Posted inଖେଳ

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଇଂଲଣ୍ଡ ଟିମ୍‌ ୧୦ ଓଭରରେ ୪ ଉଇକେଟ ହରାଇ ୭୩ ରନ୍‌ କରିନେଇଛି।

ତେବେ ଭାରତ ଏକାଦଶରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ମହମ୍ମଦ ଶାମିଙ୍କୁ ସାମିଲ କରାଯାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ତାହା ହୋଇନାହିଁ, ଯାହାକି କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି। ସେ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ହେଲେ ସେ ଫଲୋ ଥ୍ରୁ ସମୟରେ ଅସହଜ ଅନୁଭବ କରୁଛନ୍ତି। ଏଣୁ ସେ ବୋଲିଂ ଲାଗି ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜଣେ କି ଦୁଇ ଜଣ ନୁହେଁ, Champions Trophyରୁ ବାଦ୍‌ ପଡ଼ିଲେ ୧୧ ଖେଳାଳି; ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ,୧୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ଅନେକ ଖେଳାଳି ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯିବାର ଧାରା ଜାରି ରହିଛି। ଏଥିରେ...

ଦିନେ ଆରସିବି ପାଇଁ ଘୁଞ୍ଚାଇ ଦେଇଥିଲେ ବିବାହ: ଆଜି ମିଳିଲା ବଡ଼ ପୁରସ୍କାର

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଅଧିନାୟକ କରାଯାଇଛି। ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ...

କୋହଲି, ଧୋନୀ ନା ରୋହିତ…ଭାରତର ସବୁଠାରୁ ଲୋକପ୍ରିୟ ଖେଳାଳି କିଏ, ଆଶ୍ଚର୍ଯ୍ୟ କଲା ସର୍ଭେ

ନୂଆଦିଲ୍ଲୀ,୧୩।୨: ବିରାଟ କୋହଲି, ଏମ୍‌ଏସ୍‌ ଧୋନୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ସବୁଠାରୁ ଲୋକପ୍ରିୟ ଖେଳାଳି କିମ୍ବା ପ୍ରଶଂସକମାନେ କାହାକୁ ଅଧିକ ପସନ୍ଦ କରନ୍ତି।...

ଗୋଟିଏ ଭୁଲ୍‌ ପଡ଼ିଲା ଭାରୀ: ପାକିସ୍ତାନ ଖେଳାଳିଙ୍କ ଉପରେ ଲାଗିଲା ଜୋରିମନା

ନୂଆଦିଲ୍ଲୀ,୧୩।୨: ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି। ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ...

ICC Rankings: ବିଶ୍ୱର ନମ୍ବର-୧ ବ୍ୟାଟମ୍ୟାନ୍‌ ହେଲେ ଶୁବମନ ଗିଲ: ବାବର ଆଜମଙ୍କୁ ପକାଇଲେ ପଛରେ

ଅହମଦାବାଦ୍‌,୧୩।୨: ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକ ମାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ସେ ଦିନିକିଆ...

ରଜତ ପଟିଦାର RCBର ନୂଆ ଅଧିନାୟକ, ଘରୋଇ ଟୁର୍ନାମେଣ୍ଟରେ କରୁଛନ୍ତି ଜବରଦସ୍ତ ପ୍ରଦର୍ଶନ

ବେଙ୍ଗାଲୁରୁ,୧୩।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି...

ଋଷଭ ପନ୍ତଙ୍କୁ ବାହାର କରିଦେଲେ ଗୌତମ ଗମ୍ଭୀର, Champions Trophy ପୂର୍ବରୁ ଚମକାଇଲା ନିଷ୍ପତ୍ତିି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜିତିବା ପରେ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ବଡ଼ ବୟାନ ଦେଇଛନ୍ତି। ସେ ଚାମ୍ପିଅନ୍ସ...

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଅହମ୍ମଦାବାଦ,୧୨।୨: ଦୀର୍ଘ ୪୫୧ ଦିନ ନିରବ ରହିବା ପରେ ଶେଷରେ ଗର୍ଜିଛି ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri