ଫସଲବୀମା ପ୍ରଦାନରେ ଅବହେଳା, ଆଗକୁ ଚାଷୀଙ୍କ ଆନ୍ଦୋଳନ ଜୋରଦାର୍‌

ସାକ୍ଷୀଗୋପାଳ,୭।୧୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅବହେଳା ଅଭିଯୋଗ କରି ସତ୍ୟବାଦୀ ବ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି। ନୂଆ ଜଗନ୍ନାଥ ସଡ଼କ ପାଶର୍‌ବ ମହାବୀର ମନ୍ଦିରରେ ସୋମବାର ଏକ ପ୍ରତିବାଦ ସଭାରେ ଚାଷୀ ଏକାଠି ହୋଇଥିଲେ।

ସୂଚନାଯୋଗ୍ୟ, ୨୦୨୧ ଖରିଫ ଧାନ ଫସଲ ପାଇଁ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରିମିୟମ ଦେଇଥିଲେ। ପ୍ରାକୃତିକ ବିତ୍ପାତରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିଲା। ସରକାରୀ କର୍ମଚାରୀ ଓ କମ୍ପାନୀ ମିଳିତ ଭାବେ କ୍ରପ କଟିଂ କରି କ୍ଷୟକ୍ଷତି ଆକଳନ କରିଥିଲେ। ଇତିମଧ୍ୟରେ ଏହାକୁ ବର୍ଷେ ବିତିଯାଇଛି। ହେଲେ ଚାଷଙ୍କୁ କ୍ଷତିପୂରଣ ମିଳିନାହିଁ।

ଏନେଇ ତୁରନ୍ତ ସମସ୍ୟାର ସମାଧାନ କରି ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜୟ ବଜରଙ୍ଗୀ କୃଷକ ସଂଗଠନ ବୀମା କମ୍ପାନୀ, ରାଜ୍ୟ ସରକାରଙ୍କ କୃଷି ବିଭାଗ ଆଞ୍ଚଳିକ ଅଧିକାରୀ, ପୁରୀ ଜିଲାପାଳ, ଏସ୍‌ପି ଏବଂ ଜିଲା କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିଛି ସୁଫଳ ନ ମିଳିବାରୁ ଚାଷୀ ଅନୁଷ୍ଠିତ ପ୍ରତିବାଦ ସଭାରେ ଆଗକୁ ଆନ୍ଦୋଳନ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ସଭାରେ ସଂଗଠନର ଆବାହକ କୁଞ୍ଜିବିହାରୀ ସାହୁ, ଶ୍ରୀଧର ବିଶ୍ୱାଳ, କାର୍ତ୍ତିକ ସ୍ବାଇଁ ପ୍ରମୁଖ କୃଷକ ନେତାଙ୍କ ସହ ସରପଞ୍ଚ ଲଳିତ ମୋହନ ସେନାପତି, ସୁରେଶ ଚନ୍ଦ୍ର ସେଠୀ ପ୍ରମୁଖ ଉଦ୍‌ବୋଧନ ଦେଇ ୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ କ୍ଷତିଗ୍ରସ୍ତ ଚାଷୀ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?