ଉପକୂଳରେ ନୂଆ ସଙ୍କଟ

ବିପିନ ବିହାରୀ ରାଉତ

 

ନଦୀ ନାଳ ଦ୍ୱାରା ସମୁଦ୍ରକୁ ବିଭିନ୍ନ ପ୍ରକାର ପଥର, ଗୋଡ଼ି, ପଙ୍କ ପ୍ରବାହିତ ହୋଇ ଆସେ। ସମୁଦ୍ରକୁ ପାଣି ଯାଉଥିବା ବେଳେ ଏ ସବୁ କଠିନ ପଦାର୍ଥ ସମୁଦ୍ର ଢେଉରେ ଭାସି ଆସି କୂଳରେ ସମାନ ଭାବେ ଜମା ହୁଏ। ଏହି କଠିନ ପ୍ରାକୃତିକ ବର୍ଜ୍ୟ ଉପକୂଳରେ ଏକ ପ୍ରାକୃତିକ ସୁରକ୍ଷା ପାଚେରି ତିଆରି କରିଥାଏ। କିନ୍ତୁ କିଛିବର୍ଷ ହେଲା ସମୁଦ୍ର କୂଳରେ ନିର୍ମାଣ ଓ ନଦୀର ଉପରମୁଣ୍ଡରେ ଜଳକୁ ଅବରୋଧ କରିବା ଦ୍ୱାରା ଏ ବ୍ୟବସ୍ଥା ପ୍ରଭାବିତ ହୋଇଛି। ନଦୀ ନାଳରେ ଠିକ୍‌ ସମୟରେ ପାଣି ଆସୁନାହିଁ, ଫଳରେ ପ୍ରାକୃତିକ କଠିନ ବର୍ଜ୍ୟ ମଧ୍ୟ ଆବଶ୍ୟକ ପରିମାଣରେ ଆସୁନାହିଁ। ଏହାଛଡ଼ା ସମୁଦ୍ର କୂଳରେ ବିଭିନ୍ନ ନିର୍ମାଣ କାମ ପାଇଁ କଠିନ ବର୍ଜ୍ୟ ସମତୁଲ ଭାବେ ସମୁଦ୍ର କୂଳରେ ଜମା ହୋଇପାରୁ ନ ଥିବାରୁ କେଉଁଠି ଅତ୍ୟଧିକ ଜମା ହୋଇ ରହୁଛି ତ ଆଉ କେଉଁଠି ଢେଉ କୂଳ ଖାଉଛି, ଯାହା ଉପକୂଳ ସୁରକ୍ଷା ପାଇଁ ସଙ୍କଟ ସୃଷ୍ଟି କରୁଛି। ନେଦରଲାଣ୍ଡର ପରିବେଶ ବିଜ୍ଞାନ ସମ୍ପର୍କିତ ପ୍ରତିଷ୍ଠିତ ସାଇନ୍ସ ଅଫ ଦି ଟୋଟାଲ ଏନଭାଇରନମେଣ୍ଟ ପତ୍ରିକାରେ ଏହା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଅବକ୍ଷୟର ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ବଡ଼ କଥା ହେଉଛି ଯେ ଏହି ପ୍ରକ୍ରିୟା ମଧ୍ୟରେ ନଦୀଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଯାହାର ପ୍ରଭାବ ସ୍ବରୂପ କିଛି ମାସ ପୂର୍ବେ ଋଷିକୁଲ୍ୟା ନଦୀରେ ଏକ ନୂଆ ମୁହାଣ ସୃଷ୍ଟି ହୋଇ ସାରିଛି। ଗବେଷଣାରେ କୁହାଯାଇଛି ଯେ ମହାନଦୀ ଉପରମୁଣ୍ଡ ସହିତ ରାଜ୍ୟର ବିଭିନ୍ନ ନଦୀ ଉପରମୁଣ୍ଡରେ ଡ୍ୟାମ୍‌ ଓ ଅନ୍ୟ କାର୍ଯ୍ୟ ପାଇଁ ସମୁଦ୍ରକୁ ପାଣି ଆସିବା କମ୍‌ ହୋଇଯାଉଛି। ଏହାଦ୍ୱାରା ଗତ ୨୦-୩୦ ବର୍ଷ ମଧ୍ୟରେ ସମୁଦ୍ରକୁ ପାଣି ଓ ସେଡିମେଣ୍ଟ ଆସିବା ମଧ୍ୟ କମ୍‌ ହୋଇଯାଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସମୁଦ୍ର ଉପକୂଳ ଅବକ୍ଷୟ ହେବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିସର୍ଚ୍ଚରେ ସାମିଲ ଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗର ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ଏଥିରେ ମୁଖ୍ୟତଃ ବନ୍ଦର ଅଞ୍ଚଳଗୁଡ଼ିକ ଅଧିକ ପ୍ରଭାବିତ ହେଉଛି। ରାଜ୍ୟରେ ଥିବା ୩ଟି ବନ୍ଦର ମଧ୍ୟରୁ ବର୍ତ୍ତମାନ ପାରାଦୀପ ଓ ଗୋପାଳପୁର ବନ୍ଦରରେ ଏହାର ପ୍ରଭାବ ଦେଖାଯାଇଛି। ସେ କହିଛନ୍ତି, ବନ୍ଦର ନିର୍ମାଣ ପାଇଁ ପ୍ରଥମେ ସମୁଦ୍ର ଢେଉର ପ୍ରତିକାର ପାଇଁ ଏକ ଲମ୍ବା କଂକ୍ରିଟ ଭି (ଷ୍ଟ୍ରକ୍‌ଚର) ନିର୍ମାଣ କରାଯାଉଛି। ଏହି ଲମ୍ବା ଭି ସମୁଦ୍ର ଢେଉକୁ ପ୍ରତିରୋଧ କରୁଛି। ଏହି ଲମ୍ବା ଭିି ଯୋଗୁ ଯେଉଁ ସେଡିମେଣ୍ଟଗୁଡ଼ିକ ସମାନ ଭାବେ ବାଣ୍ଟି ହୋଇଯିବା କଥା ଏହି ଷ୍ଟ୍ରକ୍‌ଚର ଯୋଗୁ ସେହି ସ୍ଥାନରେ ଏହା ଉପକୂଳକୁ ଆସିପାରୁନାହିଁ। ତେବେ ଯେଉଁ ସ୍ଥାନରେ ଏହି ବାଧା ସୃଷ୍ଟି ହେଉଛି, ଏହାର ଦକ୍ଷିଣ ଦିଗରେ ଏହି ସମସ୍ତ ସେଡିମେଣ୍ଟ ଗଦା ହେଉଛି। ମାତ୍ର ଏହାର ଉତ୍ତର ଦିଗରେ ବ୍ୟାପକ ଭାବେ ସମୁଦ୍ର ଅବକ୍ଷୟ ହେବାରେ ଲାଗିଛି ବୋଲି ଜଣାପଡ଼ିଛି। ଯାହାର ଉଦାହରଣ ସ୍ବରୂପ ପାରାଦୀପର ଉତ୍ତର ଅର୍ଥାତ୍‌ ସାତଭାୟାରେ ସମୁଦ୍ର କୂଳ ଲଙ୍ଘିବା ସହିତ ଏଠାରେ ଅବକ୍ଷୟ ହୋଇଚାଲିଛି। ସମାନ ଭାବେ ଗୋପାଳପୁର ବନ୍ଦରର ଦକ୍ଷିଣ ଅର୍ଥାତ୍‌ ଟୁରିଷ୍ଟ ବିଚ୍‌ ନିକଟସ୍ଥ ଅଞ୍ଚଳରେ ସେଡିମେଣ୍ଟ ଗଦା ହୋଇ ଚାଲିଥିବାବେଳେ ବନ୍ଦରର ଉତ୍ତର ଭାଗ ଅର୍ଥାତ୍‌ ପୋଡମପେଟାରେ କୂଳ ଅବକ୍ଷୟ ହେଉଛି। ଏହି ଅବକ୍ଷୟ ଫଳରେ ଯେଉଁ ସେଡିମେଣ୍ଟସବୁ ସମୁଦ୍ରକୁ ଆସୁଛି ତାହା ବର୍ତ୍ତମାନ ଋଷିକୁଲ୍ୟା ମୁହାଣ ନିକଟରେ ଗଦା ହେଉଛି। ଯାହାଫଳରେ ଏହି ମୁହାଣରୁ ସମୁଦ୍ରକୁ ଠିକ୍‌ ଭାବେ ପାଣି ଆସି ନ ପାରି ଋଷିକୁଲ୍ୟାରେ ଆଉ ଏକ ମୁହାଣ ଖୋଲିଛି ଓ ସେଠାରୁ ସମୁଦ୍ରକୁ ପାଣି ପ୍ରବେଶ କରୁଛି।
ତେଣୁ ରାଜ୍ୟର ଯେକୌଣସି ସ୍ଥାନର ବନ୍ଦର କିମ୍ବା ଅନ୍ୟ କୌଣସି ଭିତ୍ତିଭୂମି ବିକାଶ ପାଇଁ ଚିନ୍ତା କରାଗଲେ ସରକାର ଆଖପାଖ ଗଁା ଓ ଅନ୍ୟ ଦିଗ ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ଦୁଇଟି ବନ୍ଦର ପାଇଁ ସମସ୍ୟା ସୃଷ୍ଟି ହୋଇ ସାରିଥିବା ବେଳେ ଧାମରାରେ ଏହି ସମସ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଧାମରା ବନ୍ଦର ପାଇଁ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପ ବରଦାନ ସାବ୍ୟସ୍ତ ହୋଇଛି। ପ୍ରାକୃତିକ ଉପାୟରେ ସମୁଦ୍ର ଲହଡି ଦ୍ୱୀପରେ ମାଡ଼ ହେଉଥିବାରୁ ବନ୍ଦର ପାଇଁ ବିଶେଷ ସମସ୍ୟା ସୃଷ୍ଟି ହେଉ ନ ଥିବା ଏହି ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଯେଉଁ ସ୍ଥାନଗୁଡ଼ିକରେ ଅବକ୍ଷୟ ହେଉଛି, ସେଠାରେ ବାରମ୍ବାର ବାଲି ଫିଲିଂ ହେବାର ଆବଶ୍ୟକତା ରହିଛି। ଆମେ ସମସ୍ତେ ସଚେତନ ହୋଇ ପରିବେଶକୁ ଭଲ ପାଇବା ଅତ୍ୟନ୍ତ ଜରୁରୀ।
ଶ୍ରୀବିହାର କଲୋନୀ, କଟକ
ମୋ-୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri