରମଣ ଆଦିକୁ ପ୍ରୋତ୍ସାହିତ କରାଯାଉଛି। ଖାଦ୍ୟପେୟରେ ସଂଯମକୁ ଗୁରୁତ୍ୱ ଦିଆଯାଉଛି ଏବଂ ଏଥିପାଇଁ ସଚେତନତା ସୃଷ୍ଟି ସବୁସ୍ତରରେ ଚାଲିଛି। ଭାରତ ମଧ୍ୟ ଏକ ଶାରୀରିକ କାର୍ଯ୍ୟକ୍ରମ ନୀତି ପ୍ରଣୟନ କରିଛି। ତେବେ ବିଶ୍ୱର ଅର୍ଦ୍ଧାଧିକ ଦେଶରେ ଏଭଳି କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ନାହିଁ। ତଥାପି ଭାରତ ପାଇଁ ଚିନ୍ତାର ବିଷୟ ହେଉଛି, ଆମର ଅଧିକାଂଶ ଲୋକ, ବିଶେଷକରି ନଗରବାସୀ ଓ ବୟସ୍କ ଶାରୀରିକ ଶ୍ରମ ଏବଂ ବ୍ୟାୟାମଠାରୁ ଦୂରେଇ ରହୁଛନ୍ତି। ସରକାର ସବୁକଥା କରିପାରିବେ ନାହିଁ। ନିଜକୁ ସକ୍ଷମ ଓ ସୁସ୍ଥ ରଖିବାର ମୂଳ ଦାୟିତ୍ୱ ଜନସାଧାରଣଙ୍କର। ଜିହ୍ବା ଲାଳସାରେ ପ୍ରଚୁର ସୁଆଦିଆ, ତେଲ ମସଲା ଓ ମିଠା ଭୋଜନ ଅତ୍ୟନ୍ତ ବିପଜ୍ଜନକ। ଏହାକୁ ହଜମ କରିବାକୁ ଶାରୀରିକ ଶ୍ରମ ଓ ପାଚନ ପ୍ରକ୍ରିୟାର ସୁସ୍ଥତା ଲୋଡ଼ା। ଏବେ ଏପରି ସମୟ ଆସିଛି, ଆମକୁ ଖାଇବା ପାଇଁ ବଞ୍ଚତ୍ବାକୁ ହେବନାହିଁ ବରଂ ସୁସ୍ଥରେ ବଞ୍ଚତ୍ବା ପାଇଁ ଭାବିଚିନ୍ତି ଖାଇବାକୁ ପଡ଼ିବ। ଆମ ଭିତରେ ଏହି ସଚେତନତା ଆସିଲେ ଏହା ଜନସ୍ବାସ୍ଥ୍ୟ ଓ ଅର୍ଥନୈତିକ ସ୍ବାର୍ଥ ଦୃଷ୍ଟିରୁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। କଥାରେ ଅଛି ନିଜ ସ୍ବାସ୍ଥ୍ୟ ନିଜ ହାତରେ। ସ୍ବାସ୍ଥ୍ୟ ହିଁ ସମ୍ପଦ, ଉଭୟ ବ୍ୟକ୍ତି ଓ ଜାତୀୟ କ୍ଷେତ୍ରରେ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଅଧୀକ୍ଷକ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri