ଏଇ ଭାରତରେ

ସମସ୍ତେ ଜାଣନ୍ତି ଯେ ଗୋବରରୁ ଖତ ହୁଏ, ଗୋବରରୁ ଉତ୍ପନ୍ନ ଗ୍ୟାସ୍‌ରେ ରୋଷେଇ କରାଯାଏ। କିନ୍ତୁ ଏ ବିଷୟ କେବେ ଶୁଣିଛନ୍ତି କି ଗୋବରରୁ କାଗଜ ପ୍ରସ୍ତୁତ ହୁଏ। ହଁ, ଏମିତି କାର୍ଯ୍ୟ କରୁଛନ୍ତି ରାଜସ୍ଥାନ ଜୟପୁରର ଭୀମ ରାଜ୍‌ ଶର୍ମା। ଭୀମ ଗୋବରରୁ କାଗଜ ପ୍ରସ୍ତୁତ କରି ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୪ରେ ସେ ହାତୀ ମଳରୁ କାଗଜ ତିଆରି ହେବା ଜାଣିବା ପରେ ଗୋବରରୁ କାଗଜ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲେ। ପରେ ଏଥିସକାଶେ କାମ ଆରମ୍ଭ କରିବା ଲାଗି ସାଙ୍ଗସାଥୀ ଓ ପରିବାର ଲୋକଙ୍କଠାରୁ ଅର୍ଥ ଯୋଗାଡ଼ କରିବା ସମୟରେ ତାଙ୍କୁ ‘ପାଗଳ’ ବୋଲି ସମସ୍ତେ କହିଲେ। ହେଲେ ସେ ସବୁ ପ୍ରତିକୂଳ ସ୍ଥିତିକୁ ଏଡ଼ାଇଯାଇ ୨୦୧୭ରେ ୩୦ ଲକ୍ଷ ଟଙ୍କା ନିବେଶ କରି ‘ଗୋକୃତି’ ସଂସ୍ଥା ପ୍ରତିଷ୍ଠା କରି କାଗଜ ଉତ୍ପାଦନ ଆରମ୍ଭ କରିଥିଲେ। ସେ ଗୋବର, ଗୋମୂତ୍ର ଓ ବର୍ଜ୍ୟ ସୂତାକପଡ଼ା ବ୍ୟବହାର କରି କାଗଜ ତିଆରି କରୁଛନ୍ତି। ପ୍ରତିଦିନ ୩୦୦୦ ସିଟ୍‌ କାଗଜ ବିକ୍ରି କରୁଛନ୍ତି। ଭୀମ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ସହରକୁ କାଗଜ ପଠାଉଛନ୍ତି। କାଗଜ ପାଇଁ ଗୋବର ଓ ଗୋମୂତ୍ର ଆଖପାଖ ଅଞ୍ଚଳର କୃଷକମାନଙ୍କଠାରୁ ସଂଗ୍ରହ କରୁଛନ୍ତି ଓ ସେମାନଙ୍କୁ ପ୍ରାପ୍ୟ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri