Posted inଖେଳ

ଅଲିମ୍ପିକ୍ସ ପୂର୍ବରୁ ତୁର୍କୀରେ ଟ୍ରେନିଂ ନେବେ ନୀରଜ, ହିମା

ନୂଆଦିଲ୍ଲୀ, ୭।୪(ପି.ଟି.): ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଧାବିକା ହିମା ଦାସଙ୍କ ସମେତ ଭାରତର ଶ୍ରେଷ୍ଠ କେତେଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ ତୁର୍କୀରେ ଟ୍ରେନିଂ ନେବେ। ଚଳିତ ମାସ ଶେଷଆଡକୁ ଆଥ୍‌ଲେଟମାନେ ଟ୍ରେନିଂ-କମ୍‌- କମ୍ପିଟିଶନ ଟୁର୍‌ରେ ତୁର୍କୀ ଯିବେ ବୋଲି ମଙ୍ଗଳବାର ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ତରଫର ସୂଚନା ଦିଆଯାଇଛି।
ଚୋପ୍ରାଙ୍କୁ ବାଦ୍‌ ଦେଲେ ଅନ୍ୟତମ ଅଲିମ୍ପିକ ଥ୍ରୋୟର ଶିବପାଲ ସିଂ, ଦେଶର ରିଲେ ରେସର (ଉଭୟ ୪x୧୦୦ ଓ ୪x ୪୦୦ ପୁରୁଷ ଓ ମହିଳା) ମଧ୍ୟ ଏହି ଗସ୍ତରେ ଯିବେ। କୋଚ୍‌ଙ୍କ ସହ ଏକ ୪୦ ଜଣିଆ ଆଥ୍‌ଲେଟିକ ଦଳ ତୁର୍କୀ ଗସ୍ତ କରିବ। ରାଜଧାନୀ ଆଣ୍ଟାଲ୍ୟାରେ ଅବସ୍ଥାନ କରି ଖେଳାଳିମାନେ କେତୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି କେତେକ ଆଥଲେଟ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିପାରିବେ।
ହିମା ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ୪୦୦ ମି.ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୪x୧୦୦ ଓ ୪x ୪୦୦ମି ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହିମା ୪x୧୦୦ମିରେ ଟ୍ରେନିଂ ନେବେ। ପୋଲାଣ୍ଡର ସିଲେସିଆରେ ମେ’ ୧ ଓ ୨ରେ ଆୟୋଜନ ହେବାକୁ ଥିବା ଓ୍ବାଲର୍‌ଡ ଆଥ୍‌ଲେଟିକ ରିଲେରେ ଭାରତୀୟ ରିଲେ ଦଳ ଅଂଶଗ୍ରହଣ କରିବ।
ଏହି ଟ୍ରେନିଂ କମ୍‌ କମ୍ପିଟିଶନ ଟୁର୍‌ ପାଇଁ ଆମେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ଠାରୁ ଅନୁମତି ପାଇଛୁ। ୟୁରୋପରେ ବିଭିନ୍ନ କାରଣ ପାଇଁ ଟ୍ରେନିଂ ବେସ୍‌ର ସୁବିଧା ଉପଲବ୍ଧ ନ ହେବାରୁ ଆମେ ତୁର୍କୀରେ ଟ୍ରେନିଂ ନେବାକୁ ନିଷ୍ପତ୍ତି ନେଇଛୁ ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲା କହିଛନ୍ତି। ଟ୍ରେନିଂ ସହିତ ଆଥ୍‌ଲେଟମାନେ ତୁର୍କୀରେ କେତୋଟି ପ୍ରତିଯୋଗିତାରେ ଭାଗନେବେ। ଯେଉଁମାନେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିନାହାନ୍ତି ସେମାନଙ୍କ ପାଇଁ ସୁଯୋଗ ରହିବ। ତୁର୍କୀରେ ପାଗ ଭଲ ରହିଛି ଓ ସୁବିଧାସୁଯୋଗ ତଥା ଭିତ୍ତିଭୂମି ବିଶ୍ୱସ୍ତରୀୟ ବୋଲି ସେ କହିଛନ୍ତି। ୨୦୧୬ ଅଲିମ୍ପିକ୍‌ ପୂର୍ବରୁ ଓ ପୁଣି ଥରେ ୨୦୧୯ରେ ଆଣ୍ଟାଲ୍ୟାରେ ଭାରତୀୟ ଆଥଲେଟମାନେ ଟ୍ରେନିଂ ନେଇଥିଲେ। ଏବେ ଭିଜା ପାଇଁ ଏଏଫ୍‌ଆଇ କାର୍ଯ୍ୟ ଆରମ୍ଭ କରିଛି ବୋଲି ସୁମରିଓ୍ବାଲା କହିଛନ୍ତି। ଚଳିତ ମାସରେ ଆଥଲେଟ୍‌ମାନେ ତୁର୍କୀ ଗସ୍ତ କରିବେ। ପ୍ରଥମେ ଭିଜା ପାଇବା ପରେ ଟିକେଟ ଓ ସେଠାରେ ରହିବା ଖାଇବାର ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି।
ଦେଶର ୪x୧୦୦ ଓ ୪x ୪୦୦ ରିଲେ ଟିମ୍‌ ତୁର୍କୀରୁ ସିଧା ପୋଲାଣ୍ଡର ସିଲେସିଆ ଯାତ୍ରା କରିବେ। ଶ୍ରେଷ୍ଠ ୮ଟି ରିଲେ ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ। ଦୋହାରେ ଅନୁଷ୍ଠିତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରି ଭାରତୀୟ ୪x ୪୦୦ ମିକ୍ସଡ ରିଲେ ଟିମ୍‌ ଅଲିମ୍ପିକ ଯୋଗ୍ୟତା ହାସଲ କରିସାରିଛି। ୪x୧୦୦ ଓ ୪x ୪୦୦ ରିଲେ ଦଳଗୁଡିକ ଓ୍ବାଲର୍‌ଡ ରିଲେରେ ଅଂଶଗ୍ରହଣ କରିବାକୁ ତୁର୍କୀରୁ ପୋଲାଣ୍ଡ ଯାତ୍ରା କରିବେ। ହିମା ୪x୧୦୦ ପାଇଁ ଟ୍ରେନିଂ ନେବେ ବୋଲି ସୁମରିଓ୍ବାଲା କହିଛନ୍ତି।
ମରୋକ୍କୋ ରାଜଧାନୀ ରାବାଟ୍‌ରେ ମେ’ ୨୩ରେ ଆରମ୍ଭ ହେବାକୁ ଥିତ୍ବା ଡାଇମଣ୍ଡ ଲିଗ୍‌ ମିଟିଂର ପ୍ରଥମ ଲେଗ୍‌ରେ ନୀରଜ ଓ ଶିବପାଲ ଅଂଶଗ୍ରହଣ କରିବେ। ବିଦେଶରେ ଟ୍ରେନିଂ ସାରିବା ପରେ ଆଥ୍‌ଲେଟମାନେ ଭାରତ ପ୍ରତ୍ୟାବର୍ତ୍ତନ କରି ଜାତୀୟ ଆନ୍ତଃ- ରାଜ୍ୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ବେଙ୍ଗାଲୁରୁରେ ଆସନ୍ତା ଜୁନ୍‌ରେ ଏହି ଅଲିମ୍ପିକ କ୍ୱାଲିଫାଇଂ ଇଭେଣ୍ଟ ଆୟୋଜନ କରାଯିବ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପରେ ଆଥ୍‌ଲେଟମାନେ ପୁଣି ଥରେ ଟ୍ରେନିଂ ପାଇଁ ବିଦେଶ ଯାଇପାରିବେ ବୋଲି ସୁମରିଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri