ଯାତ୍ରୀଙ୍କ କାମରେ ଲାଗୁନି ନୂତନ ବସ୍‌ଷ୍ଟାଣ୍ଡ

ନିମାପଡ଼ା,୩ା୩ (ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ପକ୍ଷରୁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ନିମାପଡ଼ାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ୨୮ସେପ୍ଟେମ୍ବର ୨୦୧୮ରେ ଉଦ୍‌ଘାଟନ ହୋଇ ଲୋକାର୍ପିତ ହୋଇଥିଲା। ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ ବି ବସ୍‌ଷ୍ଟାଣ୍ଡ ଯାତ୍ରୀଙ୍କ ହିତରେ ଆସୁ ନ ଥିବା ଜଣାପଡ଼ିଛି। ନିମାପଡ଼ା ରୁଟ୍‌ରେ ପୁରୀ, ଭୁବନେଶ୍ୱର, କାକଟପୁର, ଅସ୍ତରଙ୍ଗ, ନୟାହାଟ, ଚାରିଛକ, ଗୋପ, କୋଣାର୍କ ଆଦି ଅଞ୍ଚଳକୁ ପ୍ରାୟ ୪୫ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଥିବା ବେଳେ ନୂତନ ବସ୍‌ଷ୍ଟାଣ୍ଡରେ ଏଥିରୁ ୯୦ ପ୍ରତିଶତ ବସ୍‌ ରହୁନାହିଁ। ଅନ୍ୟ କେତୋଟି ବସ୍‌ ଗୋଟିଏ ଗେଟରେ ପଶି ଅନ୍ୟ ଗେଟରେ ବାହାରି ଯାଉଛନ୍ତି। ବସ୍‌ଗୁଡ଼ିକ ପୂର୍ବଭଳି ପୁରୁଣା ବସଷ୍ଟାଣ୍ଡଠାରେ ମୁଖ୍ୟ ରାସ୍ତା ଅବରୋଧ କରି ଦୀର୍ଘ ସମୟ ଧରି ପାର୍କିଂ ହେଉଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଯାତାୟାତରେ ଲୋକେ ହଇରାଣ ହେଉଛନ୍ତି।
ନୂତନ ବସଷ୍ଟାଣ୍ଡରେ ବର୍ଷା, ଖରା ଦିନେ ଗାଡ଼ିଗୁଡ଼ିକ ରହଣି ପାଇଁ ଟର୍ମିନାଲ ବ୍ୟବସ୍ଥା ନ ଥିବା, ପାନୀୟ ଜଳ, ପରିଶ୍ରାଗାରର ସୁବ୍ୟବସ୍ଥା ନ ଥିବାରୁ ଏହି ବସଷ୍ଟାଣ୍ଡ ଯାତ୍ରୀଙ୍କ ହିତରେ ଆସିପାରି ନାହିଁ ବୋଲି ଯାତ୍ରୀ ଶ୍ରୀକାନ୍ତ ବାରିକ, ତ୍ରିଲୋଚନ ବିଶ୍ୱାଳ, ରାମଚନ୍ଦ୍ର ଜେନା, ପ୍ରମିଳା ସାହୁ, ପଦ୍ମାବତୀ ବେହେରା ପ୍ରମୁଖ କହିଛନ୍ତି। ବସ୍‌ଷ୍ଟାଣ୍ଡରେ ଟିକେଟ କାଉଣ୍ଟର ଓ ଯାତ୍ରୀ ପ୍ରତିକ୍ଷାଳୟ ଗୃହ ରହିଥିବା ବେଳେ ଉକ୍ତ ଗୃହରେ ସର୍ବଦା ତାଲା ଝୁଲୁଥିବା ଜଣାପଡ଼ିଛି। ବସଷ୍ଟାଣ୍ଡ ପରିସର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ପାଲଟିଛି। ସନ୍ଧ୍ୟା ପରେ ଯାତ୍ରୀ, ଗାଡ଼ି ଚାଳକ ଏଠାକୁ ଆସିବାକୁ ନିରାପଦ ମଣୁ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏନ୍‌ଏନସି କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ନିମାପଡ଼ା ଘରୋଇ ବସ୍‌ ମାଲିକ ସଂଘ ସଭାପତି ବିଚିତ୍ରା ନନ୍ଦ ଖଟୋଇ, ଷ୍ଟାଣ୍ଡ ସମ୍ପାଦକ ସରୋଜ ସାହୁ, ବସ ମାଲିକ ସନ୍ତୋଷ ସେନାପତି, ସନ୍ଦୀପ ସ୍ବାଇଁ, ସୁନିଲ ପରିଜା କହିଛନ୍ତି, ନୂତନ ବସଷ୍ଟାଣ୍ଡରେ ଟର୍ମିନାଲ ବ୍ୟବସ୍ଥା ଏବଂ ଆଲୋକ ବ୍ୟବସ୍ଥା ନ ଥିବାରୁ ବସ୍‌ ରହଣିରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା କହିଛନ୍ତି। ଅନ୍ୟପଟେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର କହିଛନ୍ତି, ନୂତନ ବସଷ୍ଟାଣ୍ଡରେ ବସଗୁଡ଼ିକ ରହଣି ପାଇଁ ଖୁବଶୀଘ୍ର ଏନ୍‌ଏସି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ଦୃଢ଼ ପକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?