ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅନେକ ଯୁବଗୋଷ୍ଠୀ ପସନ୍ଦ କରୁଥିବା ବେଳେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲାରେ ଦାୟିତ୍ୱ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ପସନ୍ଦ କରି ବିଭିନ୍ନ ଦାୟିତ୍ୱ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିରେ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଭାବେ ମିଟୁ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ଭାଜପା ଦଳ।

ପ୍ରକାଶ ଯେ, ମିଟୁ ସାହୁ ମଣ୍ଡଳ ସଭାପତି ଦାୟିତ୍ୱ ନେବା ପରେ ତାଙ୍କ ଦଳରେ ସାଧାରଣ ସମ୍ପାଦକ ଭାବେ ରୁଦ୍ର ମାଧବ ସାହୁଙ୍କୁ ନୂତନ ଦାୟିତ୍ୱ ମିଳିଛି। କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଦଳର ଜିଲା ସଭାପତି ପଣ୍ଡିତ ବିଶିମାଝୀଙ୍କ ଅତି ବିଶ୍ୱାସ ଓ ଭରସା ଯୋଗ୍ୟ ବ୍ୟକ୍ତି ହେଉଛନ୍ତି ରୁଦ୍ରମାଧବ। ରୁଦ୍ର ମାଧବ ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ କାର୍ଯ୍ୟରତ ରହିଥିଲେ। ସେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସ୍ନାତକ ପର୍ଯ୍ୟନ୍ତ ପାଠପଢ଼ା ସହ ସଂଘରେ ସେବକ ଭାବେ ଦାୟିତ୍ୱ ତୁଲାଉଥିଲେ। ପରେ ସେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ଉତ୍କଳ ୟୁନିଭର୍ସିଟିରେ ମାଷ୍ଟର ଅଫ୍‌ ସୋସିଆଲ ଓ୍ବର୍କ ଅଧ୍ୟୟନ କରିଥିଲେ। ଏହି ପର୍ଯ୍ୟନ୍ତ ସେ ସ୍ବୟଂ ସେବକ ସଂଘରେ ସେବକ ଭାବେ ରହିଥିବା ବେଳେ ଅନେକ ସାମାଜିକ କାର୍ଯ୍ୟରେ ସେ ନିଜକୁ ଉତ୍ସବର୍ଗୀକୃତ କରିଥିଲେ। ରୁଦ୍ର ମାଧବଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ କନ୍ଧମାଳ ଏମ୍‌ପି, ଜିଲା ସଭାପତି ଏବଂ ମଣ୍ଡଳ ସଭାପତିଙ୍କୁ ସାଧୁବାଦ ଜଣାଇବା ସହ ଦାରିଙ୍ଗବାଡ଼ିରେ ଭାଜପା ସଂଗଠନକୁ ଅଧିକା ଶକ୍ତିଶାଳୀ କରିବାକୁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ପ୍ରକାଶ ଯେ, ରୁଦ୍ରମାଧବଙ୍କ ସମେତ ଏହି ଦାୟିତ୍ୱ ରଞ୍ଜନ କୁମାର ସାହୁଙ୍କୁ ମଧ୍ୟ ଏହି ଦାୟିତ୍ୱ ଜିଲା ସଭାପତି ଓ ମଣ୍ଡଳ ସଭାପତିଙ୍କ ପକ୍ଷରୁ ଦିଆଯାଇଛି। ସେହିପରି ମଣ୍ଡଳ ଉପସଭାପତି ଭାବେ ୬ ଜଣଙ୍କୁ ଓ ସମ୍ପାଦକ ୬ ଜଣ, କୋଷାଧ୍ୟକ୍ଷ ଭାବେ ଜଣଙ୍କୁ ଚୟନ କରି ଦାୟିତ୍ୱ ଦିଆଯାଇଛି। ସେହିପରି ଭାଜପାର ଯୁବମୋର୍ଚ୍ଚା ସଭାପତି ଭାବେ ରୁଦ୍ର ନାରାୟଣ ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଟୁନି ମୁଖୀ, କିଷାନ ମୋର୍ଚ୍ଚାର ସୁବଳ ନାୟକ, ଅନୁସୂଚିତ ଜାତି ମୋର୍ଚ୍ଚାର ଲେଙ୍କା ନାୟକ, ଜନଜାତି ମୋର୍ଚ୍ଚାର ଶାନ୍ତନୁ ପ୍ରଧାନ, ଓବିସି ମୋର୍ଚ୍ଚା ର ସୋଭାଗ୍ୟ ସୁବୁଦ୍ଧି, ସଂଖ୍ୟାଲଘୁ ମୋର୍ଚ୍ଚାର ଜିତେନ୍ଦ୍ର ପ୍ରଧାନଙ୍କୁ ଚୟନ କରାଯିବା ସହ ମଣ୍ଡଳ କାର୍ଯ୍ୟକାରୀ ସଦସ୍ୟଙ୍କୁ ମଧ୍ୟ ଚୟନ କରାଯାଇଛି। ଏହି ନୂତନ କର୍ମକର୍ତ୍ତାମାନେ ସମସ୍ତେ ଜିଲା ସଭାପତି ଓ ମଣ୍ଡଳ ସଭାପତିଙ୍କୁ ସାଧୁବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri