ନା ସହି ହେଉଛି ନା କହି ହେଉଛି

ମନୀଷା ପଣ୍ଡା

ବିଦ୍ୟାଳୟ ଫାଟକ ଭିତରକୁ ପଶିଯିବା କ୍ଷଣି ଆଉ ଛାତି ଫୁଲି ଉଠୁନି ଗର୍ବରେ ମୁଁ ଶିକ୍ଷକ ବୋଲି। ପରିବାରର ମୋ ଜନ୍ମିତ ସନ୍ତାନ ଏକ, ଦୁଇ କିମ୍ବା ତିନି ହେଲେ ମଧ୍ୟ ମୁଁ ଏଠି ଶହ ଶହ ପିଲାଙ୍କ ମା’ ବାପା ଏହା ଭାବି ମନ କୁଣ୍ଢେମୋଟ ହେଉନାହିଁ ଏବେ ଆଉ। ଫାଟକ ଭିତରକୁ ପ୍ରବେଶ କରିବାଠାରୁ ବାହାରିିବା ପର୍ଯ୍ୟନ୍ତ ଭୟରେ ଅନିଶ୍ଚିତତାରେ ଥରୁଛି ବରଂ ଛାତି। କାହିଁକି ଜାଣନ୍ତି? ପ୍ରତି କ୍ଷଣରେ ମୋତେ ଭୟ, କେବେ ସମାଜରେ ମୋ ଯଶ ଖ୍ୟାତି କଳଙ୍କିତ ହେବାର ଭୟ ତ କେତେବେଳେ ପାରିତୋଷିକ ନ ମିଳିବାର ଭୟ। ତେଲଲୁଣ ସଂସାର ମୁଁ ମଧ୍ୟ ଚଳାଏ ଓ ସେଥିପାଇଁ ଅନେଇ ବସେ ମାସ ଶେଷକୁ । ତେବେ ନିର୍ଭୟରେ କେମିତି ରହି ପାରିବି କୁହନ୍ତୁ ତ?
ସେ ଦିନ ଶ୍ରେଣୀରେ ପାଠ ନ କରି ଆସିଥିବା ପିଲାଟିକୁ ବୁଝେଇ ପାଠ କରି ଆଣିବା ପାଇଁ କହିଥିଲି। ସେ କରି ଆଣିଲା ନାହିଁ ପର ଦିନ। ପୁଣି ତା’କୁ ବୁଝେଇ କହିବା ପରେ ମଧ୍ୟ ଫଳପ୍ରଦ ହେଲା ନାହିଁ। ବାଧ୍ୟ ହୋଇ ଦଣ୍ଡଦେବା ଭୟ ଦେଖେଇବାରୁ ସେ ମୋ ମୁହଁ ଉପରେ ଜବାବ ଦେଲା ,”ଏ ଦଣ୍ଡ ମୁକ୍ତ ଅଞ୍ଚଳରେ ମୋତେ ଦଣ୍ଡ ଦେବେ?“ଉତ୍ତର ଆଉ କ’ଣ ବା ଦେବି। ବାଧ୍ୟ ହୋଇ ଚୁପ୍‌ ରହିଲି । ସେହି ଶ୍ରେଣୀ ପ୍ରକୋଷ୍ଠର ଅନ୍ୟ ପିଲାମାନେ ବୋଧେ ସେଇ ଦିନଠାରୁ ଆହୁରି ସାହସ ପାଇ ଯାଇଛନ୍ତି। ମୋ ଟେବୁଲ ଉପରକୁ ଖାତା ଖୁବ୍‌ କମ୍‌ ଆସିବାରେ ଲାଗିଲା। ମୁଁ ନାଚାର ଏ କଥା କାହାକୁ କହିବି। କାହା ଆଗରେ ପ୍ରତିବାଦ କରିବି ? ଅଜାଗା ଘା’ ଭଳି ରହିଲା କେବଳ ।
ଆଉ ଗୋଟିଏ ଘଟଣା। ସେଦିନ ଅନେକ ଥର କହିବା ପରେ ବି ପିଲାଟି ଇଚ୍ଛା ନାହିଁ କହି ପାଠ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲା ନାହିଁ। ଅନେକ ପ୍ରକାର ପ୍ରଚେଷ୍ଟା ପରେ ବି ତା’ର ଇଚ୍ଛା ନାହିଁ ମୋ ବକର ବକର ଶୁଣିବାକୁ ଯେମିତି। ଏସବୁ ପରେ ପାଖକୁ ଡାକି ଥରେ ପଚାରି ଅନ୍ୟମନସ୍କତାର କାରଣ ପଚାରିବାରୁ ଉତ୍ତର ଦେଲା,”ମୋ ଇଚ୍ଛା ନାହିଁ। ମୁଁ ବାଧ୍ୟ ନୁହେଁ। କୌଣସି ପ୍ରକାରେ ମୋ ପାଇଁ ସମୟ ବିନିଯୋଗ ଅଯଥା ନ କରି ନିଜ କାମ କରନ୍ତୁ । ନଚେତ୍‌ ଉପର ଅଫିସର ପାଖେ ଅପଦସ୍ଥ ହେବେ।“ ଉତ୍ତରରେ ଦୋହଲି ଗଲା ମୋ ଭିତରଟା। ନିଜକୁ ଖୁବ୍‌ ଧିକ୍କାର କଲି ମୋ ଅବସ୍ଥା ପାଇଁ। ଏ ହେଉଛି ଅଧୁନା ମୋର ଅବସ୍ଥା। ଭୁଲ କହିଲି, ମୋର ନୁହେଁ ଆମ ଶିକ୍ଷକ ସମାଜର ଦୁରବସ୍ଥା। ପ୍ରତିଦିନ ଏମିତି କିଛି ଘଟଣା ଆସୁଛି ଆଉ ପର ମୁହୂର୍ତ୍ତରେ ସେଗୁଡ଼ିକ ମନ ଭିତରେ ଭୟ ସୃଷ୍ଟି କରୁଛି । ଛାତ୍ରୀଛାତ୍ର, ଅଭିଭାବକ ଏବଂ ସରକାର ସମସ୍ତଙ୍କ ଅସହଯୋଗ ସହ ଏଭଳି ପରିସ୍ଥିତିରେ କେମିତି ମଣିଷ ଗଢ଼ିବ ଜଣେ ଶିକ୍ଷକ। ପ୍ରଶ୍ନକୁ ସାମ୍ନା କରିବାକୁ ପଡୁଛି ବାରମ୍ବାର ଶିକ୍ଷାର୍ଥୀଙ୍କ ନୈତିକ ଅଭିବୃଦ୍ଧି ହେଲା କି ନାହିଁ? ପ୍ରଶ୍ନ ଆସୁଛି, ଶିକ୍ଷାର ମାନ ବୃଦ୍ଧି ପାଉନି କାହିଁକି ? ଆଉ ସବୁ ପ୍ରଶ୍ନ ଉତ୍ତରରେ ବେତନଭୋଗୀ କର୍ମଚାରୀ ଶିକ୍ଷକର ଅପାରଗତା, ଅଯୋଗ୍ୟତା ଓ ଆଳସ୍ୟ। ହେଲେ ଏ ସବୁ ଠିକ୍‌ ନୁହେଁ। ବରଂ ଶିକ୍ଷକର ମାନ ବୃଦ୍ଧି ତଥା ସାଧୀନତା ଦିଆଗଲେ କେତେକାଂଶରେ ସମସ୍ୟା ଦୂରେଇ ଯାଇପାରେ। ଶିକ୍ଷକ ହେଉଛି ବିଦ୍ୟାଳୟ ରୂପକ ପରିବାରର ମୁଖିଆ। ଶିକ୍ଷାର୍ଥୀମାନଙ୍କ ଅଧୋଗତିକୁ ରୋକିବାକୁ ହେଲେ ଶିକ୍ଷକଙ୍କୁ ଠିକ୍‌ ମୁରବି ଭଳି ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ ପାଇଁ ସ୍ବାଧୀନତା ମିଳିବା ଆବଶ୍ୟକ। କେବଳ ବେତନଭୋଗୀ କର୍ମଚାରୀ ଭାବିବା ଦୁଃଖଦାୟକ । ମାନସିକ ଚାପ ମଧ୍ୟରେ ରହି ଜଣେ ଶିକ୍ଷକ ମଧ୍ୟ ଆପଣା ଉପରେ ଥିବା ଦାୟିତ୍ୱକୁ ଶତପ୍ରତିଶତ ତୁଲାଇବା ଅସମ୍ଭବ କହିଲେ ଚଳେ।
ଥରେ ଜଣେ ଶିକ୍ଷାର୍ଥୀକୁ ନୈତିକ ମୂଲ୍ୟବୋଧ ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ ମୋର ଜଣେ ଶିକ୍ଷକ ବନ୍ଧୁ। ଶେଷରେ ପିଲାଟିର ଅଭିଭାବକଙ୍କୁ ଡକାଗଲା, ମାତ୍ର ଏସବୁ ପୁରୁଣାକାଳିଆ କଥା ଏବଂ ଆଜିକାଲି ପିଲା କେହି ମାନିବେ ନାହିଁ ବୋଲି କହି ବାହୁଡ଼ିଲେ ପରିସରରୁ ଅଭିଭାବକ ଜଣକ। ସେହି ଦିନଠାରୁ ଶିକ୍ଷକ ବନ୍ଧୁ ଜଣକ ନୈତିକ ଶିକ୍ଷା ବାବଦ କୌଣସି ଆଲୋଚନା କରିବା ପୂର୍ବରୁ ଭାବୁଛନ୍ତି ଚାରିଥର କହିବେ କି ନା। ପିଲାଟିଏର ବ୍ୟବହାର ସଜାଡ଼ିବାବେଳେ ପିଲାଟି କହୁଛି ଏ ଶିକ୍ଷକର ପ୍ରତିଟି ଗତିବିଧି ଲକ୍ଷ୍ୟ କରିବି ଆଜିଠୁ । ସେ ଶିକ୍ଷକଙ୍କ କିଛି ନା କିଛି କାର୍ଯ୍ୟକଳାପ ପାଇବି ଯାହାକୁ ତାଙ୍କ ଅଜାଣତରେ ଫେସ୍‌ବୁକରେ ଭାଇରାଲ କରିବି । ସେଇ ଭାଇରାଲ ଭୟ ଭାଇରାଲ ଜର ହୋଇ ଶିକ୍ଷକକୁ ଶଯ୍ୟାଶାୟୀ କରେଇ ଦିଏ। ଖୁବ୍‌ ମାନସିକ ଯନ୍ତ୍ରଣା ଦିଏ। କେବଳ ଶିକ୍ଷକ ଅନେଇ ଚାହିଁ ବସିଛି ଅବସ୍ଥା କେବେ ପରିବର୍ତ୍ତନ ହେବ। କେବେ ସୁଧୁରିବ ମନୋଭାବ ଶିକ୍ଷାର୍ଥୀ ଓ ଅଭିଭାବକଙ୍କର।
ଶିକ୍ଷୟିତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍କରାନ୍ତିପୁର, ଢେଙ୍କାନାଳ, ମୋ:୮୨୪୯୬୮୬୦୯୩


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri