Posted inଜାତୀୟ

ଏନ୍‌ଡିଏ ବନାମ ଇଣ୍ଡିଆ

ବେଙ୍ଗାଲୁରୁ,୧୯ା୭: ୨୦୨୪ ଲୋକ ସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଟକ୍କର ଦେବ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ’ (ଇଣ୍ଡିଆ)। ଏଥିସକାଶେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ପରବର୍ତ୍ତୀ ବୈଠକରେ ଏକ ୧୧ ସଦସ୍ୟ ବିଶିଷ୍ଟ ସମନ୍ବୟ ସମିତି ଗଠନ କରାଯିବ। ମୁମ୍ବାଇ ବୈଠକ ତାରିଖ ଶୀଘ୍ର ଘୋଷଣା କରାଯିବ। ନିର୍ବାଚନୀ ରଣନୀତି ପରିଚାଳନା ଲାଗି ନୂଆଦିଲ୍ଲୀରେ ଏକ କମନ୍‌ ସେକ୍ରେଟାରିଏଟ୍‌ ମଧ୍ୟ ପ୍ରତିଷ୍ଠା ସହ ପୃଥକ୍‌ ପ୍ରସଙ୍ଗଗୁଡ଼ିକ ପାଇଁ ସ୍ବତନ୍ତ୍ର କମିଟି ଗଢ଼ାଯିବ ବୋଲି ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସ୍ପଷ୍ଟ କରିଛନ୍ତି। ଖାର୍ଗେ ଆହୁରି କହିଛନ୍ତି, ଆମ ଭିତରେ କିଛି ମତଭେଦ ରହିଛି, ଯାହାକୁ ଆମେ ପଛରେ ଛାଡ଼ିଦେଇଛୁ। ଦେଶର ସ୍ବାର୍ଥ ପାଇଁ ଏକାଠି ହୋଇଛୁ। ୨୦୨୪ ଲୋକ ସଭା ନିର୍ବାଚନ ମିଳିତ ଭାବେ ଲଢ଼ି ସଫଳତା ପାଇବୁ।
ସୂତ୍ରରୁ ଜଣାପଡ଼ିଛି ଯେ, ୨୬ ବିରୋଧୀ ଦଳକୁ ନେଇ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକର ଦ୍ୱିତୀୟ ଦିନରେ ମେଣ୍ଟର ନାମ ଇଣ୍ଡିଆ ରଖିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିଲେ। ଏହାର ଫୁଲ୍‌ ଫର୍ମ ବାହାର କରିବା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମମତା କହିଛନ୍ତି, ଭାଜପା, ତୁମେ କ’ଣ ଇଣ୍ଡିଆକୁ ଚ୍ୟାଲେଞ୍ଜ କରିପାରିବ? ଆମେ ଆମ ମାତୃଭୂମିକୁ ଭଲପାଉ। ଆମେ ହେଉଛୁ ଦେଶଭକ୍ତ। ଆମେ ଚାଷୀ, ଦଳିତଙ୍କ ପାଇଁ ଅଛୁ। ଆମେ ଦେଶ ଓ ବିଶ୍ୱ ପାଇଁ ଏକାଠି ହୋଇଛୁ। ବର୍ତ୍ତମାନ କେନ୍ଦ୍ର ଗୋଟିଏ କାମ କରୁଛି। ତାହା ହେଲା, ସରକାର କିଣାବିକା। ଇଣ୍ଡିଆ ଜିତିବ ଏବଂ ଭାଜପା ହାରିବ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଖାର୍ଗେ କହିଛନ୍ତି, ବିରୋଧୀ ବ୍ଲକ୍‌ର ଏହି ଦ୍ୱିତୀୟ ବୈଠକ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଏକାଠି ହୋଇ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରିଛୁ। ସବୁ ଦଳ ଗୋଟିଏ ସ୍ବରରେ ସଂକଳ୍ପନାମାକୁ ସମର୍ଥନ କରି ଗୃହୀତ କରାଇଛନ୍ତି। ଆମ ମେଣ୍ଟ ‘ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ’ (ଇଣ୍ଡିଆ) ନାମରେ ପରିଚିତ ହେବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଉପରେ ବିଚାରଧାରା ଓ କାର୍ଯ୍ୟକ୍ରମ ଆଗକୁ ବଢ଼ାଯିବ। ଭାଜପା ଦେଶକୁ ଆକ୍ରମଣ କରୁଛି, ବେରୋଜଗାରି ସର୍ବୋଚ୍ଚ ସ୍ତରକୁ ଉଠିଛି। ଦେଶର ସମ୍ପତ୍ତି ଅନେକ କୋଟି ଭାରତୀୟଙ୍କ ହାତରୁ ଛଡ଼ାଇନେଇ ଅଳ୍ପ କେତେଜଣଙ୍କୁ ହସ୍ତାନ୍ତର କରାଯାଉଛି। ଏନ୍‌ଡିଏ ଏବଂ ଇଣ୍ଡିଆ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଭାରତ ବିରୋଧରେ ଲଢ଼ିଲେ କ’ଣ ହୁଏ ସମସ୍ତେ ଜାଣନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ନିଜ ବକ୍ତବ୍ୟ ରଖି କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଦେଶ ପାଇଁ ବହୁତ କିଛି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଯୋଗ ପାଇଥିଲେ। କିନ୍ତୁ କୌଣସି କ୍ଷେତ୍ରରେ କିଛି ବିକାଶ ହୋଇନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି, ବିଚାରଧାରା ଅଲଗା ହୋଇପାରେ, କିନ୍ତୁ ଆମ ପାଇଁ ଦେଶ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଭାଜପା କହୁଛି, ଆମେ ପରିବାର ପାଇଁ ଲଢ଼ୁଛୁ। ସେମାନେ ଜାଣିବା ଉଚିତ ଯେ, ଦେଶ ହେଉଛି ଆମ ପରିବାର, ଯାହା ପାଇଁ ଆମେ ଲଢ଼େଇ କରୁଛୁ। ଆମ ଲଢ଼େଇ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ନୁହେଁ, ବରଂ ଏକଚ୍ଛତ୍ରବାଦ ବିରୋଧରେ।
୨୬ ବିରୋଧୀ ଦଳର ନେତାମାନେ ଜାତିଗତ ଜନଗଣନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ବୈଠକ ପରେ ଜାରି କରାଯାଇଥିବା ସାମୂହିକ ସଂକଳ୍ପରେ ସମ୍ବିଧାନ ଅନୁସାରେ ଭାରତକୁ ସୁରକ୍ଷା ଦେବା ନେଇ ପ୍ରସ୍ତାବ ରହିଛି। ଦେଶକୁ ଭାଜପା ଦ୍ୱାରା ବିଭିନ୍ନ ପ୍ରକାରେ ଆକ୍ରମଣ କରାଯାଇଛି। ଆମେ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଛିଡ଼ା ହୋଇଛେ। ଧର୍ମନିରପେକ୍ଷ ଗଣତନ୍ତ୍ର, ଆର୍ଥିକ ସାର୍ବଭୌମତ୍ୱ, ସାମାଜିକ ନ୍ୟାୟ ଓ ସଂଘୀୟ ସହଯୋଗିତା ଭଳି ଭାରତୀୟ ସମ୍ବିଧାନର ସ୍ତମ୍ଭଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ନୂ୍ୟନ କରିଦିଆଯାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳଗୁଡ଼ିକ ମଣିପୁର ହିଂସା ଯୋଗୁ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ନୀରବତା ସମସ୍ତଙ୍କୁ ଚକିତ କରିଦେଇଛି। ଏଥିଲାଗି ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଉପରେ ବିରୋଧୀ ଜୋର୍‌ ଦେଇଛନ୍ତି। ସମ୍ବିଧାନ ଏବଂ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ବିରୋଧରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଏହାର ମୁକାବିଲା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ ରାଜ୍ୟପାଳ ଓ ଉପରାଜ୍ୟପାଳ(ଏଲ୍‌ଜି)ମାନେ ସାମ୍ବିଧାନିକ ନିୟମ ଉଲ୍ଲଂଘନର ସବୁ ସୀମା ଉଲ୍ଲଂଘନ କରିଛନ୍ତି। ଭାଜପା ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଲଗାଉଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ବୈଧ ଆବଶ୍ୟକତା ଓ ଅଧିକାରରୁ ବଞ୍ଚତ୍ତ କରୁଛି ବୋଲି ସଂକଳ୍ପନାମାରେ ଉଲ୍ଲେଖ କରାଯାଇଛି। ରୁଦ୍ଧଦ୍ୱାର ବୈଠକରେ ହୋଇଥିବା ଆଲୋଚନା ଅନୁସାରେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ତଥା ପୂର୍ବରୁ ଉପା ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀଙ୍କୁ ନୂଆ ମେଣ୍ଟ ଇଣ୍ଡିଆର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆବାହକ କରାଯିବ। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌, ଝଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି ଶରଦ ଗୋଷ୍ଠୀ) ମୁଖ୍ୟ ଶରଦ ପାଓ୍ବାର, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ତାଙ୍କ ପୁଅ ଓମାର ଅବ୍‌ଦୁଲ୍ଲା (ଏନ୍‌ସି) ଏବଂ ମେହବୁବା ମୁଫ୍‌ତି (ପିଡିପି) ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri