Posted inଜାତୀୟ

ଗିରଫ ଚାଷୀଙ୍କୁ ନ ଛାଡ଼ିଲେ ଆଲୋଚନା ହେବନି

ନୂଆଦିଲ୍ଲୀ, ୩।୨(ପି.ଟି.): ପୋଲିସ ଓ ପ୍ରଶାସନର ନିର୍ଯାତନା ବନ୍ଦ ନ ହେବା ଏବଂ ଗିରଫ ଚାଷୀଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ରାସ୍ତାରେ ଟ୍ରେଞ୍ଚ ଖୋଳି, କଣ୍ଟା ବିଛାଇ ଓ ତାରବାଡ଼ ଦେଇ, ଆଭ୍ୟନ୍ତରୀଣ ସଡ଼କଗୁଡ଼ିକୁ ବନ୍ଦ କରି, ଇଣ୍ଟରନେଟ ସେବା ବନ୍ଦ କରି ତଥା ଭାଜପା-ଆର୍‌ଏସ୍‌ଏସ୍‌ କର୍ମୀମାନଙ୍କ ଦ୍ୱାରା ବିକ୍ଷୋଭର ଆୟୋଜନ କରି ସରକାର, ପୋଲିସ ଓ ପ୍ରଶାସନ କୃଷକଙ୍କ ଉପରେ ଆକ୍ରମଣ ଚଳାଇଛି। ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟକୁ ବାରମ୍ବାର ଶଟ୍‌ଡାଉନ କରିବା ଏବଂ ଚାଷୀ ଆନ୍ଦୋଳନ ସହ ସମ୍ପୃକ୍ତ ଅନେକ ଟୁଇଟର ଆକାଉଣ୍ଟକୁ ବନ୍ଦ କରିଦେବା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି କୃଷକ ସଂଗଠନ କହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଟୁଇଟର ଇଣ୍ଡିଆ ସୋମବାର ଏହାର ପ୍ଲାଟଫର୍ମରୁ ୨୫୦ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ପରେ କେତେକ ଆକାଉଣ୍ଟକୁ ରିଆକ୍ଟିଭେଟ୍‌ କରାଯାଇଥିଲା। ଏଥିରୁ ଯାହା ଜଣାପଡ଼ୁଛି, ଆନ୍ଦୋଳନ ପ୍ରତି ବିଭିନ୍ନ ରାଜ୍ୟରୁ ସମର୍ଥନ ବଢ଼ୁଥିବାରୁ ସରକାର ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଛନ୍ତି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri