ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ନୂଆ ଯୁକ୍ତି:‘ମିଶ୍ରଣ ନିଷ୍ପତ୍ତି କେନ୍ଦ୍ରର’

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ କୌଣସି ସ୍କୁଲ ବନ୍ଦ କରାଯାଉନାହିଁ। ଏହାକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଉଛି। ଏହି ମିଶ୍ରଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବୋଲି ସରକାରୀ ଦଳ ରବିବାର ଗୃହରେ ଉପସ୍ଥାପନ କରିଛି। ସ୍କୁଲ୍‌ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ୨୦୧୭ରୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସ୍କୁଲ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ କରିଆସୁଛନ୍ତି। ଦେଶରେ ପ୍ରାୟ ୪ଲକ୍ଷ ସ୍କୁଲରେ ୫୦ରୁ କମ୍‌ ଛାତ୍ରୀଛାତ୍ର ପଢ଼ୁଛନ୍ତି। କେନ୍ଦ୍ର ସରକାର କମ୍‌ ପିଲାଥିବା ସ୍କୁଲକୁ ନିକଟସ୍ଥ ସ୍କୁଲ ସହ ମିଶାଇଦେବାକୁ କହୁଛନ୍ତି। କେନ୍ଦ୍ରର ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ଏହି ପଦକ୍ଷେପ ନିଆଯାଉଛି। କେନ୍ଦ୍ରର ନୂତନ ଶିକ୍ଷାନୀତିରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି। ରାଜ୍ୟ ସରକାର କ୍ୱାଣ୍ଟିଟି ନୁହେଁ, କ୍ୱାଲିଟି ଏଜୁକେଶନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିରୋଧୀ ଦଳ ଚାଲି ନଜାଣି ବାଟକୁ ଦୋଷ ଦେଉଥିବା ପ୍ରତାପ ଭାଜପାକୁ ଟାର୍ଗେଟ କରିଥିଲେ।
ରାଜ୍ୟରେ ୧୪,୫୦୦ ସ୍କୁଲ୍‌ ବନ୍ଦ ପ୍ରସଙ୍ଗକୁ ନେଇ ରବିବାର ଗୃହରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବାହ୍ନ ୧୦ଟା ୩୦ରେ ଗୃହ ଆରମ୍ଭରୁ ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନା ଆରମ୍ଭକରି ପ୍ରମିଳା କହିଥିଲେ, ଜାତୀୟ ଶିକ୍ଷା ନୀତି ଅନୁସାରେ ସ୍କୁଲ୍‌ଗୁଡ଼ିକରେ ସରକାର ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପାଇଁ ନୁହେଁ ବରଂ ଶିକ୍ଷାକୁ ସୁଦୃଢିକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁ ସ୍କୁଲ୍‌ଗୁଡ଼ିକୁ ପାଖ ସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି, ଯଦି ସେଠାରେ ଛାତ୍ରୀଛାତ୍ରଙ୍କ ନାମଲେଖା ବଢିବ ତା’ହେଲେ ସେ ସ୍କୁଲ ପୁଣିଥରେ ଚାଲିପାରିବ। ଏନେଇ ଯଦି କାହାର କିଛି ଅଭିଯୋଗ ରହୁଛି ତାହେଲେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟରେ ସେ ଅଭିଯୋଗ କରିପାରିବେ ଓ କମିଟି ତାହାର ପୁନର୍ବିଚାର କରିବ ବୋଲି ପ୍ରମିଳା କହିଥିଲେ।
ଅପରପକ୍ଷରେ ସାଢ଼େ ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ। ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରତିବର୍ଷ ୧୧ଲକ୍ଷ ଛାତ୍ରୀଛାତ୍ର ନାମ ଲେଖାଉଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୬ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବଳକା ୫ଲକ୍ଷ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ୁଛନ୍ତି। ଯଦି ଏତେସଂଖ୍ୟକ ସ୍କୁଲ ବନ୍ଦ ହୁଏ, ତା’ହେଲେ ଡ୍ରପ୍‌ଆଉଟ୍‌ ସଂଖ୍ୟା ଦୁଇଗୁଣା ହୋଇଯିବ ବୋଲି ସେଠୀ କହିଥିଲେ। ଯଦି ସରକାର ଏ ନିଷ୍ପତ୍ତି ନିଅନ୍ତି ତାହେଲେ କେବଳ କୋରାପୁଟରେ ୮୦୦ ସ୍କୁଲ ବନ୍ଦ ହୋଇଯିବ ଓ ବହୁ ପିଲା ଅଧାରୁ ପାଠ ଛାଡ଼ିବେ। ବିଧାୟକ, ମନ୍ତ୍ରୀମାନେ ସେମାନଙ୍କ ପିଲାଙ୍କୁ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ରେ ପଢାଉଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାକୁ ବୁଝିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ସମ୍ବେଦନଶୀଳତାର ସହ ବିଚାର କରିବାକୁ ସେ କହିଥିଲେ। ରିଡ୍ରେସାଲ କମିଟିକୁ ଅଧିକ ସରଳ(ଫ୍ଲେକ୍ସିବୁଲ) କରିବା ସହ ଜିଲାପାଳଙ୍କ ପରିବର୍ତ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏନେଇ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ସେଠୀ ଦାବି କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏକାଧିକ ଗ୍ରାମରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଥିଲେ। ରାଜଧାନୀ ଭୁବନେଶ୍ୱର ନିକଟରେ ସରକାର ବହୁ ସ୍କୁଲ ବନ୍ଦ କରିଦେଇଛନ୍ତି। ଏପରିକି ୬୦ରୁ ଅଧିକ ଛାତ୍ରୀଛାତ୍ର ଥାଇ ମଧ୍ୟ ଅନେକ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଯଦି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳ ଏମିତି, ତା’ହେଲେ ଉପାନ୍ତ ଅଞ୍ଚଳ ଅବସ୍ଥା ଅନୁମାନଯୋଗ୍ୟ ବୋଲି ସୁର କହିଥିଲେ।
ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗକୁ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ଗୃହରେ ଉଠାଇଥିଲେ। ସର୍ବଶିକ୍ଷା ଅଭିଯାନରେ ପ୍ରଥମେ କେନ୍ଦ୍ର ୯୦ଭାଗ ଓ ରାଜ୍ୟ ୧୦ଭାଗ ଅର୍ଥ ପ୍ରଦାନ କରୁଥିଲା। ପରେ ତାହା ୭୫:୨୫ ଏବଂ ମୋଦି ସରକାରଙ୍କ ସମୟରେ ଏବେ ୬୦:୪୦ରେ ପହଞ୍ଚତ୍ଲାଣି। କେନ୍ଦ୍ର ଆରମ୍ଭ କରୁଥିବା ଯୋଜନା ପାଇଁ ରାଜ୍ୟ ସରକାର କ’ଣ ପାଇଁ ୪୦% ଅର୍ଥ ଦେବେ ବୋଲି ମିଶ୍ର ବିରୋଧୀ ଭାଜପା ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଉଜ୍ଜ୍ୱଳା ଓ ଉତ୍‌ଥାନ ଭଳି ଯୋଜନା ପାଇଁ ନୀତି ଆୟୋଗ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରୁଥିବା ନେଇ ତଥ୍ୟ ସହ ଗୃହରେ ଉପସ୍ଥାପନ କରିଥିଲେ। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରୁଥିବା ବିଜେଡି ବିଧାୟକ ଅମର ଶତପଥୀ କହିଥିବାବେଳେ ବିଧାୟକ ଶଶିଭୂଷଣ ବେହେରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶାକୁ ଡ୍ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ଦେବାକୁ ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ରୀୟ ଅନୁଦାନ ହ୍ରାସପାଇଛି। ଜାତୀୟ ଶିକ୍ଷାନୀତି ଆଧାରରେ ବିଦ୍ୟାଳୟ ଏକତ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri