ସେବା କାର୍ଯ୍ୟ ସହ ମାଗଣାରେ ପାଠପଢ଼ାଉଛନ୍ତି ନେହା

ନୂଆପଡ଼ା ଅଫିସ, ୪।୬: ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ଖରିଆର ରୋଡ ସହରରେ କୋମଳମତି ବାଳିକାବାଳକଙ୍କ ମୁହଁରେ ହସ ଫୁଟାଇବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା। ୪ ବର୍ଷ ପୂର୍ବେ ପ୍ରଥମେ ୩ଜଣ ପିଲାକୁ ନେଇ ପାଠପଢା ଆରମ୍ଭ କରିଥିଲେ। ବର୍ତ୍ତମାନ ୩୦ଜଣ ବାଳିକାବାଳକ ମାଗଣାରେ ଶିକ୍ଷା ନେଉଛନ୍ତି। ରାଜଧାନୀ ଦିଲ୍ଲୀ ସହରର ଉଚ୍ଚ ଶିକ୍ଷିତା ଝିଅ ନେହା ଡାଗା। ସେ ଦିଲ୍ଲୀରେ ବାପା ଘରେ ରହିଥିବା ବେଳେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରୁଥିଲେ। ୨୦୦୮ରେ ନୂଆପଡା ଜିଲା ଖରିଆର ରୋଡ ସହରର ନିଶାନ୍ତ ଡାଗାଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି। ଘର ସଂସାର ସମ୍ବାଳିବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ନେହାଙ୍କ ଶ୍ୱଶୁର ସ୍ବର୍ଗତ ନିମିଚନ ଡାଗା ୧୯୬୦ରେ ଖରିଆର ରୋଡ ସେବା ସମିତି ନାମରେ ଏକ ସଙ୍ଗଠନ କରି ଗରିବ ଲୋକଙ୍କୁ ସେବା କରି ଆସୁଥିଲେ। ତାଙ୍କ ଦେହନ୍ତ ପରେ ତାଙ୍କ ପୁଅ ନିଶାନ୍ତ ଡାଗା ସେବା ସମିତି କାର୍ଯ୍ୟଭାର ସମ୍ଭାଳୁଛନ୍ତି। ଯେତେବେଳେ ନେହା ବିବାହ ହୋଇ ଖରିଆର ରୋଡ ସହରକୁ ଆସିଲେ ଶ୍ୱଶୁରଙ୍କ ଅଧୁରା ସପ୍ନକୁ ପୁରଣ କରିବା ପାଇଁ ନେହା ମହିଳା ସେବା ସମିତି ସଙ୍ଗଠନ କରି ସହରର ମହିଳାମାନଙ୍କୁ ନେଇ ବିଭିନ୍ନ ସେବା କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଦିଲ୍ଲୀରେ ଶିକ୍ଷାଦାନ କରୁଥିବା ସମୟରେ ଶିକ୍ଷାର ମହତ୍ୱ ବୁଝି ପାରିଥିବା ନେହା ସହରର ଆର୍ଥତ୍କ ସ୍ଥିତି ଦୁର୍ବଳ ଥିବା ପିଲାମାନଙ୍କୁ ନେଇ ନିଜ ଘର ବାରଣ୍ଡାରେ ୪ରୁ ୫ ବର୍ଷ ହେବ ପ୍ରତିଦିନ ୨ରୁ ୩ ଘଣ୍ଟା ଶିକ୍ଷାଦାନ କରନ୍ତି। ପିଲାମାନଙ୍କୁ ଗଣିତ, ବିଜ୍ଞାନ, ଇଂରାଜୀ, ହିନ୍ଦି, ସାଧାରଣ ଜ୍ଞାନ ସହ ବଭିନ୍ନ ପ୍ରକାର ଚିତ୍ରାଙ୍କନ ଶିଖାଉଛନ୍ତ। ଜଣେ ଗୃହିଣୀ ହୋଇ ଘର ସଂସାର ଚଳାଇବା ସହ ଅନ୍ୟର ଦୁଃଖରେ ଦୁଃଖି ହୋଇ ସେବା କାର୍ଯ୍ୟରେ ଲିପ୍ତ ରହିି ମାଗଣାରେ ଶିକ୍ଷାଦାନ କରୁଥିବା। ଏହା ଅନ୍ୟ ଶିକ୍ଷିତ ମହିଳାମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ। ନେହାଙ୍କ ଶିକ୍ଷାଦାନରେ ପିଲାମାନେ ବେଶ ଖୁସରେ ଅଧ୍ୟୟନ କରିବା ସହ ଶିକ୍ଷାର ବୃଦ୍ଧି ମଧ୍ୟ ହେଉଛି। ତାଙ୍ଗର ଏହି ମହତ୍ୱ କାର୍ଯ୍ୟକୁ ଲୋକେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri