ଆସ୍ଥା ଭୋଟ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ, ୧୧।୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସୋମବାର ପ୍ରତିନିଧି ସଭାରେ ଆସ୍ଥାଭୋଟ ହାରିଯାଇଛନ୍ତି। ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସିଏନ୍‌ପି (ମାଓଇଷ୍ଟ ସେଣ୍ଟର) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆସ୍ଥା ଭୋଟ ହାରିବା ପରେ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଥିବା ଓଲି ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ ନିର୍ଦ୍ଦେଶକ୍ରମେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ଓଲିଙ୍କୁ ଆସ୍ଥା ଭୋଟ ଜିତିବା ପାଇଁ ୧୩୬ ଭୋଟର ଆବଶ୍ୟକତା ଥିବାବେଳେ ମିଳିଥିଲା ମାତ୍ର ୯୩ ଖଣ୍ଡ ଭୋଟ। ୪ ସଦସ୍ୟ ନିଲମ୍ବିତ ଥିବାବେଳେ ୧୨୪ ଜଣ ଓଲି ସରକାରଙ୍କ ବିରୋଧରେ ଭୋଟ ଦେଇଥିଲେ। ପ୍ରଚଣ୍ଡଙ୍କ ସହ କ୍ଷମତା କନ୍ଦଳକୁ ନେଇ ଗତବର୍ଷ ଡିସେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ଓଲି ନିମ୍ନ ସଦନକୁ ଭାଙ୍ଗି ସାନି ନିର୍ବାଚନ ଘୋଷଣା କରିବାକୁ ସୁପାରିସ କରିଥିଲେ। ସେବେଠାରୁ ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ପରି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ବାଇଡେନଙ୍କ ସ୍ତ୍ରୀ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ...

ଆୟୁଷ କମୁଛି ୭ ବର୍ଷ: ଇଣ୍ଡୋ-ଗାଙ୍ଗେଟିକ୍‌ ସମତଳ ଅଞ୍ଚଳ ଲୋକେ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ/ସିକାଗୋ,୩୧।୧୦: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଲୋକଙ୍କ ହାରାହାରି ଆୟୁଷ ୭ ବର୍ଷ କମୁଛି ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା...

କର୍ବଲାରେ ମିନି ବସ୍‌ ବିସ୍ଫୋରଣ: ୧୨ ମୃତ; ଆଇଏସ୍‌ର ହାତ ଥିବା ସନ୍ଦେହ

ବାଗଦାଦ୍‌,୨୧।୯: ଇରାକ୍‌ରେ ଏକ ମିନି ବସ୍‌ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍‌ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର...

ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ...

କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ

ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ...

ଆତଙ୍କବାଦୀଙ୍କ ସହ ହାତ ମିଳାଇଲା ରୁଷିଆ…

ମସ୍କୋ,୧୭।୮: ଆଫଗାନିସ୍ତାନର ଅବସ୍ଥା ବିଗିଡିବା ମଧ୍ୟରେ ରୁଷିଆ ପକ୍ଷରୁ ମତିଭ୍ରମ ଭଳି ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦିଆଯାଇଛି। ରୁଷିଆ କହିଛି ତାଲିବାନ ଶାସନ ଅଧୀନରେ କାବୁଲର...

ଆଫଗାନିସ୍ତାନ ସରକାରଙ୍କ ମିଡିଆ ଇନଫରମେଶନ ଡାଇରେକ୍ଟରଙ୍କୁ ହତ୍ୟା

କାବୁଲ,୬ ।୮: ଆଫଗାନିସ୍ତାନର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ନୂଆ ଅଞ୍ଚଳକୁ ତାଲିବାନ ତା କବଜାକୁ ନେବାରେ ଲାଗିଛି । ଇତିମଧ୍ୟରେ...

Advertisement


Archives

Model This Week