Posted inଜାତୀୟ

ନା ସୁନା ନା ରୂପା; ଦୋକାନରୁ ହେଉଛି ଟମାଟୋ ଲୁଟ୍‌, ମାମଲା ରୁଜୁ

ଲକ୍ଷ୍ନୌ,୧୪।୭: ନା ସୁନା ନା ରୂପା। ୨୬ କିଲୋ ଟମାଟୋ, ୨୫ କିଲୋ ଲଙ୍କା ଏବଂ ୮ କିଲୋ ଅଦା ଲୁଟି ନେଇଛନ୍ତି ଲୁଟେରା। ଉତ୍ତରପ୍ରଦେଶର ଫତେହପୁର ଜିଲାରେ ଏଭଳି ଏକ ଘଟଣାକୁ ନେଇ ଦୋକାନୀ ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ସୋମବାର ୧୦ ଜୁଲାଇର ଏହି ଘଟଣା। ଦୁଇ ଦୋକାନୀ ରାମଜୀ ଏବଂ ନଇମ ଖାଁ ନିଜ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହେଲେ ପରଦିନ ସକାଳେ ସେ ଦୋକାନ ଆସିବା ପରେ ବଡ ଧରଣର ଲୁଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ। ଉଭୟ ଗୁରୁବାର(ଘଟଣାର ୩ ଦିନ ପରେ) ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଛାନଭିନ୍‌ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କଟାକ୍ଷ କରି ସ୍ପେଶାଲ ଟାସ୍କ ଫୋର୍ସର ନାମ ଏବେ ସ୍ପେଶାଲ ଟମାଟୋ ଫୋର୍ସ ରଖିଦେବା ଉଚିତ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ମଦରେ ବିଷ ମିଶାଇ ସ୍ବାମୀଙ୍କୁ ହତ୍ୟା; ୧୨ ଫୁଟ୍ ଗଭୀର ଗାତରେ ପୋତିଦେଲେ, ୨ ବର୍ଷ ପରେ ଖୋଲିଲା

ଗାନ୍ଧୀନଗର,୩୦।୭: ଚଳଚ୍ଚିତ୍ରଗୁଡ଼ିକ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କିଛି ଚତୁର ବ୍ୟକ୍ତି ଏହାକୁ ଆଧାର କରି ଅପରାଧ ଘଟାଇବା ପାଇଁ ନୂତନ ଉପାୟ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri