ଅବହେଳିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ

ରାହାମା, ୧୬।୧୧(ଶ୍ରୀକାନ୍ତ ଦାସ)କୁଜଙ୍ଗ ବ୍ଲକ ସାରଳା ମହାବିଦ୍ୟାଳୟ, ରାହାମା ସମ୍ମୁଖରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରହିଛି। ସରକାର ଯୁବ ପ୍ରତିଭାମାନଙ୍କୁ ଆଖି ଆଗରେ ରଖି ପ୍ରତି ପଞ୍ଚାୟତରେ ଏହି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ମାତ୍ର ପ୍ରଶାସନିକ ଅବହେଳା, ଆନ୍ତରିକତା ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏହା କାମରେ ଆସୁନି। ରାହାମାସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ,୨୦୧୬ରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦ୍ୱାରା ୨୫ ଲକ୍ଷ ଟଙ୍କା ବ୍ୟୟରେ ଉଦ୍‌ଘାଟିତ ହୋଇଥିଲା। ୩ ବର୍ଷ ପରେ ପୁନର୍ବାର ଷ୍ଟାଡିୟମ ପରିସରରେ ୧୭ ଲକ୍ଷ ଟଙ୍କା ବିନିମୟରେ ଏକ ସ୍ପୋଟର୍‌ସ ମିନି ହଲ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ଖେଳାଳିମାନଙ୍କ ବ୍ୟାୟାମ କରିବା ପାଇଁ ସମସ୍ତ ଉପକରଣ ରହିଥିବାବେଳେ ପୋଷାକ ପରିବର୍ତ୍ତନ ପାଇଁ ବ୍ୟବସ୍ଥା ରହିଛି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ ଷ୍ଟାଡିୟମଟି ଗୋରୁମାନଙ୍କ ପାଇଁ ଏବେ ଚାରାଭୂଇଁ ପାଲଟିଛି। ବାହାର ରାଜ୍ୟରୁ ଆସୁଥିବା ଯାଯାବରମାନଙ୍କ ପାଇଁ ଏହା ଆଶ୍ରୟସ୍ଥଳ ପାଲଟିଥିବାବେଳେ ଷ୍ଟାଡିୟମ ଭିତରେ ଆଲୋକୀକରଣ କରାଯାଇ ନ ଥିବାରୁ ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅସାମବାଜିକ ବ୍ୟକ୍ତି ଓ ନିଶା ଖାଉଥିବା ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଏଠାକାର ନିରାପଦର ସ୍ଥାନର ସୁଯୋଗ ନେଇ କେତେଜଣ ଯୁବତୀ ଯୁବକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି।
ଅପରପକ୍ଷେ ଷ୍ଟାଡିୟମର ମୁଖ୍ୟ ଫାଟକ ଭାଙ୍ଗିଯାଇଛି। ଫାଟକରେ ଲେଖାଯାଇଥିବା ନାମଫଳକରୁ କେତୋଟି ଅକ୍ଷର ଗଳି ହଜି ଯାଇଥିବାରୁ ଷ୍ଟାଡିୟମର ନାମ ପଢ଼ିବାରେ ଭ୍ରମ ସୃଷ୍ଟି କରୁଛି। ଷ୍ଟାଡିୟମ ଭିତରେ ଲୋକେ ଅଳିଆ ଆବର୍ଜନା ଆଣି ଫିଙ୍ଗୁଥିବାରୁ ତାହା ଏକ ପ୍ରକାର ଡଷ୍ଟବିନ୍‌ ପାଲଟିଛି। ଏହାର ଏପରି ଦୁରାବସ୍ଥାକୁ ନେଇ ସନ୍‌ରାଇଜ ସ୍ପୋଟର୍‌ସ କ୍ଲବ ରାହାମାର ସଭ୍ୟମାନେ ଆପତ୍ତି ଉଠାଇଛନ୍ତି। କ୍ଲବର ସଭାପତି ସନ୍ତୋଷ ଦାସ, ଆଇନଜୀବୀ କିଶୋର ସ୍ବାଇଁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅରବିନ୍ଦ ଚଇନି, ପ୍ରଶାନ୍ତ କାନୁନ୍‌ଗୋ, ଈଶ୍ୱର ଚନ୍ଦ୍ର ବେହେରା, ତୁଷାରକାନ୍ତ ପଟ୍ଟନାୟକ, ଅମୂଲ୍ୟ ସାହୁ, ଶ୍ରୀକାନ୍ତ ଲେଙ୍କା, ଶଶିକାନ୍ତ ସାହୁ, ଦୀପକ ମହାନ୍ତି, ଜିତେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ସାହୁ ପ୍ରମୁଖ ଷ୍ଟାଡିୟମର ଦୁରବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ଭିତରେ ଗୋଟେ ଫୁଟର ମାଟି ପକାଇବା ସହ ଚତୁଃପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା, ମୁଖ୍ୟ ଫାଟକ ମରାମତି କରାଯାଇଛି। ତେବେ ଷ୍ଟାଡିୟମର ନାମ ସୁନ୍ଦର ଭାବେ ଲେଖିବା, ଏହା ଚାରିପଟେ କଂକ୍ରିଟ ରାସ୍ତା ନିର୍ମା କରିବାକୁ ସ୍ପୋର୍ଟ କ୍ଲବର ସଭ୍ୟଙ୍କ ସହ ରାହାମା ବଣିକ ସଂଘ ସଭାପତି ଜଟାଧାରୀ ଦାସ, ଚିନ୍ମୟ ଦାସଙ୍କ ସମେତ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦୀପକ ରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ତାଳପଡ଼ାରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଷ୍ଟାଡିୟମରେ ଆଲୋକୀକରଣ ବ୍ୟବସ୍ଥାର ତଦନ୍ତ କରିବା ପାଇଁ କୁହାଯାଇଛି। ଏଥିସହ ପଞ୍ଚାୟତ ଅର୍ଥରେ ଏଠାକାର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri