ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭାଗଗୁଡ଼ିକରେ ପୁନର୍ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମଧ୍ୟ ପୁନର୍ଗଠନ ୨ ବର୍ଷ ତଳେ ବିଭାଗୀୟ ନିର୍ଦ୍ଧାରଣ ସଂଖ୍ୟା ୧୦୧୩୮/ତା୦୬ା୧୨ା୨୦୨୩ କ୍ରମେ କରାଯାଇଛି; ଯେଉଁଥିରେ ରାଜ୍ୟର ୫୩ଟି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ୨୭ଟି ଉପଖଣ୍ଡ ସ୍ତରୀୟ ପଦବୀ, ୧୬ଟି ଅତିରିକ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ୨ଟି ଡେପୁଟି ନିର୍ଦ୍ଦେଶକ, ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପୁନର୍ଗଠନ କରାଯାଇଛି। ଏହି ନିର୍ଦ୍ଧାରଣ ଆଧାରରେ ୨୭ଟି ଉପଖଣ୍ଡସ୍ତରୀୟ ପଦବୀ ପୂରଣ କରାଯାଇଛି। ସେଥିମଧ୍ୟରୁ ସମସ୍ତ ଉପଖଣ୍ଡରେ ପଦସ୍ଥାପନ କରାଯାଇ ୧୨ ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଇଣ୍ଟିଗ୍ରେଟେଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର କମ୍ପ୍ଲେକ୍ସ (ଆଇଆଇସି)ଠାରେ ଅବସ୍ଥାପିତ ହୋଇଛନ୍ତି। ଏମାନଙ୍କର ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆବଣ୍ଟନ ବିଭାଗ ଦ୍ୱାରା କରାଯାଇନାହିଁ। କିନ୍ତୁ ଅନ୍ୟ ବ୍ଲକ୍‌, ଜିଲା ଓ ରାଜ୍ୟସ୍ତରୀୟ ପୁନର୍ଗଠିତ ପଦବୀଗୁଡିକୁ ବିଭାଗ ଅବହେଳାକରି ୨ବର୍ଷ ଧରି ଖାଲି ରଖିଛନ୍ତି। ସମସ୍ତ ଲୋକାଭିମୁଖୀ ଯୋଜନା ବ୍ଲକ୍‌, ଜିଲା ସ୍ତରରେ ତ୍ୱରାନ୍ବିତ ହେଉଥିବା ବେଳେ ସରକାର ଏହି ସ୍ତରର ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପରିବର୍ତ୍ତେ କେବଳ ଆଇଆଇସି କମ୍ପ୍ଲେକ୍ସ ଓ ଉପଖଣ୍ଡକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇତିମଧ୍ୟରେ ବିଭାଗୀୟ ପଦାଧିକାରୀ ଥିବା ସତ୍ତ୍ୱେ କମ୍ପ୍ଲେକ୍ସର ପରିଚାଳନା ଦାୟିତ୍ୱ କେତେକ ଜିଲାରେ ରେଡ୍‌କ୍ରସ୍‌ ଉପରେ ନ୍ୟସ୍ତ କରାଯାଇଛି। ଉକ୍ତ ବିଭାଗର ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ସାମାଜିକ ନିରାପତ୍ତା ଯୋଜନା ଅନ୍ତର୍ଗତ ମାସିକ ଭତ୍ତା ରାଜ୍ୟର ହାରାହାରି ୫୭ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ, ସମସ୍ତ ଦିବ୍ୟାଙ୍ଗ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିସହ ତୃତୀୟ ଲିଙ୍ଗ, ବରିଷ୍ଠ ନାଗରିକ ଓ ଭିକ୍ଷୁକଙ୍କ ଭଳି ଅବହେଳିତଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା କାର୍ଯ୍ୟାନ୍ବୟନ କରୁଛନ୍ତି। ତଥାପି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ପୁନର୍ଗଠନର ଆବଶ୍ୟକତା ହୃଦ୍‌ବୋଧ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଇତିମଧ୍ୟରେ ୧୫ରୁ ଊଦ୍ଧର୍‌ବ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଡେପୁଟି ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ନ ପାଇ ଅବସର ମଧ୍ୟ ନେଇସାରିଲେଣି। ୨ବର୍ଷରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ ଆଉ କେତେବର୍ଷ ବିଭାଗୀୟ ଅଧିକାରୀ ଅପେକ୍ଷାରେ ରହିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?