ନେପାଳ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

କାଠମାଣ୍ଡୁ, ୪।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଏବଂ ଡାକ୍ତର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓଲିଙ୍କ ସରକାରୀ ବାସଭବନକୁ ଖାଲି କରାଯାଇ ସାନିଟାଇଜ୍‌ କରାଯାଇଛି। ପୂର୍ବରୁ ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଦିବ୍ୟା ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କର ୭୬ ଜଣ ସୁରକ୍ଷାକର୍ମୀଙ୍କଠାରେ କରୋନ ଲକ୍ଷଣ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ୨୮ କମାଣ୍ଡୋ, ନେପାଳ ପୋଲିସର ୧୯ ଜଣ ଅଧିକାରୀ, ସଶସ୍ତ୍ର ସୁରକ୍ଷାବଳର ୨୭ କର୍ମଚାରୀ ଏବଂ ଗୁପ୍ତଚର ବିଭାଗର ୨ ଜଣ କର୍ମଚାରୀ ରହିଛନ୍ତି। ଓଲିଙ୍କ ସୁରକ୍ଷାରେ ଥିବା ସମସ୍ତ କର୍ମଚାରୀଙ୍କୁ ବଦଳାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର

ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର...

ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ରହିଥାଏ। ଯେମିତିକି, କିଏ ନିଜ ସ୍ବାସ୍ଥ୍ୟକୁ ନେଇ ଲକ୍ଷ୍ୟ ରଖିଥାଏ ତ ଆଉ କିଏ କ୍ୟାରିୟରକୁ ନେଇ।...

ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ...

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଚାଲିଗଲା ୨୨ ଜୀବନ

ଇସଲାମବାଦ: ପାକ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନାଳକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ...

ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର...

ଏବେ ସପ୍ତାହରେ ୪ ଦିନ ଅଫିସ୍‌…

ମାଦ୍ରିଦ୍‌‌,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍‌ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା...

ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

ମସ୍କୋ,୧୩ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କଠାରେ ‘ସ୍ପୁଟନିକ୍‌ ଭି’ ଭାକ୍ସିନର ପ୍ରୟୋଗ କରାଯାଇଛି। ପୁଟିନ ନିଜେ ଏହା ଦାବି କରିବା ପରେ ତାଙ୍କର କେଉଁ...

ବିଗୁଡୁଛି ଭାରତ-ନେପାଳ ସମ୍ପର୍କ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ା୫: ନେପାଳ ଏହାର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ଏହାକୁ ନେଇ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଦେଖାଦେଇ ଥିବାବେଳେ...

Advertisement


Archives

Model This Week