ବିଦ୍ୟାଳୟରେ ଅବହେଳା: ଛାତ୍ରୀଙ୍କ ଭାଙ୍ଗିଲା ହାତ,ତାଲା ପକାଇଲେ…

ଖଜୁରୀପଡ଼ା, ୧୬ା୯( ବିଦୁର ବେହେରା): ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ପାଇଁ ଅଭିଭାବକ ସ୍କୁଲ ଛାଡନ୍ତି। ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଇ ପାଠ ପଢାଇଥାନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱରେ କିଛିଟା ଅବହେଳା ପାଇଁ ଛାତ୍ରୀଛାତ୍ରମାନେ ବିପଦରେ ପଡିଥାନ୍ତି। ଏପରି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡା ବ୍ଲକରେ ଘଟିଛି। ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅବହେଳାରୁ ଜଣେ ଛାତ୍ରୀଙ୍କ ହାତ ଭାଙ୍ଗଛି। ଏହାର ପ୍ରତିବାଦରେ ମଙ୍ଗଳବାର ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତର କଲାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳିଛି।
ବାଲବାଟିକା ଛାତ୍ରୀ ଆଇସା ଦିଗାଲ ସୋମବାର ସ୍କୁଲ ପରିସରରେ ଖେଳୁଥିବା ବେଳେ ପଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କ ହାତ ଭାଙ୍ଗିଯାଇ ଗଭୀର ଆଘାତ ଲାଗିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସୁଭାଷିନୀ ରଣଭୁଇଁସା ଘଟଣାକୁ ଗୁରୁତ୍ୱ ନ ଦେଇ ଆଇସାଙ୍କୁ ଘରକୁ ସେହି ବିଦ୍ୟାଳୟରେ ପଢୁଥିବା ତାଙ୍କ ଭାଇ ହାତରେ ପଠାଇ ଦେଇଥିଲେ । ଏ ନେଇ ଆଇସାଙ୍କ ଜେଜେ ମା’ ଅମ୍ବିକା ଦିଗାଲ ସ୍କୁଲକୁ ଆସି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପଚାରିବାରୁ ଖେଳ ଶିକ୍ଷକ ଅଜିତ୍‌ ପ୍ରଧାନ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଆହତ ଆଇସାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
ଏହାର ପ୍ରତିବାଦ କରି ଆହତ ଛାତ୍ରୀଙ୍କ ଚିକିତ୍ସା ଦାବିକରି ଗ୍ରାମବାସୀ ଓ ସ୍କୁଲ କମିଟି କର୍ମକର୍ତ୍ତା ମଙ୍ଗଳବାର ସକାଳେ ଏକ ଘଣ୍ଟା ଧରି ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ରଖିଥିଲେ। ଖବର ପାଇ ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଆହତ ଛାତ୍ରୀଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରାଯିବ। ଦୁର୍ବ୍ୟବହାର କରିଥିବା ଖେଳ ଶିକ୍ଷକ ପ୍ରଧାନଙ୍କ ବଦଳି ପାଇଁ ସୁପାରିଶ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ସ୍କୁଲ ଫାଟକରୁ ତାଲା ଖୋଲିଥିଲେ। ଖେଳ ଶିକ୍ଷକଙ୍କ ବଦଳି ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଇଓ ବିନୋଦ ବିହାରୀ ଦିଗାଲଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସମ୍ପର୍କରେ ସେ ଅବଗତ ଥିଲେ। ଜଣେ ଶିକ୍ଷୟିତ୍ରୀ ଅବା ଶିକ୍ଷକ ହୁଅନ୍ତୁ ଆହତ ଛାତ୍ରୀଙ୍କୁ ନେଇ ଘରେ ଛାଡ଼ିବା କଥା। ନଚେତ୍‌ ମେଡିକାଲ ନେବା କଥା। ସେମାନେ ସେପରି କରିନାହାନ୍ତି। ସିଆରସିସି ସୁଜାତା ପ୍ରଧାନ ମଧ୍ୟ ପହଞ୍ଚତ୍ ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ। ଡିଇଓ ରାଜେଶ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷୟିତ୍ରୀ ଓ ଖେଳ ଶିକ୍ଷକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri