Posted inଜାତୀୟ

ଭାରତ ନିଜ ସାମର୍ଥ୍ୟ-ସ୍ବପ୍ନରେ ହୋଇପାରିଛି ଯୁବ ସୁଲଭ…

ନୂଆଦିଲ୍ଲୀ, ୧୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱ ଏକ ଆଶା, ବିଶ୍ୱାସ ସହିତ ଭାରତକୁ ଦେଖୁଛି। କାରଣ ଭାରତର ଲୋକମାନେ ମଧ୍ୟ ଯୁବକ, ଏବଂ ଭାରତର ମନ ମଧ୍ୟ ଯୁବକ।

ସେ କହିଛନ୍ତି ଯେ ଭାରତ ନିଜର ସାମର୍ଥ୍ୟ ବି ଯୁବା ଏବଂ ସେହିପରି ସ୍ବପ୍ନରେ ମଧ୍ୟ ଯୁବ ସୁଲଭ ହୋଇପାରିଛି। ଏହା ସହିତ ଭାରତ ନିଜର ଚିନ୍ତାଧାରା ଏବଂ ଚେତନାରେ ମଧ୍ୟ ଯୁବା ହୋଇପାରିଛି।

ସେ କହିଛନ୍ତି ଯେ ଡେମୋଗ୍ରାଫିକ ଡିଭିଡେଣ୍ଡ ସହିତ ଭାରତର ଯୁବକମାନଙ୍କ ପାଖରେ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି। ସେମାନଙ୍କର ଗଣତାନ୍ତ୍ରିକ ଡିଭିଡେଣ୍ଡ ମଧ୍ୟ ଅତୁଳନୀୟ। ଭାରତ ଏହାର ଯୁବବର୍ଗଙ୍କୁ ଡେମୋଗ୍ରାଫିକ ଡିଭିଡେଣ୍ଡ ସହିତ ଦେଶର ବିକାଶର ଧାରାର ଡ୍ରାଇଭର ଭାବରେ ମଧ୍ୟ ବିବେଚନା କରିଥାଏ।

ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ପାଖରେ ଟେକ୍ନୋଲୋଜିର ଆକର୍ଷଣ ସହିତ ଗଣତନ୍ତ୍ରର ଚେତନା ମଧ୍ୟ ଅଛି। ସେହିପରି ସେମାନଙ୍କ ପାଖରେ ଶ୍ରମର ଶକ୍ତି ସହିତ ଭବିଷ୍ୟତର ସ୍ବଚ୍ଛତା ବି ରହିଛି। ସେଥିପାଇଁ ଆଜି ଭାରତ ଯାହା କହୁଛି, ବିଶ୍ୱ ଏହାକୁ ଆସନ୍ତାକାଲିର ସ୍ବର ବୋଲି ବିବେଚନା କରୁଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜାତୀୟ ଯୁବ ଦିବସର ଶୁଭେଚ୍ଛା ଜଣାଉଛନ୍ତି। ଭାରତ ମାତାର ମହାନ ସନ୍ତାନ ସ୍ବାମୀ ବିବେକାନନ୍ଦଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ସ୍ବାଧୀନତାର ଅମୃତ ମହୋତ୍ସବରେ ସ୍ବାମୀଜୀଙ୍କର ଜନ୍ମ ବାର୍ଷିକୀ ଅଧିକ ପ୍ରେରଣାଦାୟକ ହୋଇପାରିଛି।

ସେ କହିଛନ୍ତି ଯେ ଏହି ବର୍ଷ ଭାରତ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ସହିତ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରୁଛି। ପୁଡୁଚେରୀ ସହିତ ଏହି ଉଭୟ ସାଧୁଙ୍କର ଏକ ବିଶେଷ ସମ୍ପର୍କ ଅଛି। ଉଭୟ ପରସ୍ପରର ସାହିତି୍ୟକ ଏବଂ ଆଧ୍ୟାତ୍ମିକ ଯାତ୍ରାରେ ଅଂଶୀଦାର ହୋଇପାରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ଟେକ୍ନୋଲୋଜି କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ପ୍ରାୟ ୧୨୨ କୋଟି ଟଙ୍କା ବିନିଯୋଗ ସହିତ ପୁଡୁଚେରୀରେ ଏହା ପ୍ରତିଷ୍ଠା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?