ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ ଅବସ୍ଥିତ। ନେଟଓ୍ବାର୍କ ସମସ୍ୟା ଯୋଗୁ ଛାତ୍ରୀଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ଡିଜିଟାଲ କାର୍ଯ୍ୟ ଠପ ହୋଇପଡ଼ିଛି।

ନେଟୱାର୍କ ସଂଯୋଗିକରଣ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ୍‌ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ସମ୍ପୃକ୍ତ ଟେଲିକମ କମ୍ପାନୀ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା। ପ୍ରଶାସନିକ ଉଦାସୀନତା ଯୋଗୁ ନିରାଶ ହୋଇ ସୋମବାର ସକାଳେ ଗୁଦାରି ଗ୍ରାମବାସୀ ଓ ଆଖପାଖ ଲୋକେ ରାଜପଥକୁ ଓହ୍ଲାଇଥିଲେ।

ସକାଳ ୮ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୧୫୭(ଏ) ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଖଜୁରିପଡ଼ା ପୋଲିସ ଷ୍ଟେଶନର ଏସ୍‌ଆଇ ଦୀନବନ୍ଧୁ ପ୍ରଧାନ ସଦଳବଳେ ସେଠାରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଆଗାମ ୨ ମାସ ମଧ୍ୟରେ ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ।

ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ସମେତ ସମିତି ଉପାଧ୍ୟକ୍ଷ ଅମିତ କୁମାର ଦିଗାଲ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଲୋକଙ୍କଠାରୁ ମୋବାଇଲ-ଟଙ୍କା ଲୁଟ୍‌ କରୁଥିଲେ ଦୀପୁ: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଲୁଟପାଟ ଓ ଚୋରି ଘଟଣାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ମୋବାଇଲ ଓ…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri