୨୦୨୭ ସୁଦ୍ଧା ନୂଆ ୬ ବିମାନବନ୍ଦର

ଯାଜପୁର ଅଫିସ,୧୪ ।୮: ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ୬ଟି ଲେଖାଏ ବିମାନବନ୍ଦର ଏବଂ ରେଳ ପ୍ରକଳ୍ପର ନୂତନ କାର୍ଯ୍ୟ କିମ୍ବା ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହାବାଦ୍‌ ସଡ଼କ ପରିବହନ କ୍ଷେତ୍ରରେ ୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହିସବୁ ପ୍ରକଳ୍ପ ଡ୍ରାଫ୍ଟ ମିଡିୟମ ଟର୍ମ ଷ୍ଟେଟ ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପେଣ୍ଡିଚର ଫ୍ରେମୱାର୍କ (ଏମ୍‌ଆଇଏଫ୍‌) ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୬୩୬୭.୩୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ମର୍ମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଭାତ କୁମାର ଜେନା ୮ା୮ା୨୦୨୨ରେ ପ୍ଲାନିଂ ଏବଂ କନଭର୍ଜେନ୍ସ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିକଟରେ ଏକ କାର୍ଯ୍ୟାନ୍ବୟନ ଯୋଜନା ଦାଖଲ କରିଛନ୍ତି। ଏହାପରେ ଦୀର୍ଘବର୍ଷ ଧରି ଦାବି କରିଆସୁଥିବା ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହେବା ଆଶା ଉଜ୍ଜ୍ୱଳ ହୋଇଛି।
ରାଜ୍ୟରେ ବର୍ତ୍ତମାନ ୨ଟି ବିମାନବନ୍ଦର ରହିଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ହେଉଥିବାବେଳେ ଆଉ ୬ଟି ବିମାନବନ୍ଦର କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି। ଏହିକ୍ରମରେ କୋରାପୁଟ ଜିଲାର ଜୟପୁର ବିମାନବନ୍ଦରର ବିକାଶ ପାଇଁ ଆର୍‌ସିଏସ୍‌-ଉଡାନ ଯୋଜନାରେ ୨୩୨ କୋଟି ଟଙ୍କାର ପ୍ରସ୍ତାବ ରହିଥିଲା। ଏଥିପାଇଁ ୨୦୪ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ଅତିରିକ୍ତ ଭାବେ ୧୧୨ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୧୮୦୦ ମିଟର ରନ୍‌ୱେ ସମ୍ପ୍ରସାରଣ କରିବାକୁ ୧୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ନିକଟରେ ନୂତନ ଗ୍ରୀନ ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏଥିରୁ ୧୦୦ କୋଟି ଟଙ୍କା ଜମି ଅଧିଗ୍ରହଣ, ୫୦ କୋଟି ଟଙ୍କା ରନୱେ ଓ ଗୃହ ଆଦି ନିର୍ମାଣ ଓ ୫୦ କୋଟି ଟଙ୍କାରେ ପାଚେରି ଓ ଟର୍ମିନାଲ ଗୃହ, ଏଟିସି ଟାୱାର ଆଦି ନିର୍ମାଣ ହେବ। ସେହିପରି କଳାହାଣ୍ଡି ଜିଲାର ଉତକେଳା ବିମାନବନ୍ଦରର ରନୱେ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୫୫ କୋଟି ଟଙ୍କା ପ୍ରସ୍ତାବ ରହିଛି। ଢେଙ୍କାନାଳ ଜିଲାର ବୀରାଶାଳ ବିମାନବନ୍ଦରର ଉନ୍ନତୀକରଣ ସହ ଅନ୍ତର୍ଜାତୀୟସ୍ତରର ପାଇଲଟ ତାଲିମ କେନ୍ଦ୍ର ନିର୍ମାଣ ଲକ୍ଷ୍ୟ ରଖି ୩୮୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମାଲକାନଗିରିଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହାସହ ପୁରୀଠାରେ ଏକ ନୂତନ ଗ୍ରୀନ୍‌ ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ ୩୦୦ କୋଟି ଟଙ୍କାର ପ୍ରସ୍ତାବ ଯାଇଛି। ଏଥିରେ ୧୫୦ କୋଟି ଟଙ୍କା ବେସରକାରୀ ଜମି ଅଧିଗ୍ରହଣ, ୭୫ କୋଟି ଟଙ୍କା ରନ୍‌ୱେ ଓ ପାଚେରି ନିର୍ମାଣ ଏବଂ ୭୫ କୋଟି ଟଙ୍କାରେ ଟର୍ମିନାଲ ବିଲ୍ଡିଂ ଓ ଏଟିସି ଟାୱାର ନିର୍ମାଣ ହେବ।
ରେଳପଥ କ୍ଷେତ୍ରରେ ଦୀର୍ଘବର୍ଷର ଅପେକ୍ଷା ପରେ ୧୪୨ କି.ମି. ଦୈର୍ଘ୍ୟବିଶିଷ୍ଟ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂତନ ରେଳଲାଇନ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ବଲପୁରଠାରୁ ରାୟପୁରର ଦୂରତା ପ୍ରାୟ ୮୦ କି.ମି. ହ୍ରାସ ପାଇବ। ସେହିପରି ବ୍ରହ୍ମପୁର-ସମ୍ବଲପୁର, ପୁରୀ-କୋଣାର୍କ ଓ ଗୁଣୁପୁର-ଥେରୁବାଲି ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଥିରୁ ଗୁଣୁପୁର-ଥେରୁବାଲି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହାବାଦ୍‌ ପାରାଦୀପ-ଧାମରା (୮୦ କିି.ମି.) ରେଳପ୍ରକଳ୍ପ ପାଇଁ ୧୪୭୨ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାରାଦୀପଠାରୁ ଭଦ୍ରକ ଭାୟା କଟକ ୩୮ କି.ମି. ହ୍ରାସପାଇବ ବୋଲି ଆକ୍ସନ ପ୍ଲାନରେ ଦର୍ଶାଯାଇଛି।
ଏହାବାଦ୍‌ ଜାତୀୟ ଓ ରାଜ୍ୟ ରାଜପଥରେ ୨୦ଟି ଟ୍ରକ୍‌ ଟର୍ମିନାଲ, କ୍ୟାମେରା ସର୍ଭିଲାନ୍ସ, ଅଟୋମେଟିକ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌, ଇଲେକ୍ଟ୍ରି ଭେହିକଲ ପଲିସି, ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଓ ବିକାଶ କରିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri