ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ

କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍‌ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍‌ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା ଗୃହମନ୍ତ୍ରୀ ନଭେମ୍ବର ୨୯ରେ ନେପାଳ ଗସ୍ତ କରିବେ ବୋଲି ଗୁରୁବାର ନେପାଳ ମିଡିଆ ପକ୍ଷରୁ ଖବର ପ୍ରକାଶ ପାଇଛି। ଏହି ଦୁଇ ଦେଶ ମିଳିତ ଭାବେ ଏଭରେଷ୍ଟ ପର୍ବତର ମାପୁଚପ କରିବେ ଏବଂ ଏହାର ପ୍ରକୃତ ଉଚ୍ଚତା ସମସ୍ତଙ୍କୁ ଜଣାଇବେ। ସମସ୍ତ ବିବାଦ ମଧ୍ୟରେ ନିକଟରେ ନେପାଳ ସରକାର କହିଥିଲେ, ୨୦୧୫ରେ ଆସିଥିବା ଭୂକମ୍ପ ଓ ଅନ୍ୟ କାରଣରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାରେ ହ୍ରାସ ହୋଇଛି।

ତେଣୁ ସରକାର ଏହାର ମାପଚୁପ କରିବାକୁ ଚାହୁଁଛନ୍ତି। ନେପାଳର ଏହି ମାପୁଚପ କାର୍ଯ୍ୟରେ ଚାଇନା ମଧ୍ୟ ସାମିଲ ହେବାକୁ ଯାଉଛି। ତେବେ ନେପାଳ ଗଣମାଧ୍ୟମର ସୂଚନା ଅନୁଯାୟୀ, ୧୯୫୪ରେ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା। ସେତେବେଳେ ଏହାର ଉଚ୍ଚତା ୮ହଜାର ୮ଶହ ୪୮ ମିଟର ରହିଥିଲା। ସେହିପରି ୧୯୭୫ରେ ଚାଇନାର ଗୋଟିଏ ସଂସ୍ଥା ମଧ୍ୟ ଏହି ଏଭରେଷ୍ଟର ମାପଚୁପ କରିଥିଲା। ସେହି ସମୟରେ ଉକ୍ତ ସଂସ୍ଥା ଏହାର ଉଚ୍ଚତା ୮୮୪୮.୧୩ ମିଟର ବୋଲି ଦାବି କରିଥିଲା। ହେଲେ ଚଳିତ ବର୍ଷ ଚାଇନା ସରକାର ଏକ ନୂଆ ଖୁଲାସା କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ଚାଇନା ସରକାର ଚଳିତ ବର୍ଷ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିଛନ୍ତି। ଏହି ମାପଚୁପରୁ ଜଣାପଡ଼ିଛି ଯେ, ସମୟକ୍ରମେ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି। ବର୍ତ୍ତମାନ ସମୟରେ ଏହାର ଉଚ୍ଚତା ୮୮୪୪.୪୩ ମିଟର ରହିଛି। ଯାହା ପୂର୍ବ ଉଚ୍ଚତା ତୁଳନାରେ ୪ ମିଟର କମ୍‌।

ତେବେ ନେପାଳ ସଠିକ୍‌ ଭାବେ ଉଚ୍ଚତା ମାପି ନାହିଁ ବୋଲି ଚାଇନା ଅଭିଯୋଗ କରିଛି। ଚାଇନାର ଏଭଳି ଅଭିଯୋଗ ପରେ ଏବେ ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୁଧବାର ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ବସିଥିଲା। ଏହି ବୈଠକରେ ଖୁବଶୀଘ୍ର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପଚୁପ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?