ଦୁର୍ଗମ ଅଞ୍ଚଳରେ ବାଧକ ସାଜୁଛି ନେଟୱାର୍କ: ଅନଲାଇନ ସର୍ଭେ ପାଇଁ ପାହାଡ ଉପରେ ପ୍ରବଳ ଭିଡ଼

ଲାଞ୍ଜିଗଡ, ୧୭।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟଷିତ ଦୁର୍ଗମ ଅଞ୍ଚଳରେ ଆବାସ ଗୃହ ସର୍ଭେ ପାଇଁ ନେଟୱାର୍କ ବାଧକ ସାଜିଥିବାବେଳେ ପାହାଡ ଚଢି ଅନଲାଇନ ସର୍ଭେ କରୁଛନ୍ତି ଅଧିକାରୀ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନଲାଇନ ସର୍ଭେ କରି ତାଲିକା ଅନ୍ତର୍ଭୁକ୍ତ କରିବା ପାଇଁ l ଏହି ସର୍ଭେ କରିବାପାଇଁ ପ୍ରତ୍ୟେକ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସମେତ ଜିଓ ଟେକରଙ୍କୁ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱକୁ ନିର୍ବାହ କରି ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଅନଲାଇନ ସର୍ଭେ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଅନ୍ତର୍ଭୁକ୍ତ କରୁଛନ୍ତି।
ପରିତାପର ବିଷୟ ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ବା ନେଟର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ଡିଜିଟାଲ ଭାରତରେ ମଧ୍ୟ୍ୟ ଏବେ ଯାଏଁ ଲୋକେ ନେଟୱର୍କ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି l ପଞ୍ଚାୟତରେ ଅନେକ ଗୁଡ଼ାଏ ନିର୍ଦ୍ଦିଷ୍ଟ କମ୍ପାନୀର ନେଟୱାର୍କ ସ୍ଥାପନ ହୋଇଛି ସତ କିନ୍ତୁ ଫୋନ କଲ ବ୍ୟତୀତ କୌଣସି ନେଟୱର୍କଟେ ଏବେ ଯାଏଁ ଇଣ୍ଟରନେଟର ବ୍ୟବସ୍ଥା ହୋଇନାହିଁ l ଯାହାଫଳରେ ଲୋକେ ପାହାଡ ଚଢି ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ସର୍ଭେ କରୁଥିବା ଚିତ୍ର ଦେଖିବାକୁ ମିଳିଛି l ଏହି ଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଦ୍ୟୁଷିତ ପାହାଡ ପଦର ପଞ୍ଚାୟତରେ l ଏହି ପଞ୍ଚାୟତରେ ମୋଟ ୧୫ଟି ଗାଁ ରହିଥିବା ବେଳେ କେବଳ କାଞ୍ଚନମୁଖି ଗାଁର ଏକ ପାହାଡ଼ରେ ଟିକେ ଇଣ୍ଟରନେଟ ଚାଲୁଥିବାରୁ ସେହି ପାହାଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଉକ୍ତ ପଞ୍ଚାୟତରେ ଅନେକ ସ୍ଥାନରେ ନେଟୱର୍କ ସ୍ଥାପନ ହୋଇଛି ସତ ହେଲେ ବର୍ତ୍ତମାନ ସୁଦ୍ଧା ଠିକ ଭାବରେ ଫୋନ କଲ ବ୍ୟତୀତ କୌଣସି ନେଟୱର୍କରେ ଇଣ୍ଟରନେଟ ଚଳାଇବାର ବ୍ୟବସ୍ଥା ହୋଇନାହିଁ l
ସେହିପରି ବିଜେପୁର, ମାଳିଯୁବାଙ୍ଗ, ତ୍ରିଲୋଚନ ପୁର, ବେଡାଗାଁ ପଞ୍ଚାୟତରେ ମଧ୍ୟ୍ୟ ନେଟୱର୍କ ସମସ୍ୟା ରହିଥିବାବେଳେ ଏହି ପଟେ ସରକାର ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କ ଆଧାରକାର୍ଡ, ବ୍ୟାଙ୍କବହି, ଜବକାର୍ଡ, ଆଇସ୍କେନ ସମେତ ପୁରୁଣା ଘର ଓ କେଉଁ ସ୍ଥାନରେ ନୂତନ ଗୃହ ନିର୍ମାଣ ହେବ ଏହାର ଅପଡେଟ ସର୍ଭେ ସମ୍ପୂର୍ଣ୍ଣ ତଥ୍ୟ ମାଗୁଛନ୍ତି କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ତଥ୍ୟ ଦେବାରେ ସର୍ଭେକାରୀଙ୍କୁ ନାକେଦମ ହେବାକୁ ପଡୁଛି l ତେବେ ଏହି ଅଞ୍ଚଳରେ ବର୍ତ୍ତମାନ ନେଟୱାର୍କ ସମସ୍ୟା ରହିଥିବାରୁ ଚିନ୍ତାରେ ହିତାଧିକାରୀ ଓ ସର୍ଭେ କରୁଥିବା କର୍ମଚାରୀମାନେ ତେଣୁ ଏହି ଅଞ୍ଚଳର ନେଟୱାର୍କ ସମସ୍ୟା ଯଥା ସମ୍ଭବ ଜିଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?