Posted inଖେଳ

ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବା ପରେ ନୀରଜ କହିଲେ…

ନୂଆଦିଲ୍ଲୀ, ୦୭।୦୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋରେ ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ। ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଅଗଷ୍ଟ ୮ରେ ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏହି ରାଉଣ୍ଡ ପରେ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ କହିଥିଲେ ଯେ ମୁଁ ପ୍ୟାରିସକୁ ଯାହା କରିବା ପାଇଁ ଆସିଛି ତାହା କରିବି। ଏହି ମୁହୂର୍ତ୍ତଟି ମୋ ପାଇଁ ସବୁଦିନ ମନେରହିବା ଯାଉଛି ଏବଂ ମୁଁ ଭାବୁଛି ଏହା ଆଗାମୀ ପୀଢ଼ି ପାଇଁ ମଧ୍ୟ ଅନେକ ପ୍ରେରଣା ଯୋଗାଇବ ।

ସୂଚନା ଥାଉକି, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଛି । ଫାଇନାଲ୍‌ରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଛି । ଦୁଇ କ୍ରୀଡ଼ାବିତ୍‌ଙ୍କୁ ଅଲଗା ଅଲଗା ଗ୍ରୁପ୍‌ରେ ରଖାଯାଇଛି । ପ୍ରଥମ ୧୬ ଜଣିଆ ଗ୍ରୁପ୍‌ରେ କିଶୋର ସାମିଲ୍‌ ଅଛନ୍ତି । କିଶୋରଙ୍କ ବିଫଳତା ପରେ ଏବେ ସମସ୍ତଙ୍କ ନଜର ନୀରଜଙ୍କ ଉପରେ ରହିଛି । ନୀରଜ ପୁଣିଥରେ ଗୋଲ୍ଡ ଆଣିବେ ବୋଲି ଭାରତୀୟ ଆଶା ରଖିଛନ୍ତି ।

ଦ଼୍ବିତୀୟ ଗ୍ରୁପ୍‌ରେ ରହିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସବୁଠାରୁ ଅଧିକ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଆଗରେ ରହିଛନ୍ତି । ଅଲିମ୍ପିକ୍ସର ୧୧ତମ ଦିନରେ ଜାଭେଲିନ୍‌ ଥ୍ରୋରେ ଭାରତର ଦୁଇ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି । ପ୍ରଥମ ଗ୍ରୁପ୍‌ରେ ଭାରତକୁ ସଫଳତା ମିଳିନଥିବା ବେଳେ ଦ଼୍ବିତୀୟ ଗ୍ରୁପ୍‌ରେ ନୀରଜ ସିଧା ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri