ନେହେରୁ ବନାମ ପଟେଲ

ଆମେ ଆଉ ଏକ ନିର୍ବାଚନ ପ୍ରକ୍ରିୟାର ମଝିରେ ରହିଛୁ ଏବଂ ଏହା ମଧ୍ୟକୁ ନେହେରୁ ବାନମ ପଟେଲ ପ୍ରସଙ୍ଗ ଫେରିଛି। କିଛି ସପ୍ତାହ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ଭାଷଣ ଖବରର ଶୀର୍ଷକ ଭାବେ ପ୍ରକାଶ ପାଇଥିଲା। ଶୀର୍ଷକର ଭାବାର୍ଥ ଥିଲା ଏହିପରି-ସର୍ଦ୍ଦାର ପଟେଲ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଅନେକ ସମସ୍ୟା ଉପୁଜି ନ ଥାନ୍ତା ବୋଲି ଶାହା କହିଥିଲେ। ଏହିପରି ଭାବେ ସର୍ଦ୍ଦାର ପଟେଲ ଓ ସୁଭାଷ ବୋଷ କଂଗ୍ରେସଠାରୁ ଭିନ୍ନ ବୋଲି ଦର୍ଶାଇବା ସହ କଂଗ୍ରେସ ପ୍ରତି ଘୃଣା ମନୋଭାବର ଏକ ପିଢି ସୃଷ୍ଟି କରିବା ପାଇଁ ଶାସକ ଦଳ ପ୍ରୟାସ ଜାରି ରଖିଛି। ଜବାହରଲାଲ ନେହେରୁଙ୍କ ପରିବର୍ତ୍ତେ ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ ହୋଇଥାନ୍ତା? ବିଶେଷକରି ଗୁଜରାଟରେ ଏହି ପ୍ରତିତଥ୍ୟାମତ୍କ ଭାବନା କେବେ ବି ହଟିବ ନାହିଁ। ଗୁଜରାଟରେ ନେହେରୁଙ୍କ ତୁଳନାରେ ପଟେଲଙ୍କୁ ଜଣେ ଅଧିକ ସମର୍ଥ, ଜାତୀୟତାବାଦୀ ନେତା ଭାବେ ବିବେଚନା କରାଯାଏ। ନେହେରୁ ନୁହନ୍ତି, ପଟେଲ ହିଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଭଲ ହୋଇଥାଆନ୍ତା-ଏଭଳି ଦୃଷ୍ଟିକୋଣ ପଛରେ ତିନୋଟି ଅବଧାରଣାକୁ ବିଚାରକୁ ନିଆଯାଉ। ପ୍ରଥମରେ ପଟେଲ ଏଭଳି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ। ଦ୍ୱିତୀୟରେ ନେହେରୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଗାନ୍ଧିଜୀ ଜିଦି ଧରି ପଟେଲଙ୍କୁ ନିରାଶ କରିଥିଲେ। ତୃତୀୟରେ ପଟେଲ ବାସ୍ତବରେ ସ୍ବାଧୀନ ଭାରତର ପ୍ରାଥମିକ ପର୍ଯ୍ୟାୟରେ ନେତୃତ୍ୱ ନେଇଥିଲେ ଅନେକ କିଛି ଭିନ୍ନ ହୋଇପାରିଥାଆନ୍ତା। କିନ୍ତୁ କେମିତି ଏହା ହୋଇଥାଆନ୍ତା ତାହା ଅସ୍ପଷ୍ଟ ରହିଛି। ବିଶ୍ୱାସ ରହିଛି ଯେ, ପଟେଲ ପାକିସ୍ତାନ ସହ ସମସ୍ୟା ସମାଧାନର ବାଟ ବାହାର କରିପାରିଥାଆନ୍ତେ ଏବଂ କଶ୍ମୀର ସମସ୍ୟା ରହି ନ ଥାନ୍ତା। କିନ୍ତୁ ଏଭଳି ଧାରଣା ଭୁଲ୍‌। ଜାଣିବା ଦରକାର, କଶ୍ମୀର ସମସ୍ୟା ଇସ୍‌ଲାମବାଦରେ ହିଁ ରହିଛି, ଶ୍ରୀନଗରରେ ନୁହେଁ। ଆମେ ପାକିସ୍ତାନ ସହ ଯେକୌଣସି ଉପାଦେୟ ବୁଝାମଣାରେ ପହଞ୍ଚିପାରିଥିଲୁ ଏପରି କି ୧୯୭୨ ଶିମ୍‌ଲା ରାଜିନାମା କରିଥିଲୁ, ତଥାପି ଶ୍ରୀନଗରରେ ସମସ୍ୟା ରହିଗଲା। ପଟେଲଙ୍କୁ ନେଇ ଉଠୁଥିବା ପ୍ରଶ୍ନ ମୂଲ୍ୟହୀନ। ନେହେରୁ ବନାମ ପଟେଲ ବିତର୍କ ଏବଂ ସର୍ଦ୍ଦାର ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ ହୋଇଥାଆନ୍ତା ଭଳି ପ୍ରଶ୍ନର ବାସ୍ତବତା କେତେ ତାହା ବିଚାର କରିବା। ଭାରତର ପ୍ରଥମ ସାଧାରଣ ନିର୍ବାଚନ ପୂର୍ବରୁ ଡିସେମ୍ବର ୧୯୫୦ରେ ପଟେଲଙ୍କ ଦେହାନ୍ତ ଘଟିଲା। ଯଦି ସେ ପ୍ରଧାନମନ୍ତ୍ରୀ ହୋଇଥା’ନ୍ତେ କୌଣସି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରୁ ଅଧିକ ଦିନ ଦେଶକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇ ନ ଥାନ୍ତେ। ସେତେବେଳକୁ ପଟେଲଙ୍କ ବୟସ ୭୫ ଏବଂ ନେହେରୁ ତାଙ୍କଠାରୁ ୧୫ ବର୍ଷ ସାନ ଥିଲେ। ଜିନ୍ନା ଏବଂ ଗାନ୍ଧିଜୀଙ୍କ ତୁଳନାରେ ପଟେଲ ଥିଲେ ତାଙ୍କ ପୂର୍ବପିଢିର ନେତା। ହେଲେ ଜିନ୍ନା ଓ ଗାନ୍ଧିଜୀଙ୍କ ସହ ସେ ସ୍ବାଧୀନତା ପ୍ରାପ୍ତି ପରେ ପରେ ଦେହତ୍ୟାଗ କରିଥିଲେ। ଗାନ୍ଧିଜୀଙ୍କର ଜାନୁୟାରୀ ୧୯୪୮ରେ ଏବଂ ଜିନ୍ନାଙ୍କର ସେହି ବର୍ଷ ସେପ୍ଟେମ୍ବରରେ ମୃତ୍ୟୁ ହୋଇଥିଲା। ପଟେଲଙ୍କ ମୃତ୍ୟୁ ହଠାତ୍‌ ହୋଇ ନ ଥିଲା। ମୃତ୍ୟୁ ପୂର୍ବରୁ କିଛି ଦିନ ତାଙ୍କ ଦେହ ଖରାପ ରହିଥିଲା। ସ୍ବାଧୀନତାର ୭ ମାସ ଏବଂ ଗାନ୍ଧିଜୀଙ୍କ ହତ୍ୟାର ୨ ମାସ ପରେ ମାର୍ଚ୍ଚ ୧୯୪୮ରେ ପଟେଲ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ ଓ ତା’ପରଠାରୁ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଥିଲା।
ଗଡ଼ଜାତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସହ ମିଶାଇବା ଥିଲା ପଟେଲଙ୍କ ଶ୍ରେଷ୍ଠ ସଫଳତା। ବାସ୍ତବରେ ସ୍ବାଧୀନତା ପୂର୍ବରୁ ଏବଂ ୧୯୪୭ ପର୍ଯ୍ୟନ୍ତ ମାସଗୁଡ଼ିକରେ ଅଧିକାଂଶ ଗଡ଼ଜାତ ରାଜ୍ୟ ମିଶ୍ରଣ ହୋଇଥିଲା। କିନ୍ତୁ ଇଂରେଜ ଦେଶ ଛାଡ଼ିଗଲାପରେ ଜୁନାଗଡ଼, ହାଇଦ୍ରାବାଦ ଏବଂ ଜମ୍ମୁ-କଶ୍ମୀର ବାହାରେ ରହିଗଲା। ସ୍ବାଧୀନତା ପୂର୍ବରୁ ଅନେକାଂଶରେ ପଟେଲ ବହୁତ ଭଲ କାମ କରିଥିଲେ। ଏଣୁ ସ୍ବାଧୀନତା ପ୍ରାପ୍ତି ପରେ ତାଙ୍କୁ କୌଣସି ସ୍ଥିତିରେ କାଳ୍ପନିକ ଭାବେ ସ୍ଥାନିତ କରିବାର ମାନେ କିଛି ନାହିଁ। ପଟେଲ କିଛି ନିଆରା କାର୍ଯ୍ୟ କରିଥାଆନ୍ତେ ଯାହା ପୂର୍ବରୁ ଗାନ୍ଧିଜୀ ଏବଂ ନେହେରୁ କରିପାରି ନ ଥିଲେ ବୋଲି ଦାବି କରାଯାଉଛି। ଏଥିରୁ କ’ଣ ବୁଝାପଡ଼ୁଛି? ମୋ ମତରେ, ଏଭଳି ମାନସିକତା ଏବେ ଦେଶରେ ପ୍ରତୀୟମାନ ଏକ ଦୃଢ ହିନ୍ଦୁତ୍ୱ, ଅଧିକ ମୁସଲମାନ ବିରୋଧୀ ଜାତୀୟତାବାଦ ଭାବନାର ପ୍ରତ୍ୟାଶାକୁ ସୂଚାଉଛି। ଦେଶ ଏହି ପ୍ରକାର ହେବା ଉଚିତ ବୋଲି କେତେଜଣ ପଟେଲଙ୍କ ଦୃଷ୍ଟିକୋଣକୁ ପରିବର୍ତ୍ତନ କରୁଛନ୍ତି। ପ୍ରକୃତରେ ସେମାନେ ପଟେଲଙ୍କୁ ଭୁଲ୍‌ ବୁଝିଛନ୍ତି। ରଫିକ୍‌ ଜାକାରିଆ ତାଙ୍କ ପୁସ୍ତକ ‘ସର୍ଦ୍ଦାର ପଟେଲ ଆଣ୍ଡ୍‌ ଇଣ୍ଡିଆନ୍‌ ମୁସଲିମ୍‌ସ’ରେ ପଟେଲଙ୍କ ସାର୍ବଭୌମବାଦ ବିଷୟରେ ଦର୍ଶାଇଛନ୍ତି। ବ୍ୟବସ୍ଥାପକ ସଭାରେ ହିନ୍ଦୁଙ୍କ ପ୍ରତି ପଟେଲଙ୍କ ବାର୍ତ୍ତା ଥିଲା, ‘ସଂଖ୍ୟାଧିକ ଭାବେ ଆମକୁ ଭାବିବାକୁ ହେବ ଯେ ସଂଖ୍ୟାଲଘୁମାନେ କ’ଣ ଅନୁଭବ କରୁଛନ୍ତି ଏବଂ ଚିନ୍ତା କରିବାକୁ ପଡ଼ିବ ଯେ, ସେମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ଯଦି ସେଭଳି ଆମକୁ କରାଯାଆନ୍ତା ତେବେ ଆମେ କିଭଳି ଅନୁଭବ କରିଥାଆନ୍ତେ।’ଜାକାରିଆଙ୍କ ଅନୁଯାୟୀ ସଂଖ୍ୟାଲଘୁଙ୍କୁ ପ୍ରଚାର ପାଇଁ ଓ ସେମାନଙ୍କ ସଂସ୍ଥା ଚଳାଇବା ଲାଗି ଅଧିକାର ପ୍ରଦାନ କରିବା ଥିଲା ପଟେଲଙ୍କର ପ୍ରଭାବଶାଳୀ କାର୍ଯ୍ୟ। କିନ୍ତୁ ତାଙ୍କର ଏପ୍ରକାର କାର୍ଯ୍ୟକୁ ବିଚାରକୁ ନେଉନାହଁୁ। ଏହା ସତ୍ୟ ଯେ, ବିଭାଜନ ପରେ ମୁସଲିମାନଙ୍କ ପ୍ରତି ପଟେଲଙ୍କ ଏଭଳି ମନୋଭାବ ସନ୍ଦେହ ଦୃଷ୍ଟିରେ ଥିଲେ ବି ସେ ଏଭଳି ଭାବାବେଗରୁ ଊର୍ଦ୍ଧ୍ୱରେ ନିଜକୁ ରଖିବାକୁ ସକ୍ଷମ ହୋଇଥିଲେ। ବି.ଆର୍‌. ଆମ୍ବେଡକରଙ୍କ ଇଚ୍ଛା ବିରୋଧରେ ସେ ବ୍ୟବସ୍ଥାପକ ସଭାରେ ଭାରତରେ ପୃଥକ୍‌ ନିର୍ବାଚନ କ୍ଷେତ୍ର ଦାବିକୁ ପ୍ରତ୍ୟାହର କରିବା ଲାଗି ମୁସଲମାନ ନେତାମାନଙ୍କୁ ସୁଯୋଗ ଦେଇଥିଲେ। ପଟେଲଙ୍କ ଏଭଳି ପ୍ରସ୍ତାବ ମୁସଲମାନମାନଙ୍କୁ ବିଚ୍ଛିନ୍ନତାବାଦ ଅଭିଯୋଗରୁ ମୁକ୍ତ କରିଥିଲା।
ପଟେଲଙ୍କ ସମ୍ପର୍କରେ ଗାନ୍ଧିଜୀ କହିଛନ୍ତି ଯେ, ‘ମୁଁ ସର୍ଦ୍ଦାରଙ୍କୁ ଜାଣେ… ତାଙ୍କ କାର୍ଯ୍ୟ ପଦ୍ଧତି ଏବଂ ହିନ୍ଦୁ-ମୁସଲମାନଙ୍କ ମୂଳ ସମସ୍ୟା ସହ ଅନ୍ୟ ସମସ୍ୟାଗୁଡ଼ିକ ପ୍ରତି ତାଙ୍କ ଦୃଷ୍ଟିକୋଣ ଓ ସମାଧାନ କରିବାର ମନୋଭାବକୁ ବି ଜାଣେ; ଯାହା ପଣ୍ଡିତ ଓ ମୋ ଠାରୁ ନିଆରା। କିନ୍ତୁ ଏହାକୁ ମୁସଲମାନ ବିରୋଧୀ ଭାବେ ବର୍ଣ୍ଣନା କରିବା ହିଁ ସତ୍ୟର ଉପହାସ। ସମସ୍ତଙ୍କୁ ଧରି ରଖିବାରେ ସର୍ଦ୍ଦାରଙ୍କ ହୃଦୟ ଖୁବ୍‌ ବ୍ୟାପକ।’ ଏହା ସତ୍ୟ ଏବଂ ପ୍ରଚାରରେ ବାରମ୍ବାର ଦୋହରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri