Posted inଜାତୀୟ

ନେହେରୁଙ୍କ ଭାରତର ଅଧା ଏମ୍‌ପି ଦାଗୀ

ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍‌ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗ୍‌ଙ୍କ ଏଭଳି ଅବାଞ୍ଛିତ ମନ୍ତବ୍ୟ ପାଇଁ ନୂଆଦିଲ୍ଲୀ ପକ୍ଷରୁ ସିଙ୍ଗାପୁର ରାଷ୍ଟ୍ରଦୂତ ସାଇମନ ଓ୍ବଙ୍ଗ୍‌ଙ୍କୁ ସମନ ଜାରି କରାଯାଇଛି।
ଲୁଙ୍ଗ୍‌ ବୁଧବାର ସିଙ୍ଗାପୁର ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବା ବେଳେ ଗଣତନ୍ତ୍ର କିପରି କାର୍ଯ୍ୟ କରିବା ଉଚିତ କହିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କଥା ଉଠାଇଥିଲେ। ସେ କହିଥିଲେ, ଉଚ୍ଚ ଚିନ୍ତାଧାରା ଓ ମହାନ୍‌ ମୂଲ୍ୟବୋଧ ଆଧାରରେ ଅଧିକାଂଶ ଦେଶ ପ୍ରତିଷ୍ଠା ହୋଇଥିଲା। ତେବେ ଧୀରେ ଧୀରେ ରାଜନୈତିକ ପରିବର୍ତ୍ତନ ଯୋଗୁ ସେହିି ଚିନ୍ତାଧାରା ବଦଳିଗଲା। ଏବେ ଅଧିକାଂଶ ରାଜନୈତକ ବ୍ୟବସ୍ଥା ପ୍ରତିଷ୍ଠାତା ନେତାମାନଙ୍କ ସ୍ବୀକୃତି ପାଇବା ଯୋଗ୍ୟ ହେବ ନାହିଁ ବୋଲି ଲୁଙ୍ଗ୍‌ କହିଛନ୍ତି। ସେତେବେଳର ନେତାମାନେ ଦୃଢ଼ ଆତ୍ମବିଶ୍ୱାସର ସହ ଲଢ଼ି ଦେଶକୁ ସ୍ବାଧୀନତା ଆଣିଥିଲେ। ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କଠାରେ ଅଦମ୍ୟ ସାହସ ତଥା ସାମର୍ଥ୍ୟ ରହିଥିଲା। ସେମାନେ ଦେଶର ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ଜନନେତା ତଥା ରାଷ୍ଟ୍ରନେତାରେ ପରିଣତ ହୋଇଥିଲେ। ଡାଭିଡ୍‌ ବେନ୍‌-ଗୁରିଅନ୍ସ, ଜବାହରଲାଲ ନେହେରୁ ସେମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଲୁଙ୍ଗ୍‌ କହିଥିଲେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନେହେରୁଙ୍କ ଭାରତରେ ଲୋକ ସଭାରେ ସେମାନଙ୍କ ବିରୋଧରେ ବଳାତ୍କାର, ହତ୍ୟା ଆଦି ଆପରାଧିକ ମାମଲା ବିଚାରାଧୀନ ଥିଲା। ଯଦିଓ ସେଥିରୁ ଅଧିକାଂଶ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଥିବା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ବୁଧବାର ପାର୍ଲାମେଣ୍ଟକୁ କହିଥିଲେ। ସେ କହିଛନ୍ତି, ସରକାରରେ ଥିବା ବ୍ୟକ୍ତିମାନେ ଯଦି ସାଧୁତା ବଜାୟ ରଖନ୍ତି ଏବଂ ଆଇନ ଓ ନିୟମାବଳୀକୁ ସମସ୍ତଙ୍କ ପାଇଁ ସମାନ ଭାବେ କାର୍ଯ୍ୟକାରୀ କରନ୍ତି, ତେବେ ସିଙ୍ଗାପୁର ଜନସାଧାରଣ ସେମାନଙ୍କ ନେତା, ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri