ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଇବ୍ରାର ଖାଁ

 

ବର୍ତ୍ତମାନ ମଣିଷ ନିଜକୁ ସଭ୍ୟ, ଶିକ୍ଷିତ ଓ ପରିମାର୍ଜିତ ରୂପେ ଉପସ୍ଥାପିତ କରି ସବୁ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ ଅହରହ ଉଦ୍ୟମ କରୁଛି। ଯୋଗ୍ୟତା ଥାଉ ବା ନ ଥାଉ ନିଜର ଚାତୁରୀପୂର୍ଣ୍ଣ କଥାବାର୍ତ୍ତା, ଆଚାର ବ୍ୟବହାର ଏବଂ ବେଶପୋଷାକରେ ପରିବର୍ତ୍ତନ ଆଣି ଅନେକଙ୍କର ଆସ୍ଥାଭାଜନ ହେବା ପରେ ଭୌତିକ ସୁଖ ସୁବିଧାକୁ ହାତେଇବା ପାଇଁ କୁଶ୍ଚିତ ମାନସିକତାର ଯେପରି ଅପପ୍ରୟୋଗ କରୁଛି, ତାହା ଯେତିକି ନିନ୍ଦନୀୟ, ସେତିକି ସମାଜ ପାଇଁ କ୍ଷତିକାରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଦୃଷ୍ଟିରୁ ଆଜି ସମାଜରେ ଜଣେ ନୀତିନିଷ୍ଠ, ସଦାଚାରୀ ମଣିଷକୁ ଖୋଜି ପାଇବା କାଠିକର ପାଠ। କ୍ଷମତା, ପ୍ରତିପତ୍ତି, ଧନସମ୍ପଦ ସହ ବିଳାସମୟ ଜୀବନର ଅକଳ୍ପନୀୟ ଚିନ୍ତାରେ ନିମଗ୍ନ ମଣିଷ ଜୀବନାଦର୍ଶକୁ ଭୁଲି ବିବେକକୁ ବଳି ଦେଇ ଯେଉଁ ଅମାନବୀୟ କାର୍ଯ୍ୟମାନ ସଂପାଦନ କରିଚାଲିଛି, ସେଥିରେ ସାମାଜିକ ସ୍ଥିତାବସ୍ଥା ପୂରାପୂରି ଦୋହଲିବାରେ ଲାଗିଛିି। ଏହି ଦୃଷ୍ଟିରୁ ହିଂସା, ଦ୍ୱେଷ, ଭ୍ରଷ୍ଟାଚାର, ଅନୀତି ଦୁର୍ନୀତି ସହ ହତ୍ୟା, ଲୁଣ୍ଠନ, ଅପହରଣ, ଯୌନ ଉପତ୍ୀଡ଼ନ ଏବଂ ବଳାତ୍କାର ପରି ଜଘନ୍ୟ ଅପରାଧସବୁ ବୃଦ୍ଧି ପାଇବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ବୈଦ୍ୟୁତିକ ଗଣମାଧ୍ୟମ ହେଉ କିମ୍ବା ପ୍ରିଣ୍ଟ ମିଡିଆରେ ପରିବେଶିତ ପ୍ରତିଦିନର ସମାଚାର ସବୁକୁ ଅନୁଧ୍ୟାନ କଲେ ଯେଉଁସବୁ ବୀଭତ୍ସ ଦୃଶ୍ୟ ଦେଖିବାକୁ ପାଉଛୁ ତାହା ନିଶ୍ଚୟ ଉଦ୍‌ବେଗଜନକ, ଏହା ଯେହେକି ସ୍ବୀକାର କରିବେ।
ଦିନ ଥିଲା, ସମାଜରେ ସବୁବର୍ଗର ଲୋକମାନେ ଏକାଠି ମିଳିମିଶି ଚଳୁଥିଲେ। ଭେଦଭାବ କିମ୍ବା ହୀନମନ୍ୟତା ସାମାଜିକ ଜୀବନରେ ପରିଦୃଷ୍ଟ ହେଉନଥିବାରୁ ସମାଜରେ ଶାନ୍ତି ସହାବସ୍ଥାନ ସମ୍ଭବ ହେବା ସହ ପ୍ରତିବେଶୀ ଓ ପଡ଼ୋଶୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଗଭୀର ଆସ୍ଥା ଏବଂ ଅତୁଟ ବିଶ୍ୱାସ ସ୍ଥାପନ ହୋଇପାରୁଥିଲା। ସେତେବେଳ ଶିକ୍ଷାର ପ୍ରସାର ସମାଜର ସବୁସ୍ତରରେ ପହଞ୍ଚତ୍ ପାରିନଥିଲେ ମଧ୍ୟ ଶାନ୍ତ, ସରଳ, ନିଷ୍କପଟ ମଣିଷ ଛନ୍ଦକପଟରୁ ଊର୍ଦ୍ଧ୍ୱରେ ରହି ଦୟା, କ୍ଷମା, ସ୍ନେହ, ମମତା, ଭକ୍ତି, ଶ୍ରଦ୍ଧା, ଶିଷ୍ଟାଚାର ଆଉ ଶାଳୀନତାକୁ ଜୀବନର ଉପଜୀବ୍ୟ ରୂପେ ବିବେଚନା କରି ସାମାଜିକ ଜୀବନରେ ଯେଉଁ କାର୍ଯ୍ୟମାନ ସମ୍ପାଦନ କରୁଥିଲା, ସେଥିରେ ଜନସମୂହଙ୍କ କଲ୍ୟାଣ ହେବା ସହ ସମାଜରେ ଭାଇଚାରାର ଏକ ସୁସ୍ଥ ବାତାବରଣ ସୃଷ୍ଟି ହେଉଥିଲା। ଦୈବୀଦୁର୍ବିପାକ ହେଉ କିମ୍ବା ବିପଦ ଆପଦରେ ଜାତି, ଧର୍ମ ସମ୍ପ୍ରଦାୟର ଭେଦଭାବ ଭୁଲି ସଭିଏଁ ପରସ୍ପରକୁ ଯେପରି ସାହାଯ୍ୟ ସହଯୋଗ କରୁଥିଲେ ତାହା ଥିଲା ଅପୂର୍ବ। ଶୃଙ୍ଖଳିତ ସମାଜରେ ନାରୀମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନବୋଧ ରହୁଥିବାରୁ ନାରୀ ସବୁରି ଦୃଷ୍ଟିରେ ଆଦରଣୀୟା ଓ ଚିରନମସ୍ୟା ହୋଇ ପାରୁଥିଲେ। କିନ୍ତୁ ଆଜି ମଣିଷର ଚରିତ୍ର ଏବଂ ମାନସିକତାରେ ପରିବର୍ତ୍ତନ ଆସିଯାଇଥିବାରୁ ଉତ୍ତମ ମଣିଷକୁ ଚିହ୍ନିବା ଦୁରୂହ ବ୍ୟାପର ହେଲାଣି। ଭଦ୍ରମୁଖାପିନ୍ଧା ଅନେକ ସଇତାନ ସମାଜରେ ସର୍ବତ୍ର ପରିବ୍ୟାପ୍ତ ହୋଇ ଜନଗଣଙ୍କୁ ତତେଇ ମତେଇ ସମାଜରେ ଶାନ୍ତିଭଙ୍ଗ ପାଇଁ ଯେପରି ଉଦ୍ୟମ କରୁଛନ୍ତି; ସେଥିରେ ଧର୍ମ, ସମ୍ପ୍ରଦାୟକୁ ନେଇ ହେଉ କିମ୍ବା ଜାତିଗତ ବିଷମତାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତିମାନ ସୃଷ୍ଟି ହେଉଛି। ତାହା ଦେଶର ଏକତା ଏବଂ ଅତୁଟ ଭାଇଚାରାକୁ ଅନେକାଂଶରେ କ୍ଷୁଣ୍ଣ କରିବାରେ ଲାଗିଛି।
ମଦ ଏବଂ ମାଦକ ଦ୍ରବ୍ୟର ପ୍ରାବଲ୍ୟ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଯୁବପିଢ଼ିର ହିତାହିତ ଜ୍ଞାନକୁ ନିଷ୍କ୍ରିୟ କରିଦେଉଥିବାରୁ ଅନେକ ପାରିବାରିକ ଜୀବନ କଳହ ସର୍ବସ୍ବ ହୋଇ ସମାଜରେ କେତେଯେ ସୁନାର ସଂସାର ଉଜୁଡ଼ି ଯାଉଛି ତାହା କଳନା କରିବା ଅସମ୍ଭବ। ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖୁଥିବା ଯୁବସମାଜ ନୈତିକ ମୂଲ୍ୟବୋଧରୁ ଓହରି ହାତରେ ଭୟର ବାତାବରଣ ସୃଷ୍ଟି କରି ଚାଲିଛି। କେବଳ ଏତିକି ନୁହେଁ, ସାମାନ୍ୟ କଥାକୁ ନେଇ କିଏ କେତେବେଳେ କାହାକୁ ହାଣି ହତ୍ୟା କରୁଛି ତ ଆଉ କିଏ ପ୍ରେମ ନଁାରେ ପ୍ରତାରଣା କରି ନିଜ ସଙ୍ଗିନୀକୁ ଖଣ୍ଡ ଖଣ୍ଡ କରି ହାଣି ବଣ ଜଙ୍ଗଲରେ ଫିଙ୍ଗି ଦେଉଛି। ନାରୀମାନଙ୍କ ବିରୋଧରେ ଘଟୁଥିବା ଆପରାଧିକ ମାମଲାଗୁଡ଼ିକର ବିଶ୍ଳେଷଣ କଲେ ସମାଜରେ ଏହା ଦିନକୁଦିନ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୁଏ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୨୦ରେ ମହିଳା ବିରୋଧୀ ଅପରାଧ ୩,୭୧,୫୦୩ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୦୨୧ରେ ତାହା ୧୫.୩% ବୃଦ୍ଧି ପାଇ ୪,୨୮,୨୭୮ରେ ପହଞ୍ଚତ୍ଛି। ଏତଦ୍‌ବ୍ୟତୀତ ସମାଜରେ ନାରୀ ବିରୋଧୀ ଆହୁରି ଅନେକ ଅପରାଧ ସଂଘଟିତ ହେଉଥିଲେ ମଧ୍ୟ ଲୋକଲଜ୍ଜା ଜନିତ କାରଣରୁ ହେଉ କିମ୍ବା ମାନମର୍ଯ୍ୟାଦା କ୍ଷୁଣ୍ଣ ହେବା ଭୟରେ ସେଗୁଡ଼ିକ ଲୋକଲୋଚନକୁ ଆସିପାରୁନାହିଁ। ନାରୀମାନଙ୍କ ପ୍ରତି ହେଉଥବା ଅପରାଧକୁ ନିୟନ୍ତ୍ରଣ ପାଇଁ ଦେଶରେ ପ୍ରଭୂତ ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ତାହା ନାରୀ ବିରୋଧୀ ଅପରାଧକୁ ପ୍ରତିହତ କରିବା ପାଇଁ ସକ୍ଷମ ହେଉନଥିବା ପରି ମନେହୁଏ। କାରଣ ନ୍ୟାୟିକ ଲଢ଼େଇରେ ଅନେକ ବଳାତ୍କାରୀ ଆଇନର ଗଳାବାଟ ଦେଇ ଖସିଯାଉଥିବାରୁ ସେମାନଙ୍କ ହୃଦୟରେ ଆଇନକାନୁନ ପ୍ରତି ସେତେଟା ଡର, ଭୟ ରହୁ ନ ଥିବାରୁ ସମାଜରେ ନାରୀ ବିରୋଧୀ ଅପରାଧ ବଢୁଛିି। ସମାଜରେ ବର୍ତ୍ତମାନ ଯୁବତୀ ଯୁବକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯୋଗୁ କୁମାରୀ ମାତୃତ୍ୱ ହାର ବଢ଼ିବାରେ ଲାଗିଛି। ଏହାକୁ ନେଇ କେତେବେଳେ ଅନର୍‌କିଲିଂ ପରି ଘଟଣା ସଂଘଟିତ ହେଉଛି ତ ଆଉ କେତେବେଳେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ପରି ଜଘନ୍ୟ ଅପରାଧ ଘଟୁଥିବାର ଅନେକ ଦୃଷ୍ଟାନ୍ତ ରହିଛି।
ସମାଜକୁ ଅପରାଧମୁକ୍ତ କରିବା ପାଇଁ ପ୍ରଭୂତ ଆଇନଗତ ବ୍ୟବସ୍ଥା ସହ ପୋଲିସ ପ୍ରଶାସନକୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି। ନ୍ୟାୟାଳୟରେ ଅପରାଧୀମାନଙ୍କ ତ୍ୱରିତ ବିଚାର କରାଯାଇ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ କଠିନରୁ କଠିନ ଦଣ୍ଡ ପ୍ରଦାନ କରାଯିବାର ପ୍ରାବଧାନ ରହିଥିଲେ ମଧ୍ୟ ସମାଜରୁ ଅପରାଧ ପ୍ରବଣତା ଦୂର ହେବା ପରିବର୍ତ୍ତେ ଯେପରି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ନିଶ୍ଚୟ ଉଦ୍‌ବେଗଜନକ, ଏଥିରେ ସନ୍ଦେହ ନାହିଁ। ଅପରାଧୀମାନଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଯେତେ ଯାହା କଲେ ମଧ୍ୟ ସମାଜକୁ ଅପରାଧମୁକ୍ତ କରାଯାଇପାରିବ ନାହିଁ। ଆଧ୍ୟାତ୍ମିକ ଚିନ୍ତାରେ ଜନଗଣଙ୍କୁ ଉଦ୍‌ବୁଦ୍ଧ କରାଇ ସମାଜର ସବୁସ୍ତରରେ ଲୋକଙ୍କ ମାନସିକତାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଲାଗି ବଳିଷ୍ଠ ପଦକ୍ଷେପ ନେବା ଜରୁରୀ। ମାଦକଦ୍ରବ୍ୟ ସବୁ ଅନର୍ଥର ମୂଳକାରଣ ହୋଇଥିବାରୁ ସମାଜରେ ମଦ ସହିତ ମାଦକ ଦ୍ରବ୍ୟର ପ୍ରାବଲ୍ୟକୁ ନିୟନ୍ତ୍ରଣ କରାଯାଇପାରିଲେ ସମାଜରୁ ଅନେକାଂଶରେ ଅପରାଧକୁ ପ୍ରତିହତ କରିହେବ, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ:୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri