ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ଗୋଟାବାୟାଙ୍କ ଅନ୍ୟ ଘନିଷ୍ଠ ସମ୍ପର୍କୀୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ୩ ଜଣଙ୍କୁ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୧୯୪୮ରେ ଏହି ଦ୍ୱୀପଦେଶ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ କେବେ ଏଭଳି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା। ବିଦେଶୀ ପୁଞ୍ଜି ଅଭାବରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରାଯାଇପାରୁ ନାହିଁ। ଫଳରେ ସେଠାରେ ଇନ୍ଧନ ସମସ୍ୟା ଦେଖାଦେବା ସହ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ ହେଉଛି। ଏଥିସହିତ ବିଭିନ୍ନ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ପାଇଁ ଗୋଟାବାୟା ସରକାରଙ୍କୁ ଦାୟୀ କରାଯାଇ ତାଙ୍କ ଇସ୍ତଫା ଲାଗି ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ସରକାର ବିରୋଧୀ ଆନ୍ଦୋଳନ ଦମନ ପାଇଁ ସରକାର ଜରୁରୀ ସ୍ଥିତି ସହ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପାଇଁ କ୍ୟାବିନେଟର ସବୁ ମନ୍ତ୍ରୀ କିଛିଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିମାନରୁ ଓହ୍ଲାଇବାକୁ ଅଧ ଘଣ୍ଟା ଅପେକ୍ଷା କଲେ ରାଷ୍ଟ୍ରପତି

ଦୋହା,୧।୧୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ...

ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!

ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ...

ପୁଣିଥରେ ଇସ୍ରାଏଲ ଗସ୍ତରେ ଆଣ୍ଟୋନି ବ୍ଲିଙ୍କେନ, କହିଲେ ସମସ୍ତ ବନ୍ଧକ ସେମାନଙ୍କ ପରିବାରକୁ ଫେରିବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ

ଜେରୁଜେଲମ,୧।୧୨: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କହିଛନ୍ତି, ତାଙ୍କର ଧ୍ୟାନ ଯୁଦ୍ଧ ବିରାମକୁ ବୃଦ୍ଧି କରିବା...

ୟୁଏଇରେ ମୋଦିଙ୍କୁ ଜୋରଦାର ସ୍ବାଗତ: ‘ମୋଦି-ମୋଦି’, ‘ଅବ୍‌ କି ବାର୍‌ ମୋଦି ସରକାର’ ସ୍ଲୋଗାନରେ କମ୍ପିଲା

ୟୁଏଇ,୧।୧୨:ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି୨୮) ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ...

ଇମ୍ରାନ୍‌ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ

ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା...

ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ

ଜେରୁଜେଲମ,୩୦।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ...

କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ

କାଜାଖସ୍ତାନ,୩୦।୧୧: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri