Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଯାଞ୍ଚ୍‌ କମିଟି ଗଠନ …

ନୂଆଦିଲ୍ଲୀ, ୧୨।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଅବହେଳା ହୋଇଥିବା ଘଟଣାର ଯାଞ୍ଚ୍‌ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି। ଏହାର ନେତୃତ୍ୱ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା ନେବେ।

ଏହି ମାମଲାର ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ଆମେ ଅନୁମାନ କରୁଛୁ ଯେ ଏଭଳି ମାମଲାର ଏକତରଫା ଯାଞ୍ଚ ହୋଇପାରିବ ନାହିଁ। ତେଣୁ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ଦାୟିତ୍ୱ ନେବେ।

କମିଟି ପକ୍ଷରୁ ସୁରକ୍ଷାରେ କାହିଁକି ଭୁଲ ହେଲା ?,କିଏ ଦାୟୀ ?,ଭବିଷ୍ୟତରେ କଣ କରାଯିବ ? ଏନେଇ ଏକ ରିପୋର୍ଟ ଶୀଘ୍ର ଶୀର୍ଷକୋର୍ଟରେ ଦାଖଲ କରିବାକୁ ଚେଷ୍ଟା କରିବେ।

କମିଟି ସଦସ୍ୟଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ସହିତ ଏନ୍‌ଆଇଏର ଡିଜି କିମ୍ବା ତାଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଯିଏକି ଆଇଜି ପଦବୀରୁ କମ ହୋଇ ନଥିବେ, ଚଣ୍ଡିଗଡ଼ ଡିଜିପି ପଞ୍ଜାବର ସୁରକ୍ଷା ଏଡିଜିପି ଏବଂ ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ ପ୍ରମୁଖ ରହିଛନ୍ତି।

ଲୟର୍ସ ଭଏସ ନାମକ ଏକ ସଂସ୍ଥା ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଛି। ସଂସ୍ଥା ପକ୍ଷରୁ ଶୀର୍ଷକୋର୍ଟରେ ଏହି ମାମଲାର ନିରପେକ୍ଷ ତଦନ୍ତ ଦାବି କରିଯାଇଛିି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଶୁଣାଣି ସମୟରେ ଏହା ଶୀର୍ଷକୋର୍ଟଙ୍କ ନଜରକୁ ଆସିଥିଲା ଯେ ଉଭୟ ପଞ୍ଜାବ ଏବଂ କେନ୍ଦ୍ର ସରକାର ସେମାନଙ୍କ ପକ୍ଷରୁ ଯାଞ୍ଚ୍‌ କରିବା ପାଇଁ କମିଟି ଗଠନ କରିଛନ୍ତି। ଶୁଣାଣି ସମୟରେ ଉଭୟ ସରକାର ପରସ୍ପରର କମିଟି ସଦସ୍ୟଙ୍କୁ ପ୍ରଶ୍ନ କରି ସେମାନଙ୍କ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇପାରେ ବୋଲି ସର୍ବୋଚ୍ଚ କୋର୍ଟ ସୂଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ...

ବାପାଙ୍କ ଜୁଇ ଉପରକୁ ଡେଇଁଲା ଝିଅ

ବର୍ମେର,୫।୫ : ରାଜସ୍ଥାନର ବର୍ମେରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୩୪ ବର୍ଷୀୟା ମହିଳା।...

ତେଜ ପ୍ରତାପଙ୍କ ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ...

ଶହେ କୋଟି ଭାରତୀୟ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା: ନୀତି ଆୟୋଗ

ନୂଆଦିଲ୍ଲୀ, ୨୪।୯: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଏଭଳି ଧାରା...

ସିଦ୍ଧୁ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେବା ପରେ ଏବେ ସେଠାକାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ...

ଗଙ୍ଗା ଆରତିରେ ଯୋଗ ଦେବେ ରାଷ୍ଟ୍ରପତି

ବାରାଣସୀ,୧୦।୩: ବାରାଣସୀର ବିଶ୍ୱପ୍ରସିଦ୍ଧ ଗଙ୍ଗା ଆରତୀରେ ଦେଶବିଦେଶର ଅନେକ ଅତିଥି ଯୋଗ ଦେଇଥାନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଙ୍ଗା ଆରତିରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି।...

ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଲକ୍ଷ୍ନୌ,୧୯।୪:ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି...

ସାମ୍ନାକୁ ଆସିଲା ଭୂମି ପୂଜନର ନିମନ୍ତ୍ରଣ କାର୍ଡ

ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ...

Advertisement
Archives

Model This Week