୨୦୨୭ ସୁଦ୍ଧା ନୂଆ ୬ ବିମାନବନ୍ଦର

ଯାଜପୁର ଅଫିସ,୧୪ ।୮: ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ୬ଟି ଲେଖାଏ ବିମାନବନ୍ଦର ଏବଂ ରେଳ ପ୍ରକଳ୍ପର ନୂତନ କାର୍ଯ୍ୟ କିମ୍ବା ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହାବାଦ୍‌ ସଡ଼କ ପରିବହନ କ୍ଷେତ୍ରରେ ୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହିସବୁ ପ୍ରକଳ୍ପ ଡ୍ରାଫ୍ଟ ମିଡିୟମ ଟର୍ମ ଷ୍ଟେଟ ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପେଣ୍ଡିଚର ଫ୍ରେମୱାର୍କ (ଏମ୍‌ଆଇଏଫ୍‌) ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୬୩୬୭.୩୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ମର୍ମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଭାତ କୁମାର ଜେନା ୮ା୮ା୨୦୨୨ରେ ପ୍ଲାନିଂ ଏବଂ କନଭର୍ଜେନ୍ସ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିକଟରେ ଏକ କାର୍ଯ୍ୟାନ୍ବୟନ ଯୋଜନା ଦାଖଲ କରିଛନ୍ତି। ଏହାପରେ ଦୀର୍ଘବର୍ଷ ଧରି ଦାବି କରିଆସୁଥିବା ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହେବା ଆଶା ଉଜ୍ଜ୍ୱଳ ହୋଇଛି।
ରାଜ୍ୟରେ ବର୍ତ୍ତମାନ ୨ଟି ବିମାନବନ୍ଦର ରହିଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ହେଉଥିବାବେଳେ ଆଉ ୬ଟି ବିମାନବନ୍ଦର କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି। ଏହିକ୍ରମରେ କୋରାପୁଟ ଜିଲାର ଜୟପୁର ବିମାନବନ୍ଦରର ବିକାଶ ପାଇଁ ଆର୍‌ସିଏସ୍‌-ଉଡାନ ଯୋଜନାରେ ୨୩୨ କୋଟି ଟଙ୍କାର ପ୍ରସ୍ତାବ ରହିଥିଲା। ଏଥିପାଇଁ ୨୦୪ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ଅତିରିକ୍ତ ଭାବେ ୧୧୨ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୧୮୦୦ ମିଟର ରନ୍‌ୱେ ସମ୍ପ୍ରସାରଣ କରିବାକୁ ୧୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ନିକଟରେ ନୂତନ ଗ୍ରୀନ ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏଥିରୁ ୧୦୦ କୋଟି ଟଙ୍କା ଜମି ଅଧିଗ୍ରହଣ, ୫୦ କୋଟି ଟଙ୍କା ରନୱେ ଓ ଗୃହ ଆଦି ନିର୍ମାଣ ଓ ୫୦ କୋଟି ଟଙ୍କାରେ ପାଚେରି ଓ ଟର୍ମିନାଲ ଗୃହ, ଏଟିସି ଟାୱାର ଆଦି ନିର୍ମାଣ ହେବ। ସେହିପରି କଳାହାଣ୍ଡି ଜିଲାର ଉତକେଳା ବିମାନବନ୍ଦରର ରନୱେ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୫୫ କୋଟି ଟଙ୍କା ପ୍ରସ୍ତାବ ରହିଛି। ଢେଙ୍କାନାଳ ଜିଲାର ବୀରାଶାଳ ବିମାନବନ୍ଦରର ଉନ୍ନତୀକରଣ ସହ ଅନ୍ତର୍ଜାତୀୟସ୍ତରର ପାଇଲଟ ତାଲିମ କେନ୍ଦ୍ର ନିର୍ମାଣ ଲକ୍ଷ୍ୟ ରଖି ୩୮୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମାଲକାନଗିରିଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହାସହ ପୁରୀଠାରେ ଏକ ନୂତନ ଗ୍ରୀନ୍‌ ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ ୩୦୦ କୋଟି ଟଙ୍କାର ପ୍ରସ୍ତାବ ଯାଇଛି। ଏଥିରେ ୧୫୦ କୋଟି ଟଙ୍କା ବେସରକାରୀ ଜମି ଅଧିଗ୍ରହଣ, ୭୫ କୋଟି ଟଙ୍କା ରନ୍‌ୱେ ଓ ପାଚେରି ନିର୍ମାଣ ଏବଂ ୭୫ କୋଟି ଟଙ୍କାରେ ଟର୍ମିନାଲ ବିଲ୍ଡିଂ ଓ ଏଟିସି ଟାୱାର ନିର୍ମାଣ ହେବ।
ରେଳପଥ କ୍ଷେତ୍ରରେ ଦୀର୍ଘବର୍ଷର ଅପେକ୍ଷା ପରେ ୧୪୨ କି.ମି. ଦୈର୍ଘ୍ୟବିଶିଷ୍ଟ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂତନ ରେଳଲାଇନ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ବଲପୁରଠାରୁ ରାୟପୁରର ଦୂରତା ପ୍ରାୟ ୮୦ କି.ମି. ହ୍ରାସ ପାଇବ। ସେହିପରି ବ୍ରହ୍ମପୁର-ସମ୍ବଲପୁର, ପୁରୀ-କୋଣାର୍କ ଓ ଗୁଣୁପୁର-ଥେରୁବାଲି ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଥିରୁ ଗୁଣୁପୁର-ଥେରୁବାଲି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହାବାଦ୍‌ ପାରାଦୀପ-ଧାମରା (୮୦ କିି.ମି.) ରେଳପ୍ରକଳ୍ପ ପାଇଁ ୧୪୭୨ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାରାଦୀପଠାରୁ ଭଦ୍ରକ ଭାୟା କଟକ ୩୮ କି.ମି. ହ୍ରାସପାଇବ ବୋଲି ଆକ୍ସନ ପ୍ଲାନରେ ଦର୍ଶାଯାଇଛି।
ଏହାବାଦ୍‌ ଜାତୀୟ ଓ ରାଜ୍ୟ ରାଜପଥରେ ୨୦ଟି ଟ୍ରକ୍‌ ଟର୍ମିନାଲ, କ୍ୟାମେରା ସର୍ଭିଲାନ୍ସ, ଅଟୋମେଟିକ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌, ଇଲେକ୍ଟ୍ରି ଭେହିକଲ ପଲିସି, ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଓ ବିକାଶ କରିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri