ନେଡ୍‌ ପ୍ରାଇସ୍‌ ଦେଲେ ଇସ୍ତଫା…

ଓ୍ବାଶିଂଟନ,୮।୩ : ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତେବେ ସେ ଚଳିତ ଶେଷ ମାସ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଗତ ଦୁଇ ବର୍ଷ ଧରି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ରଙ୍କ ଦାୟିତ୍ୱ ନେଡ ପ୍ରାଇସ ପରିଚାଳନା କରୁଥିଲେ।

ସେ ୨୦ ଜାନୁଆରୀ ୨୦୨୧ ରେ ସ୍ବରାଷ୍ଟ୍ର ବୈଦେଶିକ ବିଭାଗର ମୁଖପାତ୍ର ଭାବରେ ନିଯୁକ୍ତ ହୋଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମୁଁ ସିଆଇଏରେ ଆନାଲିଷ୍ଟ ଭାବରେ ମୋର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲି। ମୁଁ ଗତ କିଛି ବର୍ଷ ଧରି ଏହି ବୃତ୍ତିରେ ରହିବାକୁ ଭଲ ପାଉଛି। ମୁଁ ଏହାକୁ ଅଧିକ ପସନ୍ଦ କରେ କାରଣ ଏହି କାର୍ଯ୍ୟ ବିଭିନ୍ନ ନୀତି ସହିତ ଜଡ଼ିତ।

ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକାର ତଥା ବିଶ୍ୱର ଲୋକଙ୍କ ପାଇଁ ନେଡ ପ୍ରାଇସ ଆମେରିକାର ବୈଦେଶିକ ନୀତିର ସ୍ବର ପାଲଟିଥିଲେ। ବୃତ୍ତିଗତତା ଏବଂ ଅଖଣ୍ଡତା ସହିତ ସେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଆମ ମନ୍ତ୍ରଣାଳୟ ତରଫରୁ ମୁଁ ନେଡଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri