ରେଳ ବିକାଶରେ ଜିଲାକୁ ଅବହେଳା

ବାରିପଦା ଅଫିସ,୧୪।୨: କେନ୍ଦ୍ରର ଭାଜପା ସରକାର ରେଳ ବଜେଟ୍‌ରେ ମୟୂରଭଞ୍ଜ ଜିଲାକୁ ଅବହେଳା କରିଥିବା ଅଭିଯୋଗ ଆଣି ବିଜେଡି ପକ୍ଷରୁ ସୋମବାର ତିନି ଘଣ୍ଟିଆ ପ୍ରତିବାଦ କରାଯାଇଛି। ଜିଲା ମୁଖ୍ୟାଳୟ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏନେଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଜିଲାରେ ରେଳ ବିକାଶ ନିମନ୍ତେ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଗ୍ରାମଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜିଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ମୟୂରଭଞ୍ଜ-୧ର ସଭାପତି ତଥା ବିଧାୟକ ସୁଦାମ ମାରାଣ୍ଡିଙ୍କ ସଭାପତିତ୍ୱରେ ବିକ୍ଷୋଭ ସମାବେଶ ତଥା ପ୍ରତିବାଦ ସଭା ହୋଇଥିଲା। ଜିଲାର ପ୍ରମୁଖ ରେଳପଥ ବୁଢାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ-କେନ୍ଦୁଝରର ସର୍ଭେ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ ଚଳିତ ବଜେଟରେ କୌଣସି ଅନୁଦାନ ନୂତନ ରେଳପଥ ପାଇଁ ଘୋଷଣା କରା ନ ଯିବା ଜିଲାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଆଦିବାସୀ ଅଧ୍ୟୁଷିତ ଜିଲାକୁ ରେଳ ବିକାଶ ନିମନ୍ତେ ଏକ ହଜାର ଟଙ୍କା ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛି ବିଜେଡି। ୨୦୧୯ ସାଧାରଣ ନିର୍ବାଚନରେ ଜିଲାବାସୀ ବହୁମତ ସାବ୍ୟସ୍ତ କରି ଜିଲାକୁ ୬ ବିଧାୟକ ଓ ଦୁଇ ଲୋକ ସଭାକୁ ନିର୍ବାଚିତ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ମଧ୍ୟ ଜିଲା ପ୍ରତି ଅବହେଳା ପ୍ରଦର୍ଶନ କରିବା ସମସ୍ତଙ୍କୁ ପ୍ରତାରଣା ବୋଲି ଉପସ୍ଥିତ ବିଜେଡି ନେତୃବୃନ୍ଦ ସମାଲୋଚନା କରିଥିଲେ। ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୌର ଉପାଧ୍ୟକ୍ଷା ସୀମା ଦାସ, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ଛାତ୍ର ସଭାପତି ସୁନୀଲ ନାୟକ, ଯୁବ ସଭାପତି ଅରୁଣ ବରାଡ, ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ପ୍ରଭାତ ନାୟକ, କାଉନସିଲର ପୂଜା ତରେଇ, ପୂଜା ଶର୍ମା, ସବିତା ପାଲ, ଆରାଧନା ମହାନ୍ତି, ସୁକେଶିନୀ ସେଠୀ, ଦୀପ୍ତିରେଖା ପଟ୍ଟନାୟକ, ଜିତା ସିଂ, ପ୍ରଭାତୀ ପୃଷ୍ଟି ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ...

‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌...

ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨।୭: ଲକ୍‌ଡାଉନ୍‌ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ କଲେଜ ଖୋଲିବାକୁ...

ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା

ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର...

ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସୁନ୍ଦରଗଡ଼, ୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା...

ଉତ୍ସାହରେ ଭୋଟ ଦେଲେ ଡଙ୍ଗରିଆ

ବିଷମକଟକ,୨୬ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ରାଇଲିମା ଗ୍ରାମ ୧୪ ନମ୍ବର ବୁଥ୍‌ରେ ଶୁକ୍ରବାର ସାନି ମତଦାନ ହୋଇଛି। ଏହି ବୁଥ୍‌ରେ...

କମିବ କୋଭିଡ୍‌ କୋପ

ଅନୁଗୋଳ ଅଫିସ, ୧୩।୧ – ରାଜ୍ୟରେ ପହଞ୍ଚିସାରିଛି କରୋନା ଭାକ୍ସିନ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି...

ଶିଳାନ୍ୟାସରେ ଅଟକିଛି ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ

ପୁରୀ ଅଫିସ,୬ା୫: ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।...

Advertisement
Archives

Model This Week