ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ ଅନୁଶୀଳନ କରାଯାଇଥିଲା। ଗଙ୍ଗବଂଶ କାଳର ଅମରପ୍ରସାଦ ଗଡ଼ ଓ ଅମରେଶ୍ୱର ଗ୍ରାମର ମଧ୍ୟଭାଗରେ ଥିବା ଶ୍ରୀଅମରେଶ୍ୱର ମହାଦେବ ସ୍ବୟମ୍ଭୁ ପାତାଳଫୁଟା। ଓଡ଼ିଆ ମହାଭାରତ ଓ ପ୍ରାଚୀ ମାହାତ୍ମ୍ୟରେ ଏହି ମନ୍ଦିର ସମ୍ପର୍କରେ ଉଲ୍ଲେଖ ଥିବାରୁ ଖୁବ୍‌ ପ୍ରାଚୀନ ପୀଠ ମୁଖ୍ୟ ମନ୍ଦିରର ଉପରଭାଗ ନୂତନ ଭାବେ ସଂରକ୍ଷିତ। ପରିସରରେ ଥିବା ପ୍ରାଚୀନ ନୃସିଂହ ମନ୍ଦିର ମରାମତି ଆବଶ୍ୟକ କରୁଛି। ଏହି ମନ୍ଦିରର ମୁଖଶାଳା ଧ୍ୱଂସ ହୋଇପଡ଼ିଛି। ପରିସରରେ ଥିବା ଚାପଖାଇ ଠାକୁରାଣୀ ମନ୍ଦିର ଅନ୍ଧାର ଓ ସନ୍ତସନ୍ତିଆ ହୋଇଥିବାବେଳେ ପାଣି ଝରୁଛି। ଅମରେଶ୍ୱରଙ୍କ ବାସ୍ତବରେ ଶକ୍ତି ହେଉଛନ୍ତି ଚାପଖାଇ। ବିକଟାଳ ବିଗ୍ରହ ଶିବ ଉପରେ ଠିଆ ହେଇଛନ୍ତି। ସମଗ୍ର ବିଗ୍ରହଙ୍କୁ ଅନୁଶୀଳନ କଲେ ଜଣାପଡୁଛି ଦେବୀ ସଂପୂର୍ଣ୍ଣ ଭୈରବୀ। ତେଣୁ ଅମରେଶ୍ୱର ଗମ୍ଭୀରା ଅନୁଶୀଳନ କଲେ ସେ ସାକ୍ଷାତ ରୁଦ୍ରଭୈରବ ବୋଲି ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର ମତ ଦେଇଛନ୍ତି। ଐତିହ୍ୟ ଅଛି, ଶ୍ରୀରାବଣ ଆସି ଶ୍ରୀଅମରେଶ୍ୱରଙ୍କ ଉପାସନା କରି ଅମର ବର ଲାଭ କରିଥିଲେ। ପରିସରରେ ୮୦ ରୁ ଅଧିକ ନାଗରାଜ ମୂର୍ତ୍ତିି ଅବହେଳିତ ହୋଇ ଏକ ଛୋଟ ଖୋଲାଗୃହରେ ଅପୂଜା ଅବସ୍ଥାରେ ପଡ଼ିିଛନ୍ତି। ତାମିଲନାଡୁର ନାଗରକୋଏଲ ଠାରେ ଶ୍ରୀନାଗରାଜ ମନ୍ଦିର ଭଳି ଏଠି ବ୍ୟବସ୍ଥା କରାଗଲେ ସମଗ୍ର ଭାରତରେ ଏକ ଦର୍ଶନୀୟ ସ୍ଥାନ ହୋଇପାରନ୍ତା ବୋଲି ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି। ଅନେକ ପ୍ରାଚୀନ ମୂର୍ତ୍ତି ଅସୁରକ୍ଷିତ ଅବସ୍ଥାରେ ରହିଛି। ଭୈରବୀଙ୍କ ମନ୍ଦିର ଜଗମୋହନ ନାହିଁ। ୩୦ଘର ବ୍ରାହ୍ମଣ ଓ ମାଳିମହାପାତ୍ର ଏଠାରେ ସେବା କରୁଥିଲେ ମଧ୍ୟ ପୀଠଟି ବିକାଶଠାରୁ ଅନେକ ଦୂରରେ ରହିଯାଇଥିବା ଅନୁଭବ ହୁଏ ବୋଲି ପରିଷଦର ଉପଦେଷ୍ଟା ଦଇତାପତି ରବି ଦାସମହାପାତ୍ର କହିଛନ୍ତି। ଏହାପରେ ହଜାର ବର୍ଷ ତଳର ବରାହୀ ମନ୍ଦିର ସମ୍ପର୍କରେ ଅନୁସନ୍ଧାନ ପାଇଁ ଅନୁସନ୍ଧାନ ଦଳ ବାହାରିଥିଲେ। ନିକଟରେ କଳିଙ୍ଗ ଶୈଳୀ ସ୍ଥାପତ୍ୟର ଅଭିନବ ମନ୍ଦିରରେ ବିଜେ କରିଛନ୍ତି ମା’ ବରାହୀ । ଭାରତରେ ବିରଳ ଏପରି ମନ୍ଦିର। ଏକାମ୍ରରେ ଏପରି ମନ୍ଦିର ରହିଛି। ଏଏସ୍‌ଆଇ ରକ୍ଷଣାବେକ୍ଷଣା କରୁଛି ସତ ମାତ୍ର ଏଠାରେ ଅନ୍ନଭୋଗ ବନ୍ଦ କରିଦିଆଯାଇଛି। ସେବକ ମନ୍ଦିରରେ ବିଶେଷ ରହୁନାହାନ୍ତି। ମନ୍ଦିର ଭାସ୍କର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ କଳାକୃତିକୁ ଫଟୋଗ୍ରାଫିରେ ରେକର୍ଡ କରିଥିଲେ ଶୁଭ୍ରାଂଶୁ ଶେଖର ମହାପାତ୍ର। ଏହାପରେ ପ୍ରାଚୀନ ମାଧବ ମନ୍ଦିରର ଭାସ୍କର୍ଯ୍ୟ ଅନୁଶୀଳନ କରାଯାଇଥିଲା। ଉପାସନା ଦିଗରେ ଭାବ ବିନିମୟ କରିଥିଲେ ଅଜିତ୍‌ କୁମାର ପଣ୍ଡା। ୮୦୦ ଶହ ବର୍ଷର ଶ୍ରୀମାଧବଙ୍କ ଏହା ଦ୍ୱିତୀୟ ମନ୍ଦିର। ପ୍ରାଚୀନ ମନ୍ଦିର ଅନତି ଦୂରରେ ଧ୍ୱଂସ ହୋଇଯାଇଛି। ମାଧବ ଉପାସନାର ରହସ୍ୟ ହେଲା ସେ ପରମ ଆନନ୍ଦର ଦାତା। ତାଙ୍କ ପୀଠ ଓ ଉପାସନା ଆନନ୍ଦ ଦାୟକ ହେବା ଦରକାର ବୋଲି ପଣ୍ଡା ସେବକମାନଙ୍କୁ ବୁଝାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅଜୟ ପାତ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri