ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ ଅନୁଶୀଳନ କରାଯାଇଥିଲା। ଗଙ୍ଗବଂଶ କାଳର ଅମରପ୍ରସାଦ ଗଡ଼ ଓ ଅମରେଶ୍ୱର ଗ୍ରାମର ମଧ୍ୟଭାଗରେ ଥିବା ଶ୍ରୀଅମରେଶ୍ୱର ମହାଦେବ ସ୍ବୟମ୍ଭୁ ପାତାଳଫୁଟା। ଓଡ଼ିଆ ମହାଭାରତ ଓ ପ୍ରାଚୀ ମାହାତ୍ମ୍ୟରେ ଏହି ମନ୍ଦିର ସମ୍ପର୍କରେ ଉଲ୍ଲେଖ ଥିବାରୁ ଖୁବ୍‌ ପ୍ରାଚୀନ ପୀଠ ମୁଖ୍ୟ ମନ୍ଦିରର ଉପରଭାଗ ନୂତନ ଭାବେ ସଂରକ୍ଷିତ। ପରିସରରେ ଥିବା ପ୍ରାଚୀନ ନୃସିଂହ ମନ୍ଦିର ମରାମତି ଆବଶ୍ୟକ କରୁଛି। ଏହି ମନ୍ଦିରର ମୁଖଶାଳା ଧ୍ୱଂସ ହୋଇପଡ଼ିଛି। ପରିସରରେ ଥିବା ଚାପଖାଇ ଠାକୁରାଣୀ ମନ୍ଦିର ଅନ୍ଧାର ଓ ସନ୍ତସନ୍ତିଆ ହୋଇଥିବାବେଳେ ପାଣି ଝରୁଛି। ଅମରେଶ୍ୱରଙ୍କ ବାସ୍ତବରେ ଶକ୍ତି ହେଉଛନ୍ତି ଚାପଖାଇ। ବିକଟାଳ ବିଗ୍ରହ ଶିବ ଉପରେ ଠିଆ ହେଇଛନ୍ତି। ସମଗ୍ର ବିଗ୍ରହଙ୍କୁ ଅନୁଶୀଳନ କଲେ ଜଣାପଡୁଛି ଦେବୀ ସଂପୂର୍ଣ୍ଣ ଭୈରବୀ। ତେଣୁ ଅମରେଶ୍ୱର ଗମ୍ଭୀରା ଅନୁଶୀଳନ କଲେ ସେ ସାକ୍ଷାତ ରୁଦ୍ରଭୈରବ ବୋଲି ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର ମତ ଦେଇଛନ୍ତି। ଐତିହ୍ୟ ଅଛି, ଶ୍ରୀରାବଣ ଆସି ଶ୍ରୀଅମରେଶ୍ୱରଙ୍କ ଉପାସନା କରି ଅମର ବର ଲାଭ କରିଥିଲେ। ପରିସରରେ ୮୦ ରୁ ଅଧିକ ନାଗରାଜ ମୂର୍ତ୍ତିି ଅବହେଳିତ ହୋଇ ଏକ ଛୋଟ ଖୋଲାଗୃହରେ ଅପୂଜା ଅବସ୍ଥାରେ ପଡ଼ିିଛନ୍ତି। ତାମିଲନାଡୁର ନାଗରକୋଏଲ ଠାରେ ଶ୍ରୀନାଗରାଜ ମନ୍ଦିର ଭଳି ଏଠି ବ୍ୟବସ୍ଥା କରାଗଲେ ସମଗ୍ର ଭାରତରେ ଏକ ଦର୍ଶନୀୟ ସ୍ଥାନ ହୋଇପାରନ୍ତା ବୋଲି ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି। ଅନେକ ପ୍ରାଚୀନ ମୂର୍ତ୍ତି ଅସୁରକ୍ଷିତ ଅବସ୍ଥାରେ ରହିଛି। ଭୈରବୀଙ୍କ ମନ୍ଦିର ଜଗମୋହନ ନାହିଁ। ୩୦ଘର ବ୍ରାହ୍ମଣ ଓ ମାଳିମହାପାତ୍ର ଏଠାରେ ସେବା କରୁଥିଲେ ମଧ୍ୟ ପୀଠଟି ବିକାଶଠାରୁ ଅନେକ ଦୂରରେ ରହିଯାଇଥିବା ଅନୁଭବ ହୁଏ ବୋଲି ପରିଷଦର ଉପଦେଷ୍ଟା ଦଇତାପତି ରବି ଦାସମହାପାତ୍ର କହିଛନ୍ତି। ଏହାପରେ ହଜାର ବର୍ଷ ତଳର ବରାହୀ ମନ୍ଦିର ସମ୍ପର୍କରେ ଅନୁସନ୍ଧାନ ପାଇଁ ଅନୁସନ୍ଧାନ ଦଳ ବାହାରିଥିଲେ। ନିକଟରେ କଳିଙ୍ଗ ଶୈଳୀ ସ୍ଥାପତ୍ୟର ଅଭିନବ ମନ୍ଦିରରେ ବିଜେ କରିଛନ୍ତି ମା’ ବରାହୀ । ଭାରତରେ ବିରଳ ଏପରି ମନ୍ଦିର। ଏକାମ୍ରରେ ଏପରି ମନ୍ଦିର ରହିଛି। ଏଏସ୍‌ଆଇ ରକ୍ଷଣାବେକ୍ଷଣା କରୁଛି ସତ ମାତ୍ର ଏଠାରେ ଅନ୍ନଭୋଗ ବନ୍ଦ କରିଦିଆଯାଇଛି। ସେବକ ମନ୍ଦିରରେ ବିଶେଷ ରହୁନାହାନ୍ତି। ମନ୍ଦିର ଭାସ୍କର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ କଳାକୃତିକୁ ଫଟୋଗ୍ରାଫିରେ ରେକର୍ଡ କରିଥିଲେ ଶୁଭ୍ରାଂଶୁ ଶେଖର ମହାପାତ୍ର। ଏହାପରେ ପ୍ରାଚୀନ ମାଧବ ମନ୍ଦିରର ଭାସ୍କର୍ଯ୍ୟ ଅନୁଶୀଳନ କରାଯାଇଥିଲା। ଉପାସନା ଦିଗରେ ଭାବ ବିନିମୟ କରିଥିଲେ ଅଜିତ୍‌ କୁମାର ପଣ୍ଡା। ୮୦୦ ଶହ ବର୍ଷର ଶ୍ରୀମାଧବଙ୍କ ଏହା ଦ୍ୱିତୀୟ ମନ୍ଦିର। ପ୍ରାଚୀନ ମନ୍ଦିର ଅନତି ଦୂରରେ ଧ୍ୱଂସ ହୋଇଯାଇଛି। ମାଧବ ଉପାସନାର ରହସ୍ୟ ହେଲା ସେ ପରମ ଆନନ୍ଦର ଦାତା। ତାଙ୍କ ପୀଠ ଓ ଉପାସନା ଆନନ୍ଦ ଦାୟକ ହେବା ଦରକାର ବୋଲି ପଣ୍ଡା ସେବକମାନଙ୍କୁ ବୁଝାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅଜୟ ପାତ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?