ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ବାଚସ୍ପତି ଭେଙ୍କେୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ମନ୍ତ୍ରୀମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସେମାନଙ୍କ ଅନୁପସ୍ଥିତିରେ ଆପତ୍ତି ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଅନେକ ଦଳର ନେତା ଯୋଗ ଦେଇଥିଲେ।
ରାଜ୍ୟ ସଭାରେ କଂଗ୍ରେସ ମୁଖ୍ୟ ହ୍ବିପ ଜୟରାମ ରମେଶ ଟୁଇଟରରେ ଲେଖିଛନ୍ତି,‘ଯେଉଁମାନଙ୍କର ଫଟୋଗ୍ରାଫ ସେଣ୍ଟ୍ରାଲ ହଲ୍ରେ ରଖାଯାଇଛି ସେମାନଙ୍କର ଜନ୍ମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ, ସଂସଦରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକ ସଭା ବାଚସ୍ପତି ଅନୁପସ୍ଥିତ ରହିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଅନୁପସ୍ଥିତ ରହିଲେ। ସେଠାରେ କୌଣସି ମନ୍ତ୍ରୀ ଉପସ୍ଥିତ ନ ଥିଲେ। ଏହାଠାରୁ ଅଧିକ ଘୃଣ୍ୟ କିଛି ହୋଇପାରେ କି?
ଜୟରାମ ରମେଶଙ୍କ ଏହି ଟୁଇଟକୁ ଉଲ୍ଲେଖ କରି ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି। ସେ ତାଙ୍କର ଏକ ଟୁଇଟ୍ରେ ଲେଖିଛନ୍ତି, ମୋତେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଏହି ବ୍ୟବସ୍ଥା (କେନ୍ଦ୍ର ସରକାର) ସଂସଦ ସମେତ ଦେଶର କିଛି ମହାନ ଅନୁଷ୍ଠାନକୁ ପ୍ରତିଦିନ ନଷ୍ଟ କରୁଛି।
ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ
ପଶ୍ଚିମବଙ୍ଗ ଫାଲ୍ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ
କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…
CUET-UG 2026 ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…
ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି
ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…
ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ
ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…
ମୁମ୍ବାଇକୁ ହରାଇ ପ୍ଲେଅଫ୍ରେ ରାଜସ୍ଥାନ: ବାଦ୍ ପଡ଼ିଲେ କୋଲକାତା, ପଞ୍ଜାବ
ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…
ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍ ଏବଂ ବାଇକ୍…
ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ
ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…
ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର
ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…
Archives

