ଏଇ ଭାରତରେ

ସମସ୍ତେ ଜାଣନ୍ତି ଯେ ଗୋବରରୁ ଖତ ହୁଏ, ଗୋବରରୁ ଉତ୍ପନ୍ନ ଗ୍ୟାସ୍‌ରେ ରୋଷେଇ କରାଯାଏ। କିନ୍ତୁ ଏ ବିଷୟ କେବେ ଶୁଣିଛନ୍ତି କି ଗୋବରରୁ କାଗଜ ପ୍ରସ୍ତୁତ ହୁଏ। ହଁ, ଏମିତି କାର୍ଯ୍ୟ କରୁଛନ୍ତି ରାଜସ୍ଥାନ ଜୟପୁରର ଭୀମ ରାଜ୍‌ ଶର୍ମା। ଭୀମ ଗୋବରରୁ କାଗଜ ପ୍ରସ୍ତୁତ କରି ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୪ରେ ସେ ହାତୀ ମଳରୁ କାଗଜ ତିଆରି ହେବା ଜାଣିବା ପରେ ଗୋବରରୁ କାଗଜ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲେ। ପରେ ଏଥିସକାଶେ କାମ ଆରମ୍ଭ କରିବା ଲାଗି ସାଙ୍ଗସାଥୀ ଓ ପରିବାର ଲୋକଙ୍କଠାରୁ ଅର୍ଥ ଯୋଗାଡ଼ କରିବା ସମୟରେ ତାଙ୍କୁ ‘ପାଗଳ’ ବୋଲି ସମସ୍ତେ କହିଲେ। ହେଲେ ସେ ସବୁ ପ୍ରତିକୂଳ ସ୍ଥିତିକୁ ଏଡ଼ାଇଯାଇ ୨୦୧୭ରେ ୩୦ ଲକ୍ଷ ଟଙ୍କା ନିବେଶ କରି ‘ଗୋକୃତି’ ସଂସ୍ଥା ପ୍ରତିଷ୍ଠା କରି କାଗଜ ଉତ୍ପାଦନ ଆରମ୍ଭ କରିଥିଲେ। ସେ ଗୋବର, ଗୋମୂତ୍ର ଓ ବର୍ଜ୍ୟ ସୂତାକପଡ଼ା ବ୍ୟବହାର କରି କାଗଜ ତିଆରି କରୁଛନ୍ତି। ପ୍ରତିଦିନ ୩୦୦୦ ସିଟ୍‌ କାଗଜ ବିକ୍ରି କରୁଛନ୍ତି। ଭୀମ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ସହରକୁ କାଗଜ ପଠାଉଛନ୍ତି। କାଗଜ ପାଇଁ ଗୋବର ଓ ଗୋମୂତ୍ର ଆଖପାଖ ଅଞ୍ଚଳର କୃଷକମାନଙ୍କଠାରୁ ସଂଗ୍ରହ କରୁଛନ୍ତି ଓ ସେମାନଙ୍କୁ ପ୍ରାପ୍ୟ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri